ETV Bharat / bharat

PM Modi us Visit: ଭାରତ-ଆମେରିକା ଲଢୁଆ ବିମାନ ଇଞ୍ଜିନ ନିର୍ମାଣ ଡିଲ୍, ବଢିବ ତେଜସ୍-ଘାତକ ଶକ୍ତି - ଆମେରିକାରେ ପ୍ରଧାନମନ୍ତ୍ରୀ

ଆମରିକା ଓ ଭାରତ ମିଳିତ ଭାବେ ନିର୍ମାଣ କରିବେ ଜେଟ ଇଞ୍ଜିନ । ପ୍ରଧାନମନ୍ତ୍ରୀଙ୍କ ଗସ୍ତ ସମୟରେ ଆମେରିକାର ଜେନେରାଲ ଏଲେକ୍ଟ୍ରିକ୍ସ ଏରୋସ୍ପେଶ ଓ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ (HAL) ମଧ୍ୟରେ ରାଜିନାମା ସ୍ବାକ୍ଷରିତ । ଅଧିକ ପଢନ୍ତୁ

PM Modi us Visit: ଲଢୁଆ ବିମାନ ଇଞ୍ଜିନ ପାଇଁ ସ୍ବାକ୍ଷରିତ ହେଲା ରାଜିନାମା

author img

By

Published : Jun 22, 2023, 4:58 PM IST

ହାଇଦ୍ରାବାଦ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତର ପ୍ରଥମ ଭାଗରେ ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା କ୍ଷେତ୍ରରେ ବଡ ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ଆମେରିକାର ଜେନେରାଲ ଏଲେକ୍ଟ୍ରିକ୍ସ ଏରୋସ୍ପେଶ ଓ ହିନ୍ଦୁସ୍ତାନ ଏରୋନେଟିକ୍‌ ଲିମିଟେଡ (HAL) ମଧ୍ୟରେ ଲଢୁଆ ବିମାନ ଇଞ୍ଜିନ ନିର୍ମାଣ ନେଇ ରାଜିନାମା ସ୍ବାକ୍ଷରିତ ହୋଇଛି । ଆଜି ପ୍ରଧାନମନ୍ତ୍ରୀ ମୋଦି ଜେନେରାଲ ଇଲେକ୍ଟ୍ରିକ୍ସ ଏରୋସ୍ପେଶର ଅଧ୍ୟକ୍ଷ ହେ.ଲରେନ୍ସ କୁଲପଙ୍କ ମଧ୍ୟ ସାକ୍ଷାତ କରିଥିଲେ । ତାର ମାତ୍ର କେଇ ଘଣ୍ଟା ମଧ୍ୟରେ ଜେନେରାଲ ଇଲେକ୍ଟ୍ରିକ୍ସ ଏରୋସ୍ପେଶ ଚୁକ୍ତିନାମା ସ୍ବାକ୍ଷରିତ ହୋଇଥିବା ନେଇ ସୂଚନା ଦେଇଛି । ଆଜିର ଏହି ଐତିହାସିକ ରାଜିନାମା ସ୍ୱାକ୍ଷରିତ ହେବା ପରେ ଭାରତର ଏକାଧିକ ଡିଫେନ୍ସ ପ୍ରୋଜେକ୍ଟକୁ ମିଳିବ ବଳ । ବିଶେଷ କରି ତେଜସ୍ ଏମକେ-2 ଏବଂ ଡେଷ୍ଟ୍ରୟର୍ ଡ୍ରୋନ ଘାତକର ଇଞ୍ଜିନ ରାସ୍ତା ଆଜିର ଡିଲ ପରେ ସଫା ହୋଇଯାଇଛି । ଏହା ସହିତ ଭାରତୀୟ ବାୟୁସେନାର ସର୍ବାଧୁନିକ ଏବଂ ଆକାଂକ୍ଷା ପ୍ରୋଜେକ୍ଟ ଏଏମସିଏ (AMCA)ର ଇଂଞ୍ଜିନ ନିର୍ମାଣ ପାଇଁ ମଧ୍ୟ ଦିଗ ମିଳିଛି ।

  • GE Aerospace announced today that it has signed a Memorandum of Understanding (MOU) with Hindustan Aeronautics Limited (HAL) to produce fighter jet engines for the Indian Air Force, a major milestone amidst Indian Prime Minister Narendra Modi’s official state visit to the United… pic.twitter.com/ChOX14Ipao

    — ANI (@ANI) June 22, 2023 " class="align-text-top noRightClick twitterSection" data=" ">

ଆମେରିକୀୟ ଏରୋସ୍ପେଶ ସଂସ୍ଥା ପକ୍ଷରୁ ଜାରି ଏକ ବିବୃତ୍ତିରେ କୁହାଯାଇଛି, ଭାରତର ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡ ସହ ଏହି ଚୁକ୍ତିନାମା ସ୍ବାକ୍ଷରିତ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଆମେରିକା ଗସ୍ତ ସମୟରେ ଏହା ଦୁଇ ଦେଶର ପ୍ରତିରକ୍ଷା ସହଯୋଗକୁ ସୁଦୃଢ କରିବା ପାଇଁ ଏକ ଐତିହାସିକ ପଦକ୍ଷେପ । ଦୁଇ ସଂସ୍ଥା ମିଳିତ ଭାବେ ଯୁଦ୍ଧ ବିମାନର ଇଞ୍ଜିନ ନିର୍ମାଣ କରିବା ପାଇଁ ରାଜିନାମାରେ ଚୁକ୍ତିବଦ୍ଧ ହୋଇଛନ୍ତି ।

ସଂସ୍ଥା ଏହି ରାଜିନାମା ସମ୍ପର୍କରେ ବିସ୍ତୃତ ସୂଚନା ଦେଇ କହିଛି, ଏହି ରାଜିନାମା ଅନ୍ତର୍ଗତ ଜେଇ ଏରୋସ୍ପେଶର F414 ଯୁଦ୍ଧ ବିମାନ ଇଞ୍ଜିନ ଭାରତରେ ନିର୍ମାଣ କରାଯିବ । ଏହି ପ୍ରକ୍ରିୟାରେ ଭାରତକୁ ହେବାକୁ ଥିବା ଯୁଦ୍ଧ ବିିମାନ ଇଞ୍ଜିନର ପାର୍ଟ ବା ଯନ୍ତ୍ରାଂସ ରପ୍ତାନୀ ପାଇଁ ଆମେରିକା ସରକାରଙ୍କ ଠାରୁ ମଧ୍ୟ ସମସ୍ତ ଅନୁମତି ଗ୍ରହଣ କରାଯାଇଛି । ନିର୍ମାଣ ହେବାକୁ ଥିବା ଇଞ୍ଜିନ ଭାରତୀୟ ସରକାରୀ ଅଧିକୃତ କମ୍ପାନୀ ହିନ୍ଦୁସ୍ତାନ ଏରୋନେଟିକ ଲିମିଟେଡର ହାଲୁକା ଲଢୁଆ ବିମାନ Mk-2 ପ୍ରକଳ୍ପରେ ବ୍ୟବହାର କରାଯିବ । ଏହି ଇଞ୍ଜିନ ଜେଇ ଏରୋସ୍ପେଶର ଜ୍ଞାନକୌଶଳରେ ଭାରତରେ ନିର୍ମାଣ ହେବ ।

ଅନ୍ୟପଟେ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆମେରିକାର ବିଶିଷ୍ଟ ଉଦ୍ୟୋଗ୍ୟପତି ଏଲନ ମସ୍କଙ୍କ ସହ ଭେଟିଥିଲେ । ମସ୍କଙ୍କ କମ୍ପାନୀ ଟେସଲା ମଧ୍ୟ ଖୁବଶିଘ୍ର ଭାରତୀୟ ବଜାରରେ ପ୍ରବେଶ କରିବାକୁ ଯାଉଛି । ପ୍ରଧାନମନ୍ତ୍ରୀଙ୍କ ସହ ଆଲୋଚନା କରିବା ପରେ ଏନେଇ ଟେସଲାର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ଏଲନ ମସ୍କ ସୂଚନା ଦେଇଥିଲେ । ଗତକାଲି ଆମେରିକାର ନ୍ୟୁୟର୍କ ସ୍ଥିତ ଜାତିସଂଘ ମୁଖ୍ୟାଳୟରେ ଆୟୋଜିତ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମକୁ ନେତୃତ୍ବ ଦେଇଥିଲେ ପ୍ରଧାନମନ୍ତ୍ରୀ ମୋଦି । 180 ଦେଶର ପ୍ରତିନିଧିଙ୍କ ସହ ଏହି କାର୍ଯ୍ୟକ୍ରମ ଗିନିଜ ବିଶ୍ବ ରେକର୍ଡରେ ମଧ୍ୟ ସ୍ଥାନ ପାଇଥିଲା । ଆଜି ପ୍ରଧାନମନ୍ତ୍ରୀ ହ୍ବାଇଟ ହାଉସରେ ପହଞ୍ଚିଛନ୍ତି । ରାଷ୍ଟ୍ରପତି ବାଇଡେନ ଓ ପତ୍ନୀ ପ୍ରଧାନମନ୍ତ୍ରୀଙ୍କୁ ସ୍ବାଗତ କରିଥିଲେ । ଆଜି ସେ ବହୁପ୍ରତିକ୍ଷିତ ନୈଶ୍ୟଭୋଜିରେ ଅଂଶଗ୍ରହଣ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.