ETV Bharat / bharat

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ, ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ - ଭୂମିକମ୍ପ

ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ଆଜି ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି । ଅଧିକ ପଢନ୍ତୁ....

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ; ରିକ୍ଟର ସ୍କେଲରେ ତୀବ୍ରତା 3.5 ରେକର୍ଡ

author img

By

Published : Oct 30, 2021, 1:54 PM IST

ଇଟାନଗର: ଭୂକମ୍ପରେ ଥରିଲା ଅରୁଣାଚଳ ପ୍ରଦେଶ । ଆଜି ଅରୁଣାଚଳ ପ୍ରଦେଶର ତାଓ୍ବାଙ୍ଗରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା 3.5 ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ଆଜି ଦିନ ୧୨ଟା ୪୪ ମିନିଟ ସମୟରେ ଏହି ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ୨୦ କିଲୋମିଟର ପର୍ଯ୍ୟନ୍ତ ରହିଥିଲା । 27.54 ଲାଟିଟ୍ୟୁଡ ଓ 92.44 ଲଙ୍ଗିଚ୍ୟୁଡର ଭୂକମ୍ପ ଅନୁଭୂତ ହୋଇଛି । ତେବେ ଭୂମିକମ୍ପ ଭୟରେ ଲୋକେ ଘର ଛାଡି ଜୀବନ ରକ୍ଷା ପାଇଁ ବାହାରକୁ ପଳାଇ ଆସିଥିଲେ । ଏଥିରେ କୈଣସି କ୍ଷୟକ୍ଷତି ନେଇ ସୂଚନା ମିଳି ନାହିଁ ।

ତେବେ ଏହାପୂର୍ବରୁ ଅକ୍ଟୋବର ୫ରେ ଭୂମିକମ୍ପ ଅରୁଣାଚଳ ପ୍ରଦେଶରେ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୪.୫ ରେକର୍ଡ କରାଯାଇଥିଲା । ଯାହାର ଗଭିରତା ୧୦ କିଲୋମିଟର ରହିଥିଲା । ଏହାର ଅକ୍ଷାଂଶ ୩୦.୫୮ ଓ ଦ୍ରାଘିମା ୯୪. ୭୨ ରହିଥିଲା ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.