ୱାଶିଂଟନ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଆମେରିକାର ଜାତୀୟ ସୁରକ୍ଷା ପରାମର୍ଶଦାତା (NSA) ଜେକ୍ ସୁଲିଭନଙ୍କୁ ଶୁକ୍ରବାର ଭେଟିଛନ୍ତି। ଏହି ଭେଟ ସମୟରେ ସେ ଅନେକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗରେ ଆଲୋଚନା କରିଥିବା ସୂଚନା ମିଳିଛି ।
ଜେକ୍ ସୁଲିଭନଙ୍କୁ ଭେଟି ଜୟଶଙ୍କର ଖୁସିବ୍ୟକ୍ତି କରିବା ସହିତ ଇଣ୍ଡୋ-ପାସିଫିକ ଓ ଆଫଗାନିସ୍ତାନ ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଛି ବୋଲି ଜୟଶଙ୍କର ଟ୍ବିଟ କରି କହିଛନ୍ତି । ଏହା ସହିତ ବିଶ୍ବ ମହାମାରୀ ଉପରେ ଭାରତ ଏବଂ ଆମେରିକା ମଧ୍ୟରେ ଏକ ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ସେ କହିଛନ୍ତି । ବୈଦେଶିକ ମନ୍ତ୍ରୀ ଜୟଶଙ୍କରଙ୍କ ସହିତ ହୋଇଥିବା ବୈଠକ ସମ୍ପର୍କରେ ମଧ୍ୟ ଜେକ ଟ୍ବିଟ କରିଛନ୍ତି ।
ଆମେରିକା ସରକାର ଭାରତକୁ 500 ଆମେରିକା ଡଲାର ଅନୁସାରେ ସହାୟତା ରାଶି ପ୍ରଦାନ କରିଛି । ତେବେ ଆମେ ସମସ୍ତେ ମିଶି ମହାମାରୀକୁ ହରାଇବା ବୋଲି ଜେକ କହିଛନ୍ତି । ଏହାସହିତ ଆମେରିକାର କମ୍ପାନୀଗୁଡିକ ମହାମାରୀ ପାଇଁ ଲଢିବାକୁ ଭାରତକୁ ଯୋଗାଉଛନ୍ତି । ଏହି କମ୍ପାନୀ ମୁଖ୍ୟଙ୍କ ସହିତ ମଧ୍ୟ ଜୟଶଙ୍କର ଆଲୋଚନା କରିଥିବା ଆମେରିକା-ଭାରତ ପରିଷଦ ପକ୍ଷରୁ ମଧ୍ୟ ଟ୍ବିଟ ଯୋଗେ ସୂଚନା ଦିଆଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ