ETV Bharat / bharat

ଭୂମିକମ୍ପରେ ଥରିଲା ଭାରତର ଭୂସ୍ବର୍ଗ

author img

By

Published : Jan 9, 2023, 10:50 AM IST

ଜମ୍ମୁ କାଶ୍ମୀରର କିସ୍ତିଓ୍ବାରେ ଭୂକମ୍ପ ଝଟକା ଅନୁଭୂତ । କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ । ଅଧିକତ ପଢନ୍ତୁ

Earthquake hits in Jammu and Kashmir
Earthquake hits in Jammu and Kashmir

ଶ୍ରୀନଗର: ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା(Earthquake hits in Jammu and Kashmir) । ରବିବାର ବିଳମ୍ବିତ ରାତିରେ ଜମ୍ମୁ କାଶ୍ମୀରର କିସ୍ତିଓ୍ବାରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟଟର ସ୍କେଲରେ ୩.୬ ମ୍ୟାଗ୍ନିଚ୍ୟୁଡ ରହିଥିବା ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂକମ୍ପ କେନ୍ଦ୍ର ବିଜ୍ଞାନ (National Center for Seismology) ତରଫରୁ ସୂଚନା ପ୍ରଦାନ କରାଯାଇଛି ।

ଗତକାଲି(ରବିବାର) ରାତି ପ୍ରାୟ ୧୧ଟା ୧୫ କିସ୍ତଓ୍ବାରେ ଭୂକମ୍ପ ହୋଇଥିଲା । ଯାହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଏହାର ଅକ୍ଷାଂଶ ୩୩.୫୪ ଏବଂ ଦ୍ରାଘିମା ୭୬.୨୪ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇଥିବା ନେଇ କୌଣସି ସୂଚନା ହସ୍ତଗତ ହୋଇନାହିଁ ।

ଏହା ମଧ୍ୟ ପଢନ୍ତୁ-Vande Bharat Express: ପଶ୍ଚିମବଙ୍ଗରେ ୩ୟ ଥର ଲାଗି ଟ୍ରେନ ଉପରେ ପଥର ମାଡ଼

ଏହା ପୂର୍ବରୁ ନୂଆ ବର୍ଷରେ ଦିଲ୍ଲୀ ଏନସିଆର ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲରେ ୩.୮ମ୍ୟାଗ୍ନିଚ୍ୟୁଡ ରେକର୍ଡ କରାଯାଇଥିଲା । ହରିୟାଣାର ଉତ୍ତର-ପଶ୍ଚିମରେ ଏହି ଭୂକମ୍ପର କେନ୍ଦ୍ରସ୍ଥଳ ଚିହ୍ନଟ ହୋଇଥିଲା । ପରେ ପୁଣି ଜାନୁଆରୀ ୫ ତାରିଖରେ ଦିଲ୍ଲୀ ଓ ଏନସିଆର ଅଞ୍ଚଳରେ ଭୂକମ୍ପ ହୋଇଥିବା ସୂଚନା ମିଳିଥିଲା । ଏହାର ତୀବ୍ରତା ୫.୬ ମ୍ୟାଗ୍ନିଚ୍ୟୁଡର ରେକର୍ଡ କରାଯାଇଥିବା ବେଳେ କେନ୍ଦ୍ରସ୍ଥଳ ଆଫଗାନିସ୍ତାନର ଫୈଜାବାଦ ବୋଲି ଚିହ୍ନଟ କରିଥିଲା ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) । ସେହିପରି ଏହି ଶକ୍ତିଶାଳୀ ଭୂକମ୍ପ ଭୂପୃଷ୍ଠରୁ ପ୍ରାୟ ୨୦୦ କିଲୋମିଟର ଗଭୀରରେ ସୃଷ୍ଟି ହୋଇଥିବା ମଧ୍ୟ ସୂଚନା ରହିଛି । ତେବେ ଗତ ସପ୍ତାହ ମଧ୍ୟରେ ରାଜଧାନୀରେ ଅନୁଭୂତ ହୋଇଥିବା ଏହା ହେଉଛି ଦ୍ବିତୀୟ ଭୂକମ୍ପ । ସେହିପରି ନଭେମ୍ବର ୧୨ରେ ମଧ୍ୟ ଦିଲ୍ଲୀ ଏନସିଆରରେ ଭୂକମ୍ପ ଅନୁଭୂତ ହୋଇଥିଲା ।

ଜାନୁଆରୀ ୨ତାରିଖରେ ମେଘାଳୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଥିଲା । ଯାହାର ତୀବ୍ରତା ରିକ୍ଟର ସ୍କେଲ୍‌ରେ ୩.୨ ହୋଇଥିବା ରେକର୍ଡ କରାଯାଇଥିବା ବେଳେ ଏହାର କେନ୍ଦ୍ରସ୍ଥଳ ମେଘାଳୟ ନଙ୍ଗପୋହର ପୂର୍ବ-ଉତ୍ତର-ପୂର୍ବର ୬୦ କିଲୋମିଟର ଦୂରରେ ଅବସ୍ଥିତ । ଏହାର ଗଭୀରତା ୧୦ କିଲୋମିଟର ରହିଥିବା ବେଳେ ଅକ୍ଷାଂଶ ୨୬.୦୩ ଏବଂ ଦ୍ରାଘିମା ୯୨.୪୧ରହିଥିଲା । ଭୂକମ୍ପରେ କୌଣସି କ୍ଷୟକ୍ଷତି ହୋଇନଥିବା ଜଣାପଡିଥିଲା ।

ସେହିପରି ଗତବର୍ଷ ଜାନୁଆରୀ ମାସରେ ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା ଅନୂଭୁତ ହୋଇଲା । ଏହାର ତୀବ୍ରତା ୫.୧ ଥିବା ରେକର୍ଡ କରାଯାଇଥିବା ବେଳେ ଏହାର ଗଭୀରତା ୨୧୬ କିଲୋମିଟର ରେକର୍ଡ କରାଯାଇଥିଲା । ଏହି ଶକ୍ତିଶାଳୀ ଭୂକମ୍ପରେ କ୍ଷୟକ୍ଷତି ହୋଇନଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.