ETV Bharat / bharat

ଭେଜ ବଦଳରେ ଆସିଲା ନନଭେଜ ପିଜା, 9 ଲକ୍ଷ ଫାଇନ ଗଣିଲା କମ୍ପାନୀ

author img

By

Published : May 13, 2022, 2:25 PM IST

Updated : May 13, 2022, 3:36 PM IST

ପିଜା ଖାଇବାକୁ ମନ ବଳାଇଲେ ଗ୍ରାହକ । ଫୋନ ଉଠାଇଲେ ଆଉ ପିଜା ଅର୍ଡର କରିଦେଲେ । ଭେଜ ପିଜା ଅର୍ଡର କରିଥିଲେ ଗ୍ରାହକ ହେଲେ ଆସିଲା ନନଭେଜ ପିଜା । ସେବାରେ ଅବହେଳା ପାଇଁ କମ୍ପାନୀ ଭୋଗିଲା ପରିଣାମ । କମ୍ପାନୀ ଉପରେ ଆୟୋଗ 9 ଲକ୍ଷ 65 ହଜାର 918 ଟଙ୍କା ଫାଇନ ପକାଇଛି । ଅଧିକ ପଢନ୍ତୁ

ଫାଇନ ଗଣିଲା ପିଜା କମ୍ପାନୀ
ଫାଇନ ଗଣିଲା ପିଜା କମ୍ପାନୀ

ଡେରାଡୁନ: ପିଜା ଖାଇବାକୁ ମନ ବଳାଇଲେ ଗ୍ରାହକ । ଫୋନ ଉଠାଇଲେ ଆଉ ପିଜା ଅର୍ଡର କରିଦେଲେ । ଭେଜ ପିଜା ଅର୍ଡର କରିଥିଲେ ଗ୍ରାହକ ହେଲେ ଆସିଲା ନନଭେଜ ପିଜା। ସେବାରେ ଅବହେଳା ପାଇଁ କମ୍ପାନୀ ଭୋଗିଲା ପରିଣାମ । କମ୍ପାନୀ ଉପରେ ଆୟୋଗ 9 ଲକ୍ଷ 65 ହଜାର 918 ଟଙ୍କା ଫାଇନ ପକାଇଛି । ଏପରି ଘଟଣା ଘଟିଛି ଉତ୍ତରାଖଣ୍ଡର ରୁୃରକି ଅଞ୍ଚଳରେ । ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସୂଚନା ଅନୁସାରେ, ଉପଭୋକ୍ତା ବ୍ୟାପାରର ବରିଷ୍ଠ ଆଇନଜୀବୀ ଗୋପାଳ ନରସନ କହିଛନ୍ତି ଯେ, ରୁରକି ନିବାସୀ ଶିବଙ୍ଗ ମିତ୍ତଲ 26 ଅକ୍ଟୋବର 2020 ରାତି 8.30ରେ ଅନଲାଇନ୍ ପିଜା ଅର୍ଡର କରିଥିଲେ । ସେ ନିରାମିଶ ପିଜା ଅର୍ଡର କରିଥିଲେ ହେଲେ ତାଙ୍କ ଘରକୁ ଆମିଷ ପିଜା ଆସିଥିଲା । ଡୋମିନସ କର୍ମଚାରୀ ଏକ ପ୍ୟାକେଟରେ ପିଜା ଆଣିଥିଲେ ଯାହାର ଦାମ ଥିଲା 918 ଟଙ୍କା । ଗ୍ରାହକ ଜଣଙ୍କ ପ୍ୟାକେଟ ଖୋଲନ୍ତି ତ ଜାଣିବାକୁ ପାଇଲେ ଯେ ସେ ନନଭେଜ ପିଜା । ଏହା ଦେଖି ଉପଭୋକ୍ତା ଶିବଙ୍ଗ ମିତ୍ତଲଙ୍କର ବାନ୍ତି ହେବାକୁ ଲାଗିଲା । ଦେହ ମଧ୍ୟ ଖରାପ ହୋଇଗଲା କାରଣ ତାଙ୍କ ପରିବାର ସମ୍ପୂର୍ଣ୍ଣ ସାକାହାରୀ ।

ଏ ନେଇ ଗ୍ରାହକ ଅଭିଯୋଗ କରିଥିଲେ । କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ କରାଯିବାରୁ ଗ୍ରାହକ ଆୟୋଗଙ୍କ ଦ୍ବାରସ୍ଥ ହୋଇଥିଲେ । ଉଭୟ ପକ୍ଷର ଶୁଣିବା ପରେ ଜାଣିବାକୁ ପାଇଲେ ଯେ ପିଜା କମ୍ପାନୀ ଦ୍ବାରା ସାକାହାରୀ ପିଜା ଅର୍ଡର ବଦଳରେ ଆମିଷ ପିଜା ଆସିଥିଲା ଯାହା ଗ୍ରାହକ ସେବାରେ ଅବହେଳା ଅଟେ। ପିଜା କମ୍ପାନୀ ଡୋମିନୋସ ଉପରେ 9 ଲକ୍ଷରୁ ଅଧିକ ଜୋରିମାନା ଲାଗିଛି । ବାର୍ଷିକ 6 ପ୍ରତିଶତ ସୁଧ ସହିତ ଗ୍ରାହକଙ୍କୁ 918 ଟଙ୍କା ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : May 13, 2022, 3:36 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.