ନୂଆଦିଲ୍ଲୀ: ମଙ୍ଗଳବାର ବିଳମ୍ବିତ ରାତିରେ ନେପାଳରେ ବଡ ଧରଣର ଅନୁଭୂତ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୬.୩ ରୋକର୍ଡ କରାଯାଇଥିଲା । ବିଳମ୍ବିତ ରାତି ପ୍ରାୟ ୧.୫୭ ମିନିଟରେ ଏହି ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ନେପାଳର ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ପ୍ରଭାବ ଦିଲ୍ଲୀ ଏବଂ ଏହାର ଆଖପାଖ ଅଞ୍ଚଳରେ ମଧ୍ୟ ଅନୁଭୂତ ହୋଇଥିଲା ।
ଭୂକମ୍ପ ନେଇ କଣ କହୁଛନ୍ତି ଦିଲ୍ଲୀବାସୀ
ଏନେଇ ଜଣେ ଯାତ୍ରୀ କହିଛନ୍ତି,"ଆମେ ଅଟୋରୁ ଓହ୍ଲାଉଥିବା ସମୟରେ ଭୂକମ୍ପ ଅନୁଭବ କରିପାରିଥିଲୁ । ଅଟୋ ଡ୍ରାଇଭର ମଧ୍ୟ ଭୟଭୀତ ହୋଇପଡିଥିଲା । କିଛି ସମୟ ପାଇଁ ସବୁ ଥରି ଉଠିଥିଲା ।"
ଆଉ ଜଣେ ଅଟୋ ଡ୍ରାଇଭର ରଞ୍ଜନ କହିଛନ୍ତି,"ମୁଁ ଜଣେ ଯାତ୍ରୀକୁ ନେଇ ଯାଉଥିବା ସମୟରେ ଭୂକମ୍ପ ଅନୁଭବ କରିପାରିଥିଲି । ଫଳରେ ଯାତ୍ରୀମାନଙ୍କୁ ଅଟୋରୁ ବାହାରକୁ ଆସିବାକୁ କହିଥିଲି । ଏବଂ କିଛି ସମୟ ପାଇଁ ମୁଁ ସ୍ଥିର ହୋଇ ଗୋଟିଏ ଜାଗାରେ ରହିଯାଇଥିଲି ।"
ଜଣେ ସଲମାନ ନାମକ ଟ୍ୟାକ୍ସି ଡ୍ରାଇଭର କହିଛନ୍ତି, "ଆମେ ଭୂମି ଥରିବାର ଅନୁଭବ କରିଥିଲୁ । କିଛି ଲୋକ ଅନୁଭବ କରିଥିବା ବେଳେ କିଛି କରିପାରିନଥିଲେ । ନୋଏଡାରେ ରାସ୍ତାରେ ରହିଥିବା ଲୋକେ ଏହାର ପ୍ରଭାବ ଜାଣିପାରିଥିଲେ ।"
ଏହା ମଧ୍ୟ ପଢନ୍ତୁ: ଶକ୍ତିଶାଳୀ ଭୂକମ୍ପରେ ଥରିଲା ନେପାଳ, ୬ ମୃତ
ଜଣେ କର୍ପୋରେଟ କର୍ମଚାରୀ ବ୍ୟକ୍ତି କହିଛନ୍ତି, "ଭୂକମ୍ପ ଅନୁଭୂତ ହେବା ପରେ କାର୍ଯ୍ୟାଳୟର ଆଲାରାମ ବନ୍ଦ ହୋଇଯାଇଥିଲା ଏବଂ ଆମେ ସାଙ୍ଗେସାଙ୍ଗେ ଘରୁ ବାହାରି ଆସିଥିଲୁ । କମ୍ପାନୀ ପକ୍ଷରୁ ସତର୍କତା ଅବଲମ୍ବନ କରାଯାଇଥିଲା । ଭୂକମ୍ପ ଭୟଙ୍କର ଥିଲା । ଆମେ ସମସ୍ତ କର୍ମଚାରୀ ଦୌଡି ବାହରକୁ ଆସିଯାଇଥିଲୁ ।"
ଭୂକମ୍ପ ସମୟରେ କାର୍ଯ୍ୟରତ ଥିବା ଆଉ ଜଣେ କର୍ମଚାରୀ ସୂରଜ କହିଛନ୍ତି, "ମୁଁ ୧୦ ମିନିଟ ପାଇଁ ବାହରକୁ ଆସିଯାଇଥିଲି । ଭୂକମ୍ପ ସମୟରେ ମୁଁ କଫି ପିଉଥିଲି । ସେହି ସମୟରେ ମୋର ସିଟ୍ ଥରି ଉଠିଥିଲା । ଏହାପରେ ଅଫିସର ଘଣ୍ଟି ବାଜିଥିଲା । ଫଳରେ ଆମେ ଭୟଭୀତ ହୋଇ ଦୌଡି ବାହାରକୁ ଆସିଯାଉଥିଲୁ । ୧୦ ମିନିଟ ବାହାରେ ରହିବା ପରେ ଆମେ ପୁଣି ଅଫିସ ଯାଇଥିଲୁ ।"
କହିରଖୁଛୁ ଯେ,ମଙ୍ଗଳବାର ବିଳମ୍ବିତ ରାତି ପ୍ରାୟ ୧.୫୭ ମିନିଟରେ ନେପାଳ, ମଣିପୁରରେ ଶକ୍ତିଶାଳୀ ଭୂକମ୍ପ ଅନୁଭୂତ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ରେକର୍ଡ କରାଯାଇଛି । ଗୋଟିଏ ଦିନରେ ୩ଥର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା(3 Tremors in Past 24 Hours Hit Far-West Nepal) । ଫଳରେ ୬ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୫ଜଣ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ନେଇ ସୂଚନା ରହିଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ