ETV Bharat / bharat

Earthquake in North india: ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ, ଆଫଗାନିସ୍ତାନ କେନ୍ଦ୍ରସ୍ଥଳ, ଘରୁ ବାହାରି ଆସିଲେ ଲୋକେ

author img

By

Published : Mar 21, 2023, 10:57 PM IST

ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ । ଆଫଗାନିସ୍ତାନ କେନ୍ଦ୍ରସ୍ଥଳ । ପାକିସ୍ତାନରେ ମଧ୍ୟ ପ୍ରଭାବ । ଅଧିକ ପଢନ୍ତୁ

ଭୂକମ୍ପରେ ଥରିଲା ରାଜଧାନୀ ଦିଲ୍ଲୀ ସମେତ ଉତ୍ତର ଭାରତ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀ ସମତେ ଉତ୍ତର ଭାରତରେ ଭୂକମ୍ପର ଝଟକା । ଦିଲ୍ଲୀ ଏନସିଆର ସମେତ ଜମ୍ମୁ କାଶ୍ମୀର, ଉତ୍ତର ପ୍ରଦେଶ, ହରିୟାଣା, ପଞ୍ଜାବ, ଉତ୍ତରାଖଣ୍ଡ ସମେତ ଏକାଧିକ ଉତ୍ତର ଭାରତ ରାଜ୍ୟରେ ଏହି ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ କମ୍ପନର ତୀବ୍ରତା 7.8 ମ୍ୟାଗ୍ନିଚ୍ଯୁଡ ହୋଇଥିବା ନେଇ ରେକର୍ଡ ହୋଇଛି । ସମଗ୍ର ଉତ୍ତର ଭାରତରେ କମ୍ପନ ଅନଭୂତ ହୋଇଥିବା ବେଳେ କ୍ଷୟକ୍ଷତିର ସୂଚନା ସାମ୍ନାକୁ ଆସିନାହିଁ । ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ବୋଲି ଜଣାପଡିଛି ।

  • Earthquake shocks in Islamabad, Lahore and Peshawar: Pakistan's ARY News reports

    — ANI (@ANI) March 21, 2023 " class="align-text-top noRightClick twitterSection" data=" ">

ଆଜି ବିଳମ୍ବିତ ସଂଧ୍ୟାରେ ଏହି ଭୂକମ୍ପର ଝଟକା ଅନୁଭୂତ ହୋଇଥିଲା । ଏଥିରେ ରାଜଧାନୀ ଦିଲ୍ଲୀ ସମେତ ବିଭିନ୍ନ ସ୍ଥାନରେ ଲୋକେ ଘରୁ ବାହାରି ଆସିଥିଲେ । ତେବେ ଭାରତରେ କ୍ଷୟକ୍ଷତିର ପ୍ରାଥମିକ ସୂଚନା ନଥିଲା ବେଳେ ଆଫଗାନିସ୍ତାନ, ପାକିସ୍ତାନରେ ଅଧିକ କମ୍ପନ ଅନୁଭୂତ ହୋଇଥିବା ସୂଚନା ମିଳିଛି । ଭୂକମ୍ପର କେନ୍ଦ୍ରସ୍ଥଳ ଆଫଗାନିସ୍ତାନ ବୋଲି କୁହାଯାଉଛି । ସେଠାରେ ଅଧିକ କ୍ଷୟକ୍ଷତି ହୋଇଥିବା ନେଇ ଅନୁମାନ କାରଯାଉଥିଲେ ସୁଦ୍ଧା ବର୍ତ୍ତମାନ କୌଣସି ସୂଚନା ସ୍ପଷ୍ଟ ହୋଇନି ।

ଗତମାସ ଫେବୃଆରୀ 6 ତାରିଖରେ ତୁର୍କୀ ଓ ସିରିଆରେ ହୋଇଥିବା ପ୍ରଳୟଙ୍କାରୀ ଭୂକମ୍ପ ଅନୁଭୂତ ହୋଇଥିଲା । ତୁର୍କୀ ଓ ସିରିଆରେ ମୃତ୍ୟୁସଂଖ୍ୟା ପ୍ରାୟ 40 ହଜାର ପ୍ରାଣ ହରାଇଥିଲେ । ସ୍ଥିତି ଏତେ ସାଙ୍ଘାତିକ ହୋଇଥିଲା ଯେ,ପ୍ରକୃତ ମୃତାହତ ସଂଖ୍ୟା ଓ କ୍ଷୟକ୍ଷତି ସମ୍ପର୍କରେ ସଠିକ୍‌ ଆକଳନ କରିବା ମଧ୍ୟ ସମ୍ଭବପର ନଥିଲା । ଏହାରି ମଧ୍ୟରେ ଜାତିସଂଘ ପ୍ରକାଶ କରିଥିବା ଏକ ଆନୁମାନିକ ରିପୋର୍ଟ ମୃତ୍ଯୁ ସଂଖ୍ୟା ପ୍ରାୟ 50 ହଜାରରୁ ଅଧିକ ବୋଲି ଦର୍ଶାଯାଇଥିଲା । ଏବେ ସୁଦ୍ଧା ମଧ୍ଯ ପ୍ରକୃତ ମୃତ୍ୟୁ ସଂଖ୍ୟା ନେଇ ସ୍ପଷ୍ଟ ହୋଇନି ।

ଭାରତ ସମେତ ବିଭିନ୍ନ ଦେଶରୁ ପଠାଯାଇଥିବା ଉଦ୍ଧାରକାରୀ ଟିମ ଯୁଦ୍ଧକାଳୀନ ଭିତ୍ତିରେ ଉଦ୍ଧାର ଅପରେସନ କରିଥିଲେ । ତୁର୍କୀର ପ୍ରାୟ 10ଟି ପ୍ରଦେଶ ଭୂକମ୍ପରେ ବିଶେଷ ଭାବେ ପ୍ରଭାବିତ ହୋଇଥିଲା । ବଡ଼ବଡ଼ ସହର ଏବେ କଂକ୍ରିଟ ଧ୍ବଂସସ୍ତୁପରେ ପରିଣତ ହୋଇଯାଇଥିଲା । ଯୋଗାଯୋଗ ଭିତ୍ତିଭୂମି ସବୁ କିଛି ନଷ୍ଟ ହୋଇଯାଇଥିଲା । ଲକ୍ଷଲକ୍ଷ ଘର ମାଟିରେ ମିଶି ଯାଇଥିବାରୁ କୋଟିକୋଟି ଲୋକେ ଏବେ ବାସହରା ହୋଇପଡିଥିଲେ । ପ୍ରବଳ ଥଣ୍ଡା ଓ ଅନ୍ଧାରରେ ରିଲିଫ୍‌ କ୍ୟାମ୍ପ ଓ ଖୋଲା ଆକାଶ ତଳେ ଜୀବନ ବିତାଇଥିଲେ ଭୂକମ୍ପ ପୀଡିତ । ଏବେ ସେଠାରେ ସ୍ଥିତିରେ ଧିରେ ଧିରେ ସ୍ବାଭାବିକତା ଫେରୁଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.