ରାୟପୁର/ଇମ୍ଫାଲ: ଛତିଶଗଡ ଏବଂ ମଣିପୁରରେ ଭୂକମ୍ପ ଝଟକା । ସକାଳ ୮ଟା ୫୨ ମିନିଟ ସମୟରେ ମଣିପୁରରେ ଭୂକମ୍ପ ହୋଇଥିବା ବେଳେ ୧୦ଟା ୨୮ ମିନିଟ ସମୟରେ ଛତିଶଗଡରେ ଭୂକମ୍ପ ହୋଇଛି । ଛତିଶଗଡ ୩.୯ ତୀବ୍ରତାର ଭୂକମ୍ପ ଅନୁଭୂତ ହୋଇଥିବା ବେଳେ ମଣିପୁରରେ ୩.୯ ତୀବ୍ରତାର ଭୂକମ୍ପ ସଂଗଠିତ ହୋଇଥିଲା । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି ।
-
Earthquake of Magnitude:3.9, Occurred on 24-03-2023, 08:52:40 IST, Lat: 24.23 & Long: 93.86, Depth: 51 Km ,Location: 31km SSE of Moirang, Manipur, India for more information Download the BhooKamp App https://t.co/LnQGqMQloX@Indiametdept @ndmaindia @Dr_Mishra1966 @Ravi_MoES pic.twitter.com/Zw3sEMOEUi
— National Center for Seismology (@NCS_Earthquake) March 24, 2023 " class="align-text-top noRightClick twitterSection" data="
">Earthquake of Magnitude:3.9, Occurred on 24-03-2023, 08:52:40 IST, Lat: 24.23 & Long: 93.86, Depth: 51 Km ,Location: 31km SSE of Moirang, Manipur, India for more information Download the BhooKamp App https://t.co/LnQGqMQloX@Indiametdept @ndmaindia @Dr_Mishra1966 @Ravi_MoES pic.twitter.com/Zw3sEMOEUi
— National Center for Seismology (@NCS_Earthquake) March 24, 2023Earthquake of Magnitude:3.9, Occurred on 24-03-2023, 08:52:40 IST, Lat: 24.23 & Long: 93.86, Depth: 51 Km ,Location: 31km SSE of Moirang, Manipur, India for more information Download the BhooKamp App https://t.co/LnQGqMQloX@Indiametdept @ndmaindia @Dr_Mishra1966 @Ravi_MoES pic.twitter.com/Zw3sEMOEUi
— National Center for Seismology (@NCS_Earthquake) March 24, 2023
ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ଦିଆଯାଇଥିବା ସୂଚନାଅନୁସାରେ, ମଣିପୁରରେ ସକାଳ ୮ଟା ୫୨ ମିନିଟରେ ଭୂକମ୍ପ ହୋଇଥିଲା । ମଣିପୁର ମୋଇରାଙ୍ଗର ଦକ୍ଷିଣ ପୂର୍ବ ଦିଗର ୩୧ କିଲୋମିଟର ଦୂରରେ ଏହି ଭୂକମ୍ପ ହୋଇଥିଲା । ରିକ୍ଟର ସ୍କେଲରେ ତୀବ୍ରତା ୩.୯ ରେକର୍ଡ କରାଯାଇଛି । ଭୂକମ୍ପର ଗଭୀରତା ୫୧ କିଲୋମିଟର ରେକର୍ଡ କରାଯାଇଥିବା ବେଳେ ଅକ୍ଷାଂଶ ୨୪.୨୩ ଏବଂ ଦ୍ରାଘିମା ୯୩.୮୬ ରେକର୍ଡ କରାଯାଇଛି । ତେବେ ଭୂକମ୍ପ ନେଇ ବର୍ତ୍ତମାନ ସୁଦ୍ଧା କୌଣସି କ୍ଷୟକ୍ଷତି ନେଇ ସୂଚନା ହସ୍ତଗତ ହୋଇନାହିଁ । ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।
-
Earthquake of Magnitude:3.9, Occurred on 24-03-2023, 10:28:32 IST, Lat:23.08 & Long:83.08, Depth: 10 Km ,Location: 12km WSW of Ambikapur, Chhattisgarh, India for more information Download the BhooKamp App https://t.co/7MrcpwpH8p@Dr_Mishra1966 @Ravi_MoES @ndmaindia @Indiametdept pic.twitter.com/DKm8hIjdA9
— National Center for Seismology (@NCS_Earthquake) March 24, 2023 " class="align-text-top noRightClick twitterSection" data="
">Earthquake of Magnitude:3.9, Occurred on 24-03-2023, 10:28:32 IST, Lat:23.08 & Long:83.08, Depth: 10 Km ,Location: 12km WSW of Ambikapur, Chhattisgarh, India for more information Download the BhooKamp App https://t.co/7MrcpwpH8p@Dr_Mishra1966 @Ravi_MoES @ndmaindia @Indiametdept pic.twitter.com/DKm8hIjdA9
— National Center for Seismology (@NCS_Earthquake) March 24, 2023Earthquake of Magnitude:3.9, Occurred on 24-03-2023, 10:28:32 IST, Lat:23.08 & Long:83.08, Depth: 10 Km ,Location: 12km WSW of Ambikapur, Chhattisgarh, India for more information Download the BhooKamp App https://t.co/7MrcpwpH8p@Dr_Mishra1966 @Ravi_MoES @ndmaindia @Indiametdept pic.twitter.com/DKm8hIjdA9
— National Center for Seismology (@NCS_Earthquake) March 24, 2023
ଅନ୍ୟପଟେ ସକାଳ ୧୦ଟା ୨୮ ମିନିଟ ସମୟରେ ଛତିଶଗଡରେ ଭୂକମ୍ପ ଅନୁଭୂତ ହୋଇଥିଲା । ଛତିଶଗଡର ଅମ୍ବିକାପୁରରେ ଭୂକମ୍ପର କେନ୍ଦ୍ରସ୍ଥଳ ରହିଥିଲା । ରିକ୍ଟର ସ୍କେଲର ତୀବ୍ରତା ୩.୯ ରେକର୍ଡ କରାଯାଇଥିବା ବେଳେ ଗଭୀରତା ୧୦ କିମି ରେକର୍ଡ କରାଯାଇଛି । ଏନେଇ ଜାତୀୟ ଭୂବିଜ୍ଞାନ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଭୂକମ୍ପର ଅକ୍ଷାଂଶ ୨୩.୦୮ ଏବଂ ଦ୍ରାଘିମା ୮୩.୦୮ ରେକର୍ଡ କରାଯାଇଛି । ତେବେ ଅମ୍ବିକାପୁରରେ କେନ୍ଦ୍ରସ୍ଥଳ ରହିଥିବା ବେଳେ ଏହାର ପ୍ରଭାବ ଆଖପାଖ ଅଞ୍ଚଳ ଉପରେ ମଧ୍ୟ ପଡିଥିଲା । ଘର ଥରି ଉଠିଥିବା ବେଳେ ଲୋକ ଭୟରେ ଘରୁ ବାହାରି ଆସିଥିଲେ । ତେବେ ଭୂକମ୍ପ ଯୋଗୁଁ ଅମ୍ବିକାପୁରରେ କଣ କ୍ଷୟକ୍ଷତି ହୋଇଛି ସେନେଇ ସୂଚନା ହସ୍ତକ୍ଷେପ ହୋଇନାହିଁ ।
ପ୍ରକାଶଥାଇକି, ଏହା ପୂର୍ବରୁ ଫେବୃଆରୀ ୪ ତାରିଖରେ ମଣିପୁରରେ ଭୂକମ୍ପ ହୋଇଥିଲା । ମଣିପୁରର ଉଖରୁଲରେ ୪.୦ ତୀବ୍ରତା ବିଶିଷ୍ଟ ଭୂକମ୍ପ ହୋଇଥିଲା । ଅନ୍ୟପଟେ ଗତ ଜୁଲାଇ ମାସରେ ମଧ୍ୟପ୍ରଦେଶରେ ଭୂକମ୍ପ ଅନୁଭୂତ ହୋଇଥିଲା । ଭୂକମ୍ପର ତୀବ୍ରତା ୪.୩ ରହିଥିଲା ଅମ୍ବିକାପୁରର ପଶ୍ଚିମଉତ୍ତର ପଶ୍ଚିମ ଠାରୁ ୭୯ କିଲୋମିଟର ଦୂରରେ ଏହି ଭୂକମ୍ପ ଅନୁଭୂତ ହୋଇଥିଲା ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ