ETV Bharat / bharat

କ୍ରୁଜ ଡ୍ରଗ୍ସ ପାର୍ଟି ମାମଲା: ପ୍ରଭାକର ସେଲଙ୍କୁ ୧୦ ଘଣ୍ଟା ଜେରା

author img

By

Published : Nov 9, 2021, 10:30 AM IST

ହାଇ ପ୍ରୋଫାଇଲ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଲାଞ୍ଚ ଅଭିଯୋଗ ଆଣିଥିବା ପ୍ରଭାକର ସେଲଙ୍କୁ ୧୦ ଘଣ୍ଟା ଜେରା । ଅଧିକ ପଢନ୍ତୁ...

ଆର୍ଯ୍ୟନଙ୍କୁ ବେଲ ପାଇଁ ଲାଞ୍ଚ ଅଭିଯୋଗ କରିଥିବା ପ୍ରଭାକର ସେଲଙ୍କୁ ୧୦ ଘଣ୍ଟା ଜେରା

ମୁମ୍ବାଇ: ହାଇ ପ୍ରୋଫାଇଲ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାରେ ଲାଞ୍ଚ ଅଭିଯୋଗ ଆଣିଥିବା ପ୍ରଭାକର ସେଲଙ୍କୁ ଜେରା । ନାକ୍ରୋଟିକ୍ସ କଣ୍ଟ୍ରୋଲ ବ୍ୟୁରୋ ଭିଜିଲାନ୍ସ ଉପନିର୍ଦ୍ଦେଶକ ଜ୍ଞାନେଶ୍ବର ସିଂ ଗତକାଲି(ସୋମବାର) ପ୍ରଭାକରଙ୍କୁ ୧୦ ଘଣ୍ଟା ଜେରା କରିଛନ୍ତି ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଜ୍ଞାନେଶ୍ବର କହିଛନ୍ତି ଯେ, ପ୍ରଭାକର ସେଲ ସୋମବାର ମଧ୍ୟାହ୍ନ ୨ଟାରେ ଏନସିବି କାର୍ଯ୍ୟାଳୟରେ ପହଞ୍ଚିଥିଲେ । ତାଙ୍କୁ ରାତି ୧୨ ଟା ୨୦ରେ ଦୀର୍ଘ ୧୦ ଘଣ୍ଟା ଧରି ଜେରା କରାଯାଇଛି । ଏହାପରେ ମଙ୍ଗଳବାର ସକାଳେ ପୁଣି ଜେରା କରାଯିବ । ସୋମବାର ସକାଳେ ମଧ୍ୟ ଏନସିବି ଭିଜିଲାନ୍ସ ଟିମ୍ ବିଭିନ୍ନ ସ୍ଥାନରେ ଚଢାଉ କରିଥିବା ସେ କହିଛନ୍ତି ।

ତେବେ ପ୍ରଭାକର ସେଲ ହେଉଛନ୍ତି ମୁମ୍ବାଇ କ୍ରୁଜ ଡ୍ରଗ୍ସ ପାର୍ଟି ମାମଲାର ସାକ୍ଷୀ କିରଣ ଗୋସାଭିଙ୍କ ବ୍ୟକ୍ତିଗତ ଅଙ୍ଗରକ୍ଷୀ । ସେ କିରଣ ଏବଂ ଏନସିବି ମୁମ୍ବାଇ ଆଞ୍ଚଳିକ ନିର୍ଦ୍ଦେଶକ ସମୀର ୱାଙ୍ଖଡେଙ୍କ ନାମରେ ସାଙ୍ଘାତିକ ଅଭିଯୋଗ ଆଣିଥିଲେ । କିରଣ ଆର୍ଯ୍ୟନ ଖାନଙ୍କୁ ବେଲ୍ ପାଇଁ ଶାହାରୁଖ ଖାନଙ୍କ ମ୍ୟାନେଜରଙ୍କୁ ଲାଞ୍ଚ ମାଗିଥିବା ଅଭିଯୋଗ କରିଥିଲେ । ଏଥିସହ ସେହି ଟଙ୍କାରୁ କିଛି ୱାଙ୍ଖଡେଙ୍କୁ ମଧ୍ୟ ଦେବା ପାଇଁ ଯୋଜନା କରାଯାଇଥିବା ପ୍ରଭାକର ଅଭିଯୋଗ କରିଥିଲେ । ଏହି ମାମଲାରେ ଗତକାଲି(ସୋମବାର) ମୁମ୍ବାଇ ଏନସିବି ଭିଜିଲାନ୍ସ ତାଙ୍କୁ ଜେରା କରି ଥିବାବେଳେ ଆଜି ପୁଣି ଏନସିବିରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.