ETV Bharat / bharat

କେରଳ ଉପକୂଳରୁ 12 ହଜାର କୋଟିର ଡ୍ରଗ୍ସ ଜବତ, ପାକିସ୍ତାନୀ ନାଗରିକ ଗିରଫ - କେରଳରେ ପାକିସ୍ତାନୀ ନାଗରିକ ଗିରଫ

କେରଳ ଉପକୂଳରେ ଜାହାଜରୁ 12 ହଜାର କୋଟିର ଡ୍ରଗ୍ସ ଜବତ । ଜବତ ନିଶାଦ୍ରବ୍ୟ ପ୍ରାୟ 2,500 କେ.ଜିର ମେଥାମଫେଟାମାଇନ । ନୌସେନା ସହାୟତାରେ ‘ଅପରେସନ ସମୁଦ୍ରଗୁପ୍ତ’ ଜରିଆରେ ଧରିଲା ନାର୍କୋଟିକ କଣ୍ଟ୍ରୋଲ ବ୍ୟୁରୋ । ଜଣେ ପାକିସ୍ତାନୀ ନାଗରିକ ଗିରଫ । ଅଧିକ

କେରଳ ଉପକୂଳରେ 12 ହଜାର କୋଟିର ନିଶାଦ୍ରବ୍ୟ ଜବତ, ପାକିସ୍ତାନୀ ନାଗରିକ ଗିରଫ

author img

By

Published : May 14, 2023, 7:23 AM IST

ଥିରୁଅନନ୍ତପୁରମ: କେରଳ ଉପକୂଳରୁ ଏକ ଜାହାଜରୁ ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରିଛି ଭାରତୀୟ ନୌସେନା ଓ ନାର୍କୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ । ଏକ ମିଳିତ ଅପରେସନରେ ପ୍ରାୟ 2,500 କେ.ଜିର ମେଥାମଫେଟାମାଇନ (methamphetamine) ଜବତ କରାଯାଇଛି । ଯାହାର ମୂଲ୍ୟ ପ୍ରାୟ 12 ହଜାର କୋଟିରୁ ଅଧିକ ହେବା ନେଇ ପ୍ରାଥମିକ ଭାବେ ଆକଳନ କରାଯାଇଛି । ଏଥିରେ ଜଣେ ପାକିସ୍ତାନୀ ନାଗରିକକୁ ଗିରଫ କରାଯାଇଛି । ଏହା ଏକ ଅନ୍ତର୍ଜାତୀୟ ଡ୍ରଗ୍ସ ରାକେଟ ହୋଇଥିବା ଓ ଏହି ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆସିଥିବା ସନ୍ଦେହ କରାଯାଉଛି ।

ଏନସିବି ଉପ ମହାନିର୍ଦ୍ଦେଶକ ସଞ୍ଜୟ କୁମାର ସିଂ ପ୍ରେସମିଟ କରି ଅପରେସନ ସମ୍ପର୍କରେ ସୂଚନା ଦେଇଛନ୍ତି । ସମୁଦ୍ର ନିଶାକାରବାର ରୋକିବା ପାଇଁ ଭାରତୀୟ ଉପକୂଳରେ ଜାରି ରହିଥିବା ‘ଅପରେସନ ସମୁଦ୍ରଗୁପ୍ତ’ ଜରିଆରେ ଏହି ଅପରେସନ କରାଯାଇଛି । ଗତ ଦେଢବର୍ଷ ମଧ୍ୟରେ ଏହା ଦକ୍ଷିଣ ଉପକୂଳରେ ତୃତୀୟ ବଡ କାର୍ଯ୍ୟାନୁଷ୍ଠାନ । ଏହି ଡ୍ରଗ୍ସ ଆଫଗାନିସ୍ତାନରୁ ଆସୁଥିବା ପୂର୍ବରୁ ମଧ୍ୟ ନଜିର ରହିଛି । ପୂର୍ବରୁ ମଧ୍ୟ ସମୁଦ୍ର ପଥ ଦେଇ ଭାରତକୁ ଆସୁଥିବା ବିପୁଳ ପରିମାଣର ନିଶାଦ୍ରବ୍ୟ ଜବତ କରାଯାଇଥିଲା ।

କେରଳ ଉପକୂଳରେ ଭାରତୀୟ ଜଳସୀମାରେ ପ୍ରବେଶ କରିଥିବା ଏକ ଜାହାଜରେ ବିପୁଳ ପରିମାଣର ନିଶାଦ୍ରବ୍ୟ ଅଣାଯାଉଥିବା ଗୁଇନ୍ଦା ସୂଚନା ମିଳିବା ପରେ ଭାରତୀୟ ନୌସେନା ସହଯୋଗରେ ଏନସିବି ଏହି ଅପରେସନ ଆରମ୍ଭ କରିଥିଲା । ଏଥିରେ 134ଟି ପ୍ୟାକେଟରେ ସିଲ ହୋଇଥିବା 2,500 କେଜିର ମେଥାମଫେଟାମାଇନ ସହ ଜଣେ ପାକିସ୍ତାନୀ ନାଗରିକକୁ ଗିରଫ କରାଯାଇଛି । ଏହା କୋଚିକୁ ଆସୁଥିଲା ନା କୋଚି ବନ୍ଦରରୁ ଅନ୍ୟ କିଛି ଦେଶକୁ ଚାଲାଣ ହେବାର ଥିଲା ତାହା ତଦନ୍ତ ପରେ ସ୍ପଷ୍ଟ ହେବ । ପ୍ରାଥମିକ ତଦନ୍ତ ଅନୁସାରେ ଏହା ଆଫଗାନିସ୍ତାନରୁ ଅଣାଯାଉଥିଲା । କୋଚି ବନ୍ଦରରୁ ଏହା ଭାରତର ବିଭିନ୍ନ ସ୍ଥାନ ସହ ଶ୍ରୀଲଙ୍କା ଓ ମାଳଦ୍ବୀପକୁ ଚାଲାଣ କରାଯିବା ଉଦ୍ଦେଶ୍ୟ ଥିଲା ।

ହେଲେ ଏହା କୋଚି ବନ୍ଦରରେ ପ୍ରବେଶ କରିବା ପୂର୍ବରୁ ଗୁଇନ୍ଦା ସୂତ୍ରରୁ ନାର୍କୋଟିକ୍ସ ବ୍ୟୁରୋକୁ ଏହି ସୂଚନା ମିଳିସାରିଥିଲା । ଭାରତୀୟ ନୌସେନାର ସହାୟତା ନେଇଥିଲା ନାର୍କୋଟିକ୍ସ ବ୍ୟୁରୋ ଟିମ୍‌ । ଜବତ ନିଶାଦ୍ରବ୍ୟକୁ ଯାଞ୍ଚ କରାଯାଉଛି । ଗିରଫ ହୋଇଥିବା ପାକିସ୍ତାନୀ ନାଗରିକକୁ ଜେରା ଜାରି ରହିଛି । ଏହି ରାକେଟର ଚେର କେତେ ବାଟ ଲମ୍ବିଛି ତାହା ତଦନ୍ତ ପରେ ଜଣାପଡିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.