ETV Bharat / bharat

କମନୱେଲ୍‌ଥ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, 90ରୁ ଊର୍ଦ୍ଧ୍ବ ଦେଶକୁ ଟିକା ପଠାଇଛି ଭାରତ

author img

By

Published : May 20, 2021, 10:27 PM IST

କମନୱେଲ୍‌ଥ ସ୍ବାସ୍ଥ୍ୟମନ୍ତ୍ରୀଙ୍କ 33 ତମ ବୈଠକରେ ଭ୍ୟାକ୍ସିନକୁ ନେଇ ବୟାନ ରଖିଛନ୍ତି ଡାକ୍ତର ହର୍ଷବର୍ଦ୍ଧନ । ଭ୍ୟାକ୍ସିନ ମୈତ୍ରୀ ଅଭିଯାନ ଅନ୍ତର୍ଗତ 90ରୁ ଊର୍ଦ୍ଧ୍ବ ଦେଶଗୁଡିକୁ ଟିକା ପ୍ରଦାନ କରିଛି ଭାରତ । ଅଧିକ ପଢନ୍ତୁ...

କମନୱେଲ୍‌ଥ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, 90ରୁ ଊର୍ଦ୍ଧ୍ବ ଦେଶକୁ ଟିକା ପଠାଇଛି ଭାରତ
କମନୱେଲ୍‌ଥ ବୈଠକରେ ସ୍ବାସ୍ଥ୍ୟମନ୍ତ୍ରୀଙ୍କ ସୂଚନା, 90ରୁ ଊର୍ଦ୍ଧ୍ବ ଦେଶକୁ ଟିକା ପଠାଇଛି ଭାରତ

ନୂଆଦିଲ୍ଲୀ: କମନୱେଲ୍‌ଥ ସ୍ବାସ୍ଥ୍ୟମନ୍ତ୍ରୀଙ୍କ 33ତମ ବୈଠକରେ ଭ୍ୟାକ୍ସିନକୁ ନେଇ ବୟାନ ରଖିଛନ୍ତି ଡାକ୍ତର ହର୍ଷବର୍ଦ୍ଧନ । ସେ କହିଛନ୍ତି, ଭାରତରେ ବସୁଧୈବ କୁଟମ୍ବକମର ଦୀର୍ଘ ଦିନର ବିଶ୍ବାସ ଅନୁରୂପ ନିଜ ଭ୍ୟାକ୍ସିନ ମୈତ୍ରୀ ଅଭିଯାନ ଅନ୍ତର୍ଗତ 90ରୁ ଊର୍ଦ୍ଧ୍ବ ଦେଶଗୁଡିକୁ ଟିକା ପ୍ରଦାନ କରିଛି । ତେବେ ଆଗକୁ ମଧ୍ୟ ସହଯୋଗ ଜାରି ରହିବ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ।

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ମହାମାରୀକୁ ସଫଳତାର ସହ ମାତ୍‌ ଦେବା ପାଇଁ ଅଧିକରୁ ଅଧିକ କୋରୋନା ଟିକା ବିକଶିତ କରାଯିବା ଆବଶ୍ୟକ। ସେ କହିଛନ୍ତି ଯେ ଥରେ ଭାଇରସ ବିରୋଧରେ ନିରାପଦ ଏବଂ ପ୍ରଭାବଶାଳୀ ବୋଲି ପ୍ରମାଣିତ ହେବା ପରେ ଏହାକୁ ବିଶ୍ବ ସ୍ତରରେ ଏକ ଅଭିଯାନ ଭାବରେ ଆରମ୍ଭ କରିବା ଆବଶ୍ୟକ ।

ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO)କୁ ପ୍ରଶଂସା କରି ହର୍ଷବର୍ଦ୍ଧନ କହିଛନ୍ତି, ଏହାର ନେତୃତ୍ବାଧୀନ ପଦକ୍ଷେପ ଏକ ଗୁରୁତ୍ବପୂର୍ଣ୍ଣ ବିଶ୍ବସ୍ତରୀୟ ସହଯୋଗ ବୋଲି ପ୍ରମାଣିତ କରିଛି । ଯାହା ଟୀକାକରଣର ବିକାଶ, ଉତ୍ପାଦନ, ଚିକିତ୍ସା କ୍ଷେତ୍ରରେ ସମାନତା ଆଣିଥାଏ |

ସ୍ବାସ୍ଥ୍ୟମନ୍ତ୍ରୀ ଆହୁରି ମଧ୍ୟ କହିଛନ୍ତି ଯେ ଆମର ଜାତୀୟ ଟେଲି ମେଡିସିନ ପ୍ଲାଟଫର୍ମ 'ଇ-ସଞ୍ଜୀବନୀ ଓପିଡି' ହେଉଛି ଏଭଳି ଏକ ଉଲ୍ଲେଖନୀୟ ପଦକ୍ଷେପ ଯାହାକି 14 ମାସ ମଧ୍ୟରେ 50 ଲକ୍ଷରୁ ଅଧିକ ପରାମର୍ଶକୁ ସୁଗମ କରିଛି। ସେ କହିଛନ୍ତି ଯେ ସମସ୍ତଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇବା ଦିଗରେ ଭାରତ ଏକ ବଡ ପଦକ୍ଷେପ ନେଇଛି। ଆମର ଆୟୁଷ୍ମାନ ଭାରତ ସ୍ବାସ୍ଥ୍ୟସେବା କାର୍ଯ୍ୟକ୍ରମ ଅଧୀନରେ, ଆମେ 50 ଲକ୍ଷରୁ ଅଧିକ ଲୋକଙ୍କୁ ବୀମା ପ୍ରଦାନ କରିଛୁ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.