ETV Bharat / bharat

ବିରଳ ଅସ୍ତ୍ରୋପଚାର, କୃଷକଙ୍କ କିଡନୀରୁ ବାହାରିଲା ଏକ କେଜିର ଷ୍ଟୋନ୍‌

author img

By

Published : Jul 30, 2022, 3:17 PM IST

ଏକ କୃଷକର ପେଟରୁ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀରେ ୧ କେଜିର କିଡନୀ ଷ୍ଟୋନ ବାହାର କରିଛନ୍ତି ଡାକ୍ତର ଆଶିଷ ପାଟିଲ । ବର୍ତ୍ତମାନ ସୁଦ୍ଧା ଏହାକୁ ସବୁଠାରୁ ବିରଳ ଅସ୍ତ୍ରପୋଚାର କୁହାଯାଉଛି । ଅଧିକ ପଢନ୍ତୁ

ବିନା ମୂଲ୍ୟରେ ସଫଳ ଅସ୍ତ୍ରପୋଚାର କରି ବାହାର କଲେ ଏକ କୋଜିର ଷ୍ଟୋନ

ମୁମ୍ବାଇ: ତେଜାନକ ହସ୍ପିଟାଲରେ ଡାକ୍ତରଙ୍କ ଏକ ବିରଳ ସଫଳତା ଦେଖିବାକୁ ମିଳିଛି । ଏକ କୃଷକର ପେଟରୁ ଅତ୍ୟାଧୁନିକ ଚିକିତ୍ସା ପ୍ରଣାଳୀରେ ୧ କେଜିର କିଡନୀ ଷ୍ଟୋନ ବାହାର କରିଛନ୍ତି ୟୁରୋଲୋଜି ବିଶେଷଜ୍ଞ ଆଶିଷ ପାଟିଲ(Urologists specialist Dr Aashish Patil) । ନନ୍ଦୁରବର ଜିଲ୍ଲାର ପାଟୋଲିର ଜଣେ ଚାଷୀଙ୍କ ଶରୀରରୁ ୧ କେଜିର କିଡନୀ ଷ୍ଟୋନ ବାହାର କରିବାରେ ସଫଳ ହୋଇପାରିଛନ୍ତି ଡାକ୍ତର । ବର୍ତ୍ତମାନ ସେହି କୃଷକର ସ୍ବାସ୍ଥ୍ୟବସ୍ଥା ସ୍ଥିର ରହିଛି ।

ଏହି ଅସ୍ତ୍ରୋପଚାର ପରବର୍ତ୍ତୀ ସମୟରେ ଇଣ୍ଡିଆ ବୁକ୍ ଏବଂ ଏସିଆ ବୁକ୍ ଅଫ୍ ରେକର୍ଡରେ ସ୍ଥାନ ପାଇବ ବୋଲି ଏକ ସମ୍ମିଳନୀରେ କହିଛନ୍ତି ଡାକ୍ତର ପାଟିଲ । ଡାକ୍ତର ପାଟିଲ କହିଛନ୍ତି ଯେ ବର୍ତ୍ତମାନ ସୁଦ୍ଧା ଏହା ସବୁଠାରୁ ବଡ ଏବଂ ବିରଳ ଅସ୍ତ୍ରୋପଚାର । ଡାକ୍ତର ଆଶିଷ ପାଟିଲଙ୍କ କହିବା ଅନୁସାରେ, ପଟୋଲିର ରମନ ଚାହୁରେ(୫୦) ନାମକ ଜଣେ ଚାଷୀ ଗତ କିଛି ମାସ ହେବ କିଡନୀ ଷ୍ଟୋନ ଦ୍ବାରା ଆକ୍ରାନ୍ତ ହୋଇଥିଲେ । ସେ ଚିକିତ୍ସା ପାଇଁ ଅନେକ ସ୍ଥାନକୁ ଯାଇଥିଲେ ସୁଦ୍ଧା ସଠିକ୍ ନିରାକରଣ ପାଇପାରିନଥିଲେ । ଶେଷରେ ସେ ଧୁଲେରେ ଡାକ୍ତର ଆଶିଷ ପାଟିଲଙ୍କ ଚିକିତ୍ସା ପାଇଁ ନିଷ୍ପତ୍ତି ନେଇଥିଲେ ।

ତେଜାନକ ହସ୍ପିଟାଲରେ ଦୀର୍ଘ ଏକ ଘଣ୍ଟାର ଅପରେସନ ପରେ କିଡନୀ ଷ୍ଟୋନ ବାହାର କରିବାରେ ସଫଳ ହୋଇପାରିଛନ୍ତି ଡାକ୍ତର । ଏହା ଦ୍ବାରା ସେ ଚାଷୀଙ୍କୁ ଏକ ନୂଆ ଜୀବନ ଦାନ ଦେଇଛନ୍ତି । ତେବେ ରୋଗୀଙ୍କଠାରୁ ଗୋଟିଏ ଟଙ୍କା ନ ନେଇ, ସରକାରଙ୍କ କୌଣସି ଯୋଜନାର ଲାଭ ନନେଇ ଏହି ଅସ୍ତ୍ରପୋଚାର କରିଛନ୍ତି । ଡାକ୍ତରଙ୍କ ଏହି ମହାନକାମକୁ ପ୍ରଶଂସା କରାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.