ETV Bharat / bharat

କେରଳ ରାଜ୍ୟପାଳଙ୍କ କନଭୟକୁ ଧକ୍କା ଦେଲା ଦ୍ରୁତଗାମୀ କାର୍, ୨ ଗିରଫ

କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ କନଭୟ ଉପରେ ମାଡିଗଲା ଦ୍ରୁତଗାମୀ କାର୍ । ଅଧିକ ପଢନ୍ତୁ

କେରଳ ରାଜ୍ୟପାଳଙ୍କ କନଭୟ ଦୁର୍ଘଟଣା
କେରଳ ରାଜ୍ୟପାଳଙ୍କ କନଭୟ ଦୁର୍ଘଟଣା
author img

By

Published : Jul 30, 2023, 7:58 AM IST

ନୂଆଦିଲ୍ଲୀ: କେରଳ ରାଜ୍ୟପାଳ ଆରିଫ ମହମ୍ମଦ ଖାନଙ୍କ ସୁରକ୍ଷାରେ ବଡ ଧରଣର ତ୍ରୁଟି । ରାଜ୍ୟପାଳଙ୍କ କନଭୟ ଉପରେ ମାଡିଗଲା ଦ୍ରୁତଗାମୀ କାର୍ । ରାଜ୍ୟପାଳ ଆରିଫ ମହମ୍ମଦ ଗତକାଲି(ଶନିବାର) ନୋଏଡାରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଳମ୍ବିତ ରାତିରେ ଦିଲ୍ଲୀ ଫେରୁଥିବା ବେଳେ ତାଙ୍କ ସୁରକ୍ଷାରେ ଏହି ତ୍ରୁଟି ଦେଖାଯାଇଛି । ଦ୍ରୁତଗତିରେ ଆସୁଥିବା ଏକ କାର୍ ତାଙ୍କର କନଭୟକୁ ଧକ୍କା ଦେଇଥିଲା । ଏଥିରେ କାହାର କୌଣସି କ୍ଷତି ହୋଇନାହିଁ । ଘଟଣାରେ ଉତ୍ତର ପ୍ରଦେଶ ପୋଲିସ ଦୁଇ ଜଣଙ୍କୁ ଗିରଫ କରି ଏତଲା ରୁଜୁ କରିଛି ।

ପୋଲିସର ସୂଚନା ମୁତାବକ, ଦୁଇ ଅଭିଯୁକ୍ତ ଅତ୍ୟଧିକ ମଦ୍ୟପାନ କରିଥିଲେ । ନିଶାସକ୍ତ ଅବସ୍ଥାରେ ରାଜ୍ୟପାଳଙ୍କ କନଭୟକୁ ଧକ୍କା ଦେଇଥିଲେ । ଦୁଇ ଅଭିଯୁକ୍ତ ହେଲେ ଗାଜିଆବାଦ ନିବାସୀ ଗୌରବ ସୋଲାଙ୍କି ଓ ମନୁ କମାର । ପୋଲିସ ଦୁର୍ଘଟଣା ଘଟାଇଥିବା କଳା ରଙ୍ଗର ସ୍କର୍ପିଓ କାରକୁ ମଧ୍ୟ ଜବତ କରିଛି । ଗତକାଲି ନୋଏଡା ସେକ୍ଟର ୭୭ରେ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଜ୍ୟପାଳ ଆରିଫ ମହମ୍ମଦ ଦିଲ୍ଲୀ ଫେରୁଥିଲେ । ବାଟରେ ବିଳମ୍ବିତ ରାତି ପ୍ରାୟ ୧୦ଟା ୪୫ ମିନିଟରେ ତାଙ୍କର କନଭୟ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଏକ ଦ୍ରୁତଗାମୀ ସ୍କର୍ପିଓ କନଭୟ ଉପରକୁ ମାଡି ଯାଇଥିଲା । ଗାଡିଟି ଦୁଇଥର କନଭୟକୁ ଧକ୍କା ଦେଇଥିଲା ।

ଏହାମଧ୍ୟ ପଢନ୍ତୁ: ପଶ୍ଚିମବଙ୍ଗ ପୂର୍ବତନ ମୁଖ୍ୟମନ୍ତ୍ରୀ ବୁଦ୍ଧଦେବ ଭଟ୍ଟାଚାର୍ଯ୍ୟ ଗୁରୁତର, ହସ୍ପିଟାଲରେ ଭର୍ତ୍ତି

ଏହାମଧ୍ୟ ପଢନ୍ତୁ : ଷଣ୍ଢ ମାତିବାରୁ 2 ଘଣ୍ଟା ଧରି ଗଛରେ ରହିଲେ ଚାଷୀ: ଅଖିଳେଶ କହିଲେ, ୟୁପିରେ ଦରକାର 'ଷଣ୍ଢ ରକ୍ଷା ପୋଲିସ'

ଏହାପରେ ସ୍କର୍ପିଓ ଗାଡିରେ ବସି ଥିବା ଦୁଇ ଯୁବକ ଗୌରବ ଓ ମନଙ୍କୁ ସଙ୍ଗେ ସଙ୍ଗେ ପୋଲିସ ଗିରଫ କରି ହେପାଜତକୁ ନେଇଥିଲା । ଏହି ସମୟରେ ଦୁଇ ଜଣଯାକ ନିଶାସକ୍ତ ଅବସ୍ଥାରେ ଥିଲେ । ସ୍ଥାନୀୟ ପୋଲିସ ଷ୍ଟେସନରେ ଦୁହିଁଙ୍କ ବିରୋଧରେ ଏକ ଏଫଆଇଆର ରୁଜୁ କରାଯାଇଛି ବୋଲି ନୋଏଡା ଅତିରିକ୍ତ ଡେପୁଟି ପୋଲିସ କମିଶନର ସୂଚନା ଦେଇଛନ୍ତି । ଆଇପିସିର ଧାରା ୨୭୯, ୫୦୪, ୩୪, ୩୫୩ ଏବଂ ୪୨୭ରେ ଏଫଆଇର ରୁଜୁ ହୋଇଛି । ପୋଲିସ ଏହି ଘଟଣାରେ ଅଧିକ ତଦନ୍ତ ଜାରି ରଖିଛି । ତେବେ ଘଟଣା ପରେ ରାଜ୍ୟପାଳ ଆରିଫ ମହମ୍ମଦଙ୍କୁ ସୁରକ୍ଷିତ ଭାବେ ଦିଲ୍ଲୀ ସ୍ଥିତ କେରଳ ହାଉସକୁ ନିଆଯାଇଥିବା ସୂଚନା ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.