ETV Bharat / bharat

ବୋଲେରୋକୁ ଧକ୍କା ଦେଲା ଦୁରନ୍ତ ଏକ୍ସପ୍ରେସ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ - ବୋଲେରୋକୁ ଧକ୍କା ଦେଲା ଦୁରନ୍ତ ଏକ୍ସପ୍ରେସ

ଆନ୍ଧ୍ରପ୍ରଦେଶ ଏଲୁରୁ ଜିଲ୍ଲାର ଭୁମାଡୋଲୁ ନିକଟରେ ଟ୍ରେନ ଦୁର୍ଘଟଣା । ଏକ ବୋଲେରୋକୁ ଧକ୍କା ଦେଇ ଦୁର୍ଘଟଣାଗ୍ରସ୍ତ ହେଲା ଦୁରନ୍ତ ଏକ୍ସପ୍ରେସ । ଅଧିକ ପଢନ୍ତୁ

Duronto Express hits Bolero
Duronto Express hits Bolero
author img

By

Published : Mar 30, 2023, 12:35 PM IST

ଅମରାବତୀ: ଆନ୍ଧ୍ରପ୍ରଦେଶରେ ଟ୍ରେନ ଦୁର୍ଘଟଣା । ନିୟମ ଭାଙ୍ଗି ବୋଲେରୋଟି ଟ୍ରାକ ପାର ହେଉଥିବା ବେଳେ ଧକ୍କା ଦେଲା ଟ୍ରେନ । ଦୁରନ୍ତ ଏକ୍ସପ୍ରେସ ଦୁର୍ଘଟଣା ହୋଇଥିବା ସୂଚନା । ଆନ୍ଧ୍ରପ୍ରଦେଶ ଏଲୁରୁ ଜିଲ୍ଲାର ଭୁମାଡୋଲୁ ନିକଟରେ ଏକ ଏସୟୁଭିକୁ ଧକ୍କା ଦେଇଥିବା ସୂଚନା ରହିଛି । ଟ୍ରେନଟି ସିକନ୍ଦରାବାଦରୁ ବିଶାଖାପାଟଣା ଆସୁଥିବା ବେଳେ ଭୋଟ ୩ଟା ବେଳେ ଏହି ଦୁର୍ଘଟଣା ହୋଇଛି । କାରଟି ରେଲଓ୍ବେ ଟ୍ରାକ ପାର ହେଉଥିବା ବେଳେ ଦ୍ରୁତ ବେଗରେ ଆସି ଦୁରନ୍ତ ଟ୍ରେନ ଧକ୍କା ଦେଇଥିଲେ । ତେବେ ବୋଲେରୋ ଗାଡି ସମ୍ପୁର୍ଣ୍ଣ ରୂପେ ଭାଙ୍ଗି ଯାଇଥିବା ବେଳେ ଯାତ୍ରୀମାନେ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଖବରପାଇ ଜିଆରପି ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସରକାରୀ ସୁତ୍ରରୁ ପ୍ରକାଶ ପାଇଛି ଯେ, ଦୁରନ୍ତ ଟ୍ରେନଟି ଆସୁଥିବା ବେଳେ ଭୁମାଡୋଲୁ ନିକଟରେ ଲେବୁଲ କ୍ରସିଂର ଗେଟ ପଡିଥିଲା । ଏହି ସମୟରେ ଏସୟୁଭି କାର ନିୟମ ଭାଙ୍ଗି ପାର ହେଉଥିବା ବେଳେ ଟ୍ରାକରେ ଫସିଯାଇଥିଲା କାର । ଫଳରେ ଆସୁଥିବା ଦୁରନ୍ତ ଏକ୍ସପ୍ରେସ କାରଟିକୁ ଧକ୍କା ଦେଇ ୧୦୦ ମିଟର ପରେ ଅଟକି ଥିଲା । ଏନେଇ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ଯେ," ଯେତେବେଳେ ଟ୍ରାକରେ ଟ୍ରେନଟି ଫସିଯାଇଥିଲା, କାରରେ ଥିବା ଯାତ୍ରୀ ଭୟଭୀତ ହୋଇଯାଇଥିଲେ । ଆଗରୁ ଟ୍ରେନ ଆସୁଥିବା ଦେଖି କାର ଛାଡି ଦୌଡି ପଳାଇଥିଲେ । ତେବେ ଦୁରନ୍ତ ଏକ୍ସପ୍ରେସ କାରରୁ ଧକ୍କା ଦେବା ପରେ ୧୦୦ ମିଟର ପର୍ଯ୍ୟନ୍ତ ଟାଣି ନେଇଯାଇଥିଲା । ତେବେ ଟ୍ରେନ ଧକ୍କା ଦେବା ପରେ କାରଟି ସମ୍ପୁର୍ଣ୍ଣ ଭାଙ୍ଗିଯାଇଥିବା ଦେଖାଦେଇଛି । "

ମିଳିଥିବା ସୂଚନା ଅନୁସାରେ, ଦୁର୍ଘଟଣାରେ ଟ୍ରେନର ଇଞ୍ଜିନ ମଧ୍ୟ କ୍ଷତିଗ୍ରସ୍ତ ହୋଇଛି । ତେଣୁ ୫ ଘଣ୍ଟା ଧରି ଉକ୍ତ ସ୍ଥାନରେ ଟ୍ରେନଟି ଅଟକି ରହିଥିଲା । ଫଳରେ ଉକ୍ତ ଟ୍ରାକ ଦେଇ ଯାତାୟତ କରୁଥିବା ଟ୍ରେନ ମଧ୍ୟ ବିଳମ୍ବ ହୋଇଥିଲା । ତେବେ ଟ୍ରେନଟି ୫ ଘଣ୍ଟା ବିଳମ୍ବ ହେବା ଫଳରେ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ । କିଛି ଯାତ୍ରୀ ଅନ୍ୟ କୌଣସି ବ୍ୟବସ୍ଥା କରି ଗନ୍ତବ୍ୟସ୍ଥଳକୁ ଯାଇଥିଲେ । ତେବେ ଟ୍ରେନଟି ବଡ ଦୁର୍ଘଟଣାରୁ ବର୍ତ୍ତିଯାଇଥିବା ନେଇ ଜଣେ ଅଧିକାରୀ କହିଛନ୍ତି ।

ତେବେ ଖବରପାଇ ରେଲୱେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାରର ନମ୍ବର ପ୍ଲେଟକୁ ଆଧାର କରି ମାଲିକ ପାଖରେ ପହଞ୍ଚିବା ପାଇଁ ଚେଷ୍ଟା କରୁଛି ପୋଲିସ । ଏହାସହ କେଉଁ ପରିସ୍ଥିତିରେ ଗେଟ ପଡିବା ସତ୍ତ୍ବେ ମଧ୍ୟ ଡ୍ରାଇଭର ଜଣକ ରାସ୍ତା ପାର ହେଉଥିଲେ ସେନେଇ ତଦନ୍ତ କରାଯାଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.