ETV Bharat / bharat

ଭାରତ-ପାକ୍ ସୀମାରେ ଡ୍ରଗ୍ସ କାରବାର, ଜଣେ ଚାଲାଣକାରୀ ଗିରଫ

author img

By ETV Bharat Odisha Team

Published : Nov 5, 2023, 7:36 PM IST

ଭାରତ-ପାକିସ୍ତାନ ସୀମାରେ ଡ୍ରଗ୍ସ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିଛି ପଞ୍ଜାବ ପୋଲିସ । ତା'ଠାରୁ ୨ କିଲୋଗ୍ରାମ ଡ୍ରଗ୍ସ ଜବତ ହୋଇଛି । ଅଧିକ ପଢନ୍ତୁ

one arrested from indo pak border
ଭାରତ ପାକ୍ ସୀମାରେ ଡ୍ରଗ୍ସ କାରବାର

ଚଣ୍ଡୀଗଡ଼: ଭାରତ-ପାକିସ୍ତାନ ସୀମାରେ ପାଟ୍ରୋଲିଂ ବେଳେ ପଞ୍ଜାବ ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା । ଡ୍ରଗ୍ସ କାରବାର କରୁଥିବା ୨ କୁଖ୍ୟାତ ଅପରାଧୀଙ୍କ ମଧ୍ୟରୁ ଜଣଙ୍କୁ ଗିରଫ କରିବା ସହ ୨ କିଲୋଗ୍ରାମର ଡ୍ରଗ୍ସ ଜବତ କରିଛି ପୋଲିସ । ଭାରତ-ପାକିସ୍ତାନ ସୀମାରେ ବଢିବାରେ ଲାଗିଛି ଅପରାଧିକ କାର୍ଯ୍ୟକଳାପ । ଡ୍ରୋନ ଓ ଅସ୍ତ୍ରଶସ୍ତ୍ର ଦ୍ବାରା ଆକ୍ରମଣ କରିବାର ପ୍ରୟାସ କରୁଛି ଶତୃଦେଶ । ଖାଲି ସେତିକି ନୁହେଁ, ଡ୍ରଗ୍ସ ଭଳି ନିଶା ଦ୍ରବ୍ୟ କାରବାର ମଧ୍ୟ ବୃଦ୍ଧି ପାଉଛି । ଆଉ ଅପରାଧୀଙ୍କୁ ଦମନ କରିବାକୁ ପୋଲିସ ପକ୍ଷରୁ ଅପରେସନ ଜୋରଦାର କରାଯାଉଛି ।

ସେହିପରି ସୀମାରେ ଏଭଳି ଅପରାଧିକ କାର୍ଯ୍ୟକଳାପକୁ ପ୍ରୋତ୍ସାହନ ଦେଉଥିବା ବ୍ୟକ୍ତିଙ୍କ ପ୍ରତି କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସବୁବେଳେ ତତ୍ପର ରହିଥାଏ ପୋଲିସ । ଏଥିପାଇଁ ଦିନ ରାତି ପାଟ୍ରୋଲିଂ କରାଯାଇ ନଜର ରଖାଯାଇଥାଏ । ଏହାରି ଭିତରେ ପଞ୍ଜାବ ପୋଲିସକୁ ମିଳିଛି ବଡ଼ ଧରଣର ସଫଳତା। ପୋଲିସ ପକ୍ଷରୁ ଏକ ବଡ଼ ଧରଣର ଅପରେସନ କରାଯାଇଥିବାବେଳେ ୨ କିଲୋଗ୍ରାମ ହିରୋଇନ ଡ୍ରଗ୍ସ ଜବତ ହୋଇଛି । ଏହି ଡ୍ରଗ୍ସ କାରବାରରେ ଲିପ୍ତ ଥିବା ୨ ଚାଲାଣକାରୀଙ୍କୁ ପୋଲିସ ଧରିବାକୁ ଚେଷ୍ଟା କରିଥିଲା । ଅପରାଧୀଙ୍କୁ ଧରପଗଡ଼ ବେଳେ ଭାରତ-ପାକ୍ ସୀମାରେ ପ୍ରାୟ 40 କିଲୋମିଟର ଧରି ଅପରାଧୀଙ୍କ ସହ ପୋଲିସର ଛକାପଞ୍ଝା ହୋଇଥିଲା । ଜଣେ ଅପରାଧୀ ଚମ୍ପଟ ମାରିଥିବାବେଳେ ଏନକାଉଣ୍ଟରେ ଗୋଡ଼ ଆହତ ହେବାରୁ ଅନ୍ୟ ଜଣେ ଅଭିଯୁକ୍ତ ସେଠାରେ ଫସି ରହିଥିଲା । ତାକୁ ଗିରଫ କରିବାରେ ସଫଳ ହୋଇଛି ପୋଲିସ ।

ଏହା ବି ପଢନ୍ତୁ...ଖଲିସ୍ତାନୀ ଆତଙ୍କୀର ଧମକ: ୧୯ ତାରିଖରେ ଏୟାର ଇଣ୍ଡିଆରେ ଯାତ୍ରା କରନି, ନହେଲେ...

ଏହା ବି ପଢନ୍ତୁ...ଫିରିଙ୍ଗିଆ ପୋଲିସକୁ ସଫଳତା, ୨୪କେଜିରୁ ଉର୍ଦ୍ଧ୍ବ ଗଞ୍ଜେଇ ଜବତ ୫ ଗିରଫ

ଏନେଇ ପଞ୍ଜାବ DGP ଟ୍ବିଟ୍ କରି ଲେଖିଛନ୍ତି, "ଚୋହିଲା ସାହିବ ପୋଲିସ ଷ୍ଟେସନରେ ଏନଡିପିଏସ୍ ଆକ୍ଟ ଅନୁଯାୟୀ ଅଭିଯୁକ୍ତଙ୍କ ବିରୋଧରେ ଏକ ମାମଲା ରୁଜୁ ହୋଇଛି । ଜଣଙ୍କୁ ଗିରଫ କରିବା ପରେ ପୋଲିସ ଅଧିକ ତଦନ୍ତ ଜାରି ରଖିଛି । ଅଭିଯୁକ୍ତଙ୍କ ନାଁରେ ଅନ୍ୟ ଥାନାରେ କୌଣସି ଅପରାଧିକ ମାମଲା ରହିଛି କି ନାହିଁ ତାହା ଜାଣିବା ପାଇଁ ଛାନଭିନ କରୁଛି ପୋଲିସ । ଅଞ୍ଚଳକୁ ନିଶାମୁକ୍ତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କର ଲକ୍ଷ୍ୟ ଥିବାବେଳେ ତାଙ୍କ ସ୍ବପ୍ନକୁ ପୂରଣ କରିବା ପାଇଁ ପଞ୍ଜାବ ପୋଲିସ ପ୍ରତିଶୃତିବଦ୍ଧ ।"ଏହିପରିଭାବେ ଅପରାଧିକ କାର୍ଯ୍ୟକଳାପ ଦିନକୁ ଦିନ ବଢୁଥିବାବେଳେ ସେଥିରେ ମାତ୍ ଦେବାକୁ ଅପରେସନ ଜାରି ରଖିଛି ପୋଲିସ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.