ଡେରାଡୁନ: ଭୂମିକମ୍ପରେ ଥରିଲା ଦେବଭୂମି । ଆଜି ସକାଳୁ ଅନୁଭୂତ ହୋଇଛି ମୃଦୁ ଭୂକମ୍ପ । ଉତ୍ତରାଖଣ୍ତ ଚମୋଲି ଜିଲ୍ଲାର ଜୋସିମାଥରେ ଭୂକମ୍ପ ଅନୁଭୁତ ହୋଇଛି । ଯାହାର ତୀବ୍ରତା ରିକ୍ଟର ସ୍କେଲରେ 4.6 ରେକର୍ଡ କରାଯାଇଛି । ଏନେଇ ନ୍ୟାସନାଲ ସେସ୍ମୋଲୋଜି ସେଣ୍ଟର ପକ୍ଷରୁ ସୂଚନା ମିଳିଛି । ତେବେ ଏଥିରେ କିଛି କ୍ଷୟକ୍ଷତି ହୋଇନଥିବା ବେଳେ ମୃତାହତ ନେଇ କୈଣସି ଖବର ଏ ପର୍ଯ୍ୟନ୍ତ ମିଳିନାହିଁ।
ସୂଚନା ଅନୁସାରେ ଉତ୍ତରାଖଣ୍ତ ଚମୋଲି ଜିଲ୍ଲାର ଜୋସିମାଥର ଶନିବାର ସକାଳ 5.58 ରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପ ଯୋଗୁଁ ଲୋକେ ଭୟଭୀତ ହୋଇପଡିଥିଲେ । ଏପରିକି ନିଜ ଘର ଛାଡି ବାହାରକୁ ଚାଲିଆସିଥିଲେ । ଚମୋଲି ଜିଲ୍ଲାର ହୋଇଥିବା ଭୂକମ୍ପର ପ୍ରଭାବ ରୁଦ୍ରପ୍ରୟାଗ, ବାଗେଶ୍ୱର ଏବଂ ଉଦାମ ସିଂନାଗରରେ ମଧ୍ୟ ଦେଖିବାକୁ ମିଳିଥିଲା। ଉତ୍ତରାଖଣ୍ତରେ ଅନେକ ସମୟରେ ଭୂକମ୍ପ ଓ ଭୂସ୍ଖଳନ ଭଳି ପ୍ରାକୃତିକ ବିପର୍ଯ୍ୟୟ ହୋଇଯାଏ । ଏପରିକି ଅନେକ ସମୟରେ ଏକାଧିକ ଜୀବନ ମଧ୍ୟ ଯାଇଥାଏ । ତେବେ ଭୂକମ୍ପର ଗଭୀରତା 5.0 କିଲୋମିଟର ଥିବା ଜଣାପଡିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ