ETV Bharat / bharat

ରାଜୀବ ଗାନ୍ଧୀ ବିମାନବନ୍ଦରରୁ 12 କେଜି ହେରୋଇନ ଜବତ, 2 ବିଦେଶୀ ମହିଳା ଯାତ୍ରୀ ଗିରଫ

ହାଇଦ୍ରାବାଦ ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରୁ ଜବତ ହେଲା 12 କେଜି ହେରୋଇନ । ଦୁଇ ବିଦେଶୀ ମହିଳା ଯାତ୍ରୀ ଗିରଫ । ଅଧିକ ପଢନ୍ତୁ....

ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ 12 କେଜି ହିରୋଇନ ଜବତ,2 ବିଦେଶୀ ମହିଳା ଯାତ୍ରୀ ଗିରଫ

author img

By

Published : Jun 6, 2021, 8:55 PM IST

ହାଇଦ୍ରାବାଦ: ରାଜୀବ ଗାନ୍ଧୀ ଆନ୍ତର୍ଜାତିକ ବିମାନବନ୍ଦରରୁ 78 କୋଟି ଟଙ୍କା ମୂଲ୍ୟର ପ୍ରାୟ 12 କିଲୋଗ୍ରାମ ହେରୋଇନ ଜବତ ହୋଇଛି । ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶାଳୟ ହାଇଦ୍ରାବାଦର ନିର୍ଦ୍ଦିଷ୍ଟ ଗୁପ୍ତଚର ତଥ୍ୟ ଆଧାରରେ ଚଢାଉ କରି ଏହି ନିଶାଦ୍ରବ୍ୟ ଜବତ କରିବାରେ ସଫଳ ହୋଇଛି । DRIର ଅଧିକାରୀମାନେ ଉଗାଣ୍ଡା ଏବଂ ଜାମ୍ବିଆର 2 ଜଣ ମହିଳା ଯାତ୍ରୀଙ୍କୁ ଯାଞ୍ଚ କରିବା ସମୟରେ ତାଙ୍କ କ୍ୟାବିନ ବ୍ୟାଗରୁ ବିପୁ୍‌ଳ ପରିମାଣର ନିଶାଦ୍ରବ୍ୟ ଜବତ କରିବାରେ ସଫଳ ହୋଇଥିବା ତଦନ୍ତକାରୀ ସଂସ୍ଥା ପକ୍ଷରୁ କୁହାଯାଇଛି ।

ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ 12 କେଜି ହିରୋଇନ ଜବତ,2 ବିଦେଶୀ ମହିଳା ଯାତ୍ରୀ ଗିରଫ
ରାଜୀବ ଗାନ୍ଧୀ ଆନ୍ତର୍ଜାତୀୟ ବିମାନ ବନ୍ଦରରୁ 12 କେଜି ହିରୋଇନ ଜବତ,2 ବିଦେଶୀ ମହିଳା ଯାତ୍ରୀ ଗିରଫ

ଜୁନ 5 ତାରିଖ ଦିନ ନିଜର ନିଖୋଜ ବ୍ୟାଗ୍ ସଂଗ୍ରହ କରିବାକୁ ଆରଜିଏଚ୍ ବିମାନବନ୍ଦରକୁ ଆସି ପରେ ଡିଆରଆଇ ଅଧିକାରୀମାନେ ଜଣେ ଉଗାଣ୍ଡା ମହିଳା ଯାତ୍ରୀଙ୍କୁ ଅଟକାଇଥିଲେ । ଉକ୍ତ ମହିଳା ଯାତ୍ରୀ ଜଣଙ୍କ କିଛି ଦିନ ପୂର୍ବରୁ ଜୋହାନ୍ସବର୍ଗ ଏବଂ ଦୋହା ଦେଇ ଜିମ୍ବାୱେରୁ ହାଇଦ୍ରାବାଦ ଆସିଥିଲେ ।

ବ୍ୟାଗେଜ ଯାଞ୍ଚ ସମୟରେ ବ୍ୟାଗରେ 12 କେଜି ହେରୋଇନ ଜବତ ହୋଇଥିଲା । ଡ୍ରଗ୍ ଜବତ ପରେ ଦୁଇ ମହିଳା ବିଦେଶୀ ଯାତ୍ରୀଙ୍କୁ ଜାତୀୟ ଡ୍ରଗ୍ସ ନିରୋଧ ଆଇନ ( NDPS)ର ଆକ୍ଟ 1985 ଅନୁଯାୟୀ ଗିରଫ କରାଯାଇଥିବା ଜଣାପଡିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.