ETV Bharat / bharat

ସାଉଦି-ଭାରତ ଦ୍ବିପାକ୍ଷିକ ଆଲୋଚନା, ସ୍ଥାନ ପାଇଲା ଆଫଗାନିସ୍ତାନ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

author img

By

Published : Sep 19, 2021, 9:59 PM IST

ସାଉଦି ଆରବ ବୈଦେଶିକ ମନ୍ତ୍ରୀ ଫୈସଲ ବିନ ଫରହାନ ଅଲ ସାଉଦଙ୍କ ସହ ଆଲୋଚନା କଲେ ବୈଦେଶିକ ମନ୍ତ୍ରୀ ଡ.ଏସ ଜୟଶଙ୍କର । ଆଫଗାନିସ୍ତାନ ସ୍ଥିତି ସହ ଅନ୍ୟ ପ୍ରମୁଖ ଦ୍ବିପାକ୍ଷିକ ପ୍ରସଙ୍ଗ ଉପରେ ହେଲା ଆଲୋଚନା । ନୂଆଦିଲ୍ଲୀସ୍ଥିତ ହାଇଦ୍ରାବାଦ ହାଉସରେ ଚାଲିଥିଲା ବୈଠକ । ଅଧିକ ପଢନ୍ତୁ....

ସାଉଦି ଆରବ କର୍ତ୍ତୁପକ୍ଷଙ୍କ ସହ ବୈଦେଶିକ ମନ୍ତ୍ରୀଙ୍କ ବୈଠକ, ସ୍ଥାନ ପାଇଲା ଆଫଗାନିସ୍ତାନ ସମେତ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ

ନୂଆଦିଲ୍ଲୀ: ବୈଦେଶିକ ବ୍ୟାପାର ମନ୍ତ୍ରୀ ଡ.ଏସ୍ ଜୟଶଙ୍କର ଓ ସାଉଦି ପ୍ରତିପକ୍ଷ ଫୈସଲ ବିନ ଫରହାନ ଅଲ ସାଉଦଙ୍କ ମଧ୍ୟରେ ଦ୍ବିପାକ୍ଷିକ ଆଲୋଚନା ହୋଇଛି । ଆଜି (ରବିବାର) ନୂଆଦିଲ୍ଲୀର ହାଇଦ୍ରାବାଦ ହାଉସରେ ଉଭୟ ଦେଶର କର୍ତ୍ତୃପକ୍ଷଙ୍କ ମଧ୍ୟରେ ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ନେଇ ଦ୍ବିପାକ୍ଷିକ ସମ୍ପର୍କ ଉପରେ ଆଲୋଚନା କରିଥିବାବେଳେ ଆଫଗାନିସ୍ତାନ ପ୍ରସଙ୍ଗକୁ ପ୍ରାଧାନ୍ୟ ଦେଇଛନ୍ତି ଉଭୟ ଦେଶ ।

କୋଭିଡ -19 ମହାମାରୀ ସମୟରେ ସାଉଦି ଆରବ ପକ୍ଷରୁ ଭାରତକୁ ଏହା ପ୍ରଥମ ମନ୍ତ୍ରୀସ୍ତରୀୟ ଗସ୍ତ । ଏହି ବୈଠକରେ ଦୁଇ ଦେଶ ମଧ୍ୟରେ ଏକାଧିକ ପ୍ରସଙ୍ଗରେ ସମ୍ପର୍କ ସୁଦୃଢୀକରଣ ଉପରେ ଗୁରୁତ୍ବ ଦିଆଯାଇଛି ।

ଦୁଇ ଦେଶ ମଧ୍ୟରେ ବାଣିଜ୍ୟ, ପୁଞ୍ଜି ନିବେଶ, ଶକ୍ତି, ପ୍ରତିରକ୍ଷା, ସୁରକ୍ଷା, ସଂସ୍କୃତି, କନସୁଲାର ପ୍ରସଙ୍ଗ, ସ୍ବାସ୍ଥ୍ୟସେବା ଏବଂ ମାନବ ସମ୍ବଳରେ ସହଭାଗୀତାକୁ ମଜବୁତ କରିବା ପାଇଁ ଆବଶ୍ୟକ ହେଉଥିବା ପଦକ୍ଷେପ ଉପରେ ଆଲୋଚନା ହୋଇଛି । ଏନେଇ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ସୂଚନା ମିଳଛି ।

ସାଉଦି ବୈଦେଶିକ ମନ୍ତ୍ରୀ ଏଚ ଏଚ ଫୈସଲ ବିନ ଫରହାନଙ୍କ ସହ ଏହି ବୈଠକ ଫଳପ୍ରଦ ତଥା ଆମର ରଣନୀତିକ ଭାଗିଦାରୀର ରାଜନୈତିକ, ସୁରକ୍ଷା ତଥା ସାମାଜିକ-ସାଂସ୍କୃତିକ କ୍ଷେତ୍ରରେ ୨ ପକ୍ଷର ସହଯୋଗ ବିଷୟ ସ୍ଥାନ ପାଇଛି । ଅନ୍ୟ ପ୍ରସଙ୍ଗ ଭାବେ ଆଫଗାନିସ୍ତାନ, ଗଲ୍ଫ ଏବଂ ଇଣ୍ଡୋ-ପ୍ରଶାନ୍ତ ମହାସାଗରୀୟ କ୍ଷେତ୍ର ମଧ୍ୟ ସ୍ଥାନ ପାଇଥିବା ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ଟ୍ବିଟ କରି ସୂଚନା ଦେଇଛନ୍ତି ।

ସେହିପରି ଅତିଥି ସାଉଦି ନେତାଙ୍କ ସହ ବ୍ୟାପକ ଆଲୋଚନାରେ ଜୟଶଙ୍କର ସାଉଦି ଆରବକୁ ସିଧାସଳଖ ବିମାନ ଚଳାଚଳ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ ଏବଂ ତାଙ୍କୁ କୋଭିଡ ମୁକାବିଲା କ୍ଷେତ୍ରରେ ପ୍ରଭାବୀ ଭବେ କାର୍ଯ୍ୟ କରିବାକୁ ପରାମର୍ଶ ମଧ୍ୟ ଦେଇଥିଲେ ।

ଅକ୍ଟୋବର 2019ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସାଉଦି ଆରବ ଗସ୍ତ ସମୟରେ ଦୁଇ ପକ୍ଷ ମଧ୍ୟରେ ସ୍ବାକ୍ଷରିତ ହୋଇଥିବା ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ କାଉନସିଲ୍ ଚୁକ୍ତିନାମାକୁ କାର୍ଯ୍ୟକାରୀ କରିବା ଉପରେ ମଧ୍ୟ ଦୁଇ ମନ୍ତ୍ରୀ ସମୀକ୍ଷା କରିଛନ୍ତି। କୋଭିଡ ମହାମାରୀ ସମୟରେ ଭାରତକୁ ସହଯୋଗ କରିଥିବାରୁ ଜୟଶଙ୍କର ସାଉଦି ଆରବ କର୍ତ୍ତୃପକ୍ଷଙ୍କୁ ପ୍ରଶଂସା କରିବା ସହ ମହାମାରୀ ସତ୍ତ୍ବେ ଜି -20 ର ସଫଳ ଆୟୋଜନ ପାଇଁ ମଧ୍ୟ ପ୍ରଶଂସା କରିଥିବା ଦେଖିବାକୁ ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.