ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଜାତିସଂଘର ସୁରକ୍ଷା ପରିଷଦରେ ସମ୍ବୋଧିତ କରିବେ । ସଙ୍କଳ୍ପ 2532ର କାର୍ଯ୍ୟକାରିତାକୁ ନେଇ ସେ ନିଜର ଅଭିଭାଷଣ ରଖିବେ ।
2020 ଜୁଲାଇ 1 ତାରିଖରେ ସୁରକ୍ଷା ପରିଷଦ ଆପଣାଇଥିବା ସଙ୍କଳ୍ପ 2532 ବାବଦରେ ସେ ନିଜର ମନ୍ତବ୍ୟ ରଖିବେ । ଏହି ସଙ୍କଳ୍ପଟି କୋଭିଡ-19 ମହାମାରୀରେ ସାରା ବିଶ୍ବରେ ଦେଖାଦେଇଥିବା ପ୍ରଭାବ ଉପରେ ରହିଛି । ବିଶେଷ କରି ଯେଉଁଦେଶରେ ସେନାରେ ବିବାଦ ତଥା ବିବାଦ ପରର ପରିସ୍ଥିତି ଆଦି ବିବାଦରେ ରହିଛି ।
ସୂଚନାଥାଉକି, ଭାରତ ଜାତିସଂଘ ସୁରକ୍ଷା ପରିଷଦରେ ଦୁଇ ବର୍ଷ ପାଇଁ ଅସ୍ଥାୟୀ ସଦସ୍ୟତା ପାଇବା ପରେ ଏହା ବୈଦେଶିକ ମନ୍ତ୍ରୀଙ୍କ ପ୍ରଥମ ଅଭିଭାଷଣ ।
@ANI