ETV Bharat / bharat

ପୁଣିଥରେ କତାର ଓ କୋହ୍ଲାପୁରରେ ଭୂମିକମ୍ପ ଝଟ୍‌କା

ମହାରାଷ୍ଟ୍ର କୋହ୍ଲାପୁର ସମେତ ଜମ୍ମୁ କଶ୍ମୀରର କତାରରେ ପୁଣିଥରେ ଭୂମିକମ୍ପ ହୋଇଛି । ଏଥିରେ କୌଣସି କ୍ଷୟକ୍ଷତି ହୋଇନଥିବା ସୂଚନା ମିଳିଛି । ଅଧିକ ପଢନ୍ତୁ

author img

By

Published : Aug 26, 2022, 7:03 AM IST

ପୁଣିଥରେ କତାର ଓ କୋହ୍ଲାପୁରରେ ଭୂମିକମ୍ପ ଝଟ୍‌କା
ପୁଣିଥରେ କତାର ଓ କୋହ୍ଲାପୁରରେ ଭୂମିକମ୍ପ ଝଟ୍‌କା

ମୁମ୍ବାଇ: ପୁଣିଥରେ ମହାରାଷ୍ଟ୍ରର କୋହ୍ଲାପୁରରେ ଭୂମିକମ୍ପ(earthquake hits Kolhapur) ଝଟ୍‌କା ଲାଗିଛି । ଗୁରୁବାର ମଧ୍ୟରାତ୍ରିରେ କୋହ୍ଲାପୁରରେ ମୃଦୁ ଭୂମିକମ୍ପ ଅନୁଭୂତ ହୋଇଛି । ରାତି ପ୍ରାୟ ୨ଟା ୨୧ ମିନିଟ୍ ସମୟରେ ଏହି ଭୂମିକମ୍ପ ଆସିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୩.୯ ରେକର୍ଡ କରାଯାଇଛି । ବୁଧବାର ମଧ୍ୟରାତ୍ରିରେ ମଧ୍ୟ ଏଠାରେ ୩.୪ ତୀବ୍ରତାର ମୃଦୁ ଭୂମିକମ୍ପ ଅନୁଭୂତ ହୋଇଥିଲା । ଗୁରୁବାର ହୋଇଥିବା ଭୂମିକମ୍ପର ଗଭୀରତା ଭୂପୃଷ୍ଠରୁ ୧୦ କିମି ତଳେ ଚିହ୍ନଟ ହୋଇଛି । ଏହାର କେନ୍ଦ୍ରସ୍ଥଳ କୋହ୍ଲାପୁରରୁ ୧୭୧ କିମି ଦୂର ପୂର୍ବରେ ରହିଛି । ତେବେ ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ଘଟିନଥିବାର ସୂଚନା ମିଳିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର(National Centre for Seismology) ପକ୍ଷରୁ ଏନେଇ ସୂଚନା ଦିଆଯାଇଛି ।

ଅନ୍ୟପଟେ ଜମ୍ମୁ-କଶ୍ମୀର କତାରରେ ମଧ୍ୟ ପୁଣିଥରେ ଭୂମିକମ୍ପ ଆସିଛି । ଆଜି(ଶୁକ୍ରବାର) ଭୋର୍ ପାଖାପାଖି ସାଢେ ୩ଟା ସମୟରେ କତାର ଠାରେ ଭୂମିକମ୍ପ ସଂଗଠିତ ହୋଇଛି । ଏହାର ତୀବ୍ରତା ରିକ୍ଟର ସ୍କେଲରେ ୩.୪ ରେକର୍ଡ କରାଯାଇଥିବା ବେଳେ ଗଭୀରତା ମାଟିରୁ ୫ କିମି ତଳେ ରହିଛି । କତାରର ୬୨ କିଲୋମିଟର ପୂର୍ବ-ଉତ୍ତର-ପୂର୍ବରେ ହୋଇଥିବା ଏହି ଭୂକମ୍ପ ଯୋଗୁଁ କାହାର କିଛି କ୍ଷତି ହୋଇନାହିଁ । ଭୂକମ୍ପ ବିଜ୍ଞାନ କେନ୍ଦ୍ର ଏହି ସୂଚନା ଦେଇଛି ।

ଏହାମଧ୍ୟ ପଢନ୍ତୁ: ମହାରାଷ୍ଟ୍ର ସମେତ ଜମ୍ମୁ କଶ୍ମୀରରେ ଭୂମିକମ୍ପ ଝଟ୍‌କା

ଏହାପୂର୍ବରୁ ବୁଧବାର ବିଳମ୍ବିତ ରାତିରେ ଜମ୍ମୁ-କାଶ୍ମୀର କତାରରେ ଦୁଇ ଦୁଇଥର ଭୂମିକମ୍ପ ଅନୁଭୂତ ହୋଇଥିଲା । ପ୍ରଥମେ ବିଳମ୍ବିତ ରାତି ପ୍ରାୟ ୧୧ଟା ସମୟରେ କତାରରେ ଭୂକମ୍ପ ସଂଗଠିତ ହୋଇଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ର ୪.୧ ରେକର୍ଡ କରାଯାଇଥିଲା । ଏହାର କିଛି ସମୟ ପରେ ରାତି ପ୍ରାୟ ୧୧ଟା ୫୨ ମିନିଟ୍ ସମୟରେ ପୁଣି ଏଠାରେ ୩.୧ ତୀବ୍ରତାର ଭୂକମ୍ପ ଆସିଥିଲା । ଦୁଇଟି ଯାକ ଭୂକମ୍ପରେ କୌଣସି ଧନଜୀବନ କ୍ଷତି ହୋଇନଥିଲା ।

ଉଲ୍ଲେଖଯୋଗ୍ୟ, ରିକ୍ଟର ସ୍କେଲରେ ୨.୦ କିମ୍ବା ତା' ଠାରୁ କମ୍ ତୀବ୍ରତା ଭୂମିକମ୍ପକୁ ମାଇକ୍ରୋଆର୍ଥକ୍ବେକ୍ (microearthquake) କୁହାଯାଏ । ଏହାକୁ ସାଧାରଣ ଲୋକେ ଅନୁଭବ କରିପାରନ୍ତି ନାହିଁ । ୩.୦ ରୁ ୩.୯ ତୀବ୍ରତାର ଭୂମିକମ୍ପକୁ ମାଇନର କୁହାଯାଏ । ସେହିପରି ୪.୦ରୁ ୪.୯ ତୀବ୍ରତା ସମ୍ପନ୍ନ ଭୂମିକମ୍ପକୁ ଲାଇଟ୍ ଆର୍ଥକ୍ବେକ୍ କୁହନ୍ତି । ୫ରୁ ୬ ତୀବ୍ରତା ଭୂମିକମ୍ପରେ ଆଂଶିକ କ୍ଷୟକ୍ଷତି ଘଟିପାରେ । ୭ ତୀବ୍ରତା ସମ୍ପନ୍ନ ଭୂମିକମ୍ପ ଅଧିକ କ୍ଷତି କରିଥାଏ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.