ETV Bharat / bharat

Karnataka Officer Murder case: ଡ୍ରାଇଭର ଗିରଫ, ଚାକିରିରୁ କାଢିଦେବାରୁ କରିଥିଲା ହତ୍ୟା !

author img

By ETV Bharat Odisha Team

Published : Nov 6, 2023, 4:40 PM IST

କର୍ଣ୍ଣାଟକର ମହିଳା ଖଣି ଅଧିକାରୀଙ୍କୁ ହତ୍ୟା ମାମଲାରେ ତାଙ୍କର ପୂର୍ବ ଡ୍ରାଇଭର ଗିରଫ । ଚାକିରିରୁ କାଢିଦେବାରୁ ହତ୍ୟା କରିଥିବା ସନ୍ଦେହ । ତଦନ୍ତ ଜାରି ରଖିଛି ପୋଲିସ । ଅଧିକ ପଢନ୍ତୁ

Karnataka Officer Murder case: ଡ୍ରାଇଭର ଗିରଫ, ଗତକାଲି ଘରୁ ମିଳିଥିଲା ମୃତଦେହ

ବେଙ୍ଗାଲୁରୁ: କର୍ଣ୍ଣାଟକର ମହିଳା ଖଣି ଅଧିକାରୀଙ୍କୁ ହତ୍ୟା ମାମଲାରେ ତାଙ୍କର ପୂର୍ବତନ ଡ୍ରାଇଭରକୁ ଗିରଫ କରିଛି ପୋଲିସ । ଏହି ଡ୍ରାଇଭର ଜଣଙ୍କୁ ପ୍ରାୟ ଏକ ସପ୍ତାହ ତଳେ କୌଣସି କାରଣବଶତଃ ଚାକିରିରୁ ବାହାର କରି ଦିଆଯାଇଥିଲା ।ପୋଲିସର ତଦନ୍ତର ଅଗ୍ରଗତିରେ ଏହି ଡ୍ରାଇଭରଙ୍କୁ ଗିରଫ କରାଯାଇଛି । ପୋଲିସ ତାକୁ ଜେରା ଜାରି ରଖିଛି । ଶନିବାର- ରବିବାର ମଧ୍ୟରାତ୍ରିରେ ବେଙ୍ଗାଲୁରୁର ସୁବ୍ରମଣ୍ୟମପୁରାରେ ମହିଳାଙ୍କ ଅଧିକାରୀଙ୍କ ମୃତଦେହ ତାଙ୍କ ଫ୍ଲାଟରୁ ଉଦ୍ଧାର କରାଯାଇଥିଲା ।

ଆଜି ଏହି କାର୍ଯ୍ୟାନୁଷ୍ଠାନ ସମ୍ପର୍କରେ ବେଙ୍ଗାଲୁରୁ ପୋଲିସ କମିଶନର ବି.ଦୟାନନ୍ଦ କହିଛନ୍ତି, ଜଣେ ଅଭିଯୁକ୍ତକୁ ଗିରଫ କରାଯାଇ ଜେରା କରାଯାଉଛି । ଅଭିଯୁକ୍ତର ନାମ କିରଣ ଓ ଘର ଚାମରାଜନଗରରେ ବୋଲି ଜଣାପଡିଛି । ଏହି ଅଭିଯୁକ୍ତ ପୂର୍ବରୁ ଅଧିକାରୀ ପ୍ରତିମାଙ୍କ ଡ୍ରାଇଭର ଭାବେ କାର୍ଯ୍ୟରତ ଥିଲା । ତାକୁ ଗତ ସପ୍ତାହେ ପୂର୍ବରୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଥିଲା । ତେଣୁ ସେହି କାରଣରୁ ସେ ତାଙ୍କୁ ଫଲୋ କରି ଘରେ ପହଞ୍ଚି ଥାଇପାରେ ଓ କେହି ନଥିବାର ସୁଯୋଗ ନେଇ ହତ୍ୟା କରି ଫେରାର ହୋଇଯିବାରେ ସକ୍ଷମ ହୋଇଥିଲା । ତଦନ୍ତ ଜାରି ରହିଛି । ଏହା ପରେ ସମସ୍ତ ଘଟଣା ସ୍ପଷ୍ଟ ହେବ ।

ଅନ୍ୟପଟେ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଏହି ଡ୍ରାଇଭର ଜଣକ ଜଣେ ଠିକା କର୍ମଚାରୀ ଭାବେ କର୍ଣ୍ଣାଟକ ଖଣି ବିଭାଗରେ ଗତ 5 ବର୍ଷ ହେବ କାର୍ଯ୍ୟରତ ଥିଲେ । ତାଙ୍କୁ ଚାକିରିକୁ ବାହାର କରିବା ପଛରେ ଅଧିକାରୀ ପ୍ରତିମାଙ୍କ ଭୂମିକା ଥିବା ସେ ସନ୍ଦେହ କରିଥିଲା । ଫଳରେ ସେ ଏହି ହତ୍ୟାକାଣ୍ଡ କରିବା ପାଇଁ ସେ ଯୋଜନା କରିଥିଲା । ଗତକାଲି ରାତିରେ ସେ ପ୍ରତିମା ଅଫିସରୁ ଫେରିବା ପରେ ସେ ତାଙ୍କୁ ଧାରୁଆ ଅସ୍ତ୍ରରେ ଆକ୍ରମଣ କରି ହତ୍ୟା କରିଥିଲା ।

ଏହା ମଧ୍ୟ ପଢନ୍ତୁ :- Mukesh Ambani Threat Case: ଗୁଜୁରାଟରୁ ପୋଲିସ କର୍ମୀଙ୍କ ପୁଅକୁ ବାନ୍ଧିଲା ମୁମ୍ବାଇ କ୍ରାଇମବ୍ରାଞ୍ଚ

ହତ୍ୟାର ଶିକାର ହୋଇଥିବା ମହିଳା ଅଧିକାରୀ ଖଣି ବିଭାଗର ଉପନିର୍ଦ୍ଦେଶକ ଥିବାରୁ ପ୍ରାଥମିକ ଭାବେ ଏଥିରେ ମାଫିଆଙ୍କ ସମ୍ପୃକ୍ତି ସନ୍ଦେହ କରାଯାଉଥିଲା । ପରେ କିନ୍ତୁ ଡ୍ରାଇଭରକୁ ଗିରଫ କରାଯାଇଛି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଘଟଣାରେ ଦୁଃଖ ପ୍ରକାଶ କରିବା ସହ ଅଭିଯୁକ୍ତ ବିରୋଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ ପାଇଁ ସମସ୍ତ ବ୍ୟବସ୍ଥା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.