ଚେନ୍ନାଇ: ବଙ୍ଗୋପସାଗରରେ ଭୂମିକମ୍ପର ଝଟକା । ମଙ୍ଗଳବାର ଦିନ ୧୨ଟା ୩୫ରେ ଏହି ଭୂମିକମ୍ପ ହୋଇଛି । ଭୂମିକମ୍ପର ତୀବ୍ରତା ୫.୧ ଥିବା ସେସମୋଲୋଜୀ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ତାମିଲନାଡୁ ରାଜଧାନୀ ଚେନ୍ନାଇର ପୂର୍ବ-ଦକ୍ଷିଣପୂର୍ବରୁ ୩୨୦ କିଲୋମିଟର ଦୂରରେ ରହିଛି ଭୂମିକମ୍ପର କେନ୍ଦ୍ରସ୍ଥଳୀ । ଜାତୀୟ ସେସମୋଲୋଜୀ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ବଙ୍ଗୋପସାଗରରେ ସୃଷ୍ଟି ଏହି ଭୂମିକମ୍ପ କାକିନାଡାର ଦକ୍ଷିଣ-ଦକ୍ଷିଣପୂର୍ବରେ ୧୬୯ କିଲୋମିଟର ଓ ରାଜମହେନ୍ଦ୍ରିର ୩୧୨ କିଲୋମିଟର ଦକ୍ଷଣ-ଦକ୍ଷିଣପୂର୍ବ ଅଞ୍ଚଳରେ ଭୂମିରୁ ୧୦ କିଲୋମିଟର ତଳେ ଅନୁଭୂତ ହୋଇଛି ।
ଦକ୍ଷିଣ ଚେନ୍ନାଇରେ କିଛି ସମୟ ପାଇଁ ଭୂମିକମ୍ପର ଝଟକା ଅନୁଭୂତ ହୋଇଥିଲା । ଭୂମିକମ୍ପ ଯୋଗୁଁ ଭୟରେ ଅଫିସରେ କାର୍ଯ୍ୟ କରୁଥିବା କର୍ମଚାରୀ ବାହାରକୁ ବାହାରି ଆସିଥିଲେ । ତେବେ ଭୂମିକମ୍ପକୁ ନେଇ ଏଯାଏଁ କୌଣସି ସୁନାମି ଆଲର୍ଟ ଦିଆଯାଇନାହିଁ ।