ETV Bharat / bharat

Dog temple in Karnataka: ଦ୍ବାରପାଳ ରୂପେ ପୂଜା ପାଉଛନ୍ତି କୁକୁର, ଗାଁ ଦେବୀଙ୍କ ଆଗରୁ ଲାଗିହୁଏ ଭୋଗ

କର୍ଣ୍ଣାଟକର ରାମନଗର ଜିଲ୍ଲାରେ ଥିବା ଏକ ମନ୍ଦିରରେ କୁକୁରଙ୍କୁ କରାଯାଉଛି ପୂଜାର୍ଚ୍ଚନା। ଦ୍ବାରପାଳ ରୂପେ 2ଟି କୁକୁରଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରାଯାଉ ପୂଜା କରାଯାଉଛି। ଅଧିକ ପଢନ୍ତୁ

author img

By

Published : Jul 22, 2023, 9:53 PM IST

ଦ୍ବାରପାଳ ରୂପେ ପୂଜା ପାଉଛନ୍ତି କୁକୁର
ଦ୍ବାରପାଳ ରୂପେ ପୂଜା ପାଉଛନ୍ତି କୁକୁର

ବେଙ୍ଗାଲୁରୁ: ମନ୍ଦିରରେ ଆମେ ଦେବାଦେବୀଙ୍କ ପ୍ରତିମୂର୍ତ୍ତି ସ୍ଥାପନ କରି ପୂଜା କରିଥାଉ। ହେଲେ କର୍ଣ୍ଣାଟକରେ ଏମିତି ଏକ ମନ୍ଦିର ଅଛି ଯେଉଁଠାରେ କୌଣସି ଦେବାଦେବୀ ନୁହେଁ। ବରଂ ପୂଜା ପାଉଛନ୍ତି କୁକୁର। ବିଶ୍ବାସ ହେଉନଥିଲେ ବି ଏହା ସତ। କର୍ଣ୍ଣାଟକର ରାମନଗର ଜିଲ୍ଲାରେ ଥିବା ଆଗ୍ରାହରା ଭଲଗେରେହାଲି ଗାଁରେ ରହିଛି ଏକ ମନ୍ଦିର। ଯେଉଁଠାରେ କୁକୁରଙ୍କ ପ୍ରତିମୂର୍ତ୍ତି ଥିବା ଦେଖିବାକୁ ମିଳେ। ସୂଚନା ଅନୁସାରେ, ବହୁ ବର୍ଷ ପୂର୍ବେ ସେହି ଗ୍ରାମର ଗ୍ରାମବାସୀମାନେ ଏକଜୁଟ ହୋଇ ଏହି ମନ୍ଦିରର ନିର୍ମାଣ କରିଛନ୍ତି। ଯେଉଁଠି ଦୁଇଟି କୁକୁରଙ୍କ ଧଳା ରଙ୍ଗର ପ୍ରତିମୂର୍ତ୍ତି ଥିବା ଦେଖିବାକୁ ମିଳେ। ଏହି ମନ୍ଦିରର ନିର୍ମାଣ ପରେ ଏଠାରେ କୁକୁର ପୂଜା ପାଇ ଆସୁଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁସାରେ, ପୂର୍ବରୁ ମେଷ ପାଳକ ମାନେ ସେମାନଙ୍କ ମେଣ୍ଢାକୁ ଜୀବଜନ୍ତୁଙ୍କ ଆକ୍ରମଣରୁ ରକ୍ଷା କରିବା ପାଇଁ କୁକୁର ପାଳୁଥିଲେ। ଆଉ କୁକୁର ଏକ ବିଶ୍ବସ୍ତ ପ୍ରାଣୀ ହୋଇଥିବାରୁ ସେ ମଧ୍ୟ ତାର କର୍ତ୍ତବ୍ୟ ଠିକ ଭାବେ କରୁଥିଲା। ଫଳରେ ମେଷ ପାଳକମାନେ ମେଣ୍ଢା ଚରାଇବା ସମୟରେ କୁକୁରଙ୍କୁ ଜଗାଇ ଦେଇ ଚାଲିଯାଉଥିଲେ। ଏହିପରି ଭାବରେ ମେଣ୍ଢା ଜଗିବା ପାଇଁ ଗାଁକୁ ଅନେକ କୁକୁର ଅଣାଯାଇଥିଲା। ହେଲେ ଅଚାନକ ଗୋଟିଏ ପରେ ଗୋଟିଏ କୁକୁର ଗାଁରୁ ଗାୟବ ହୋଇଯାଇଥିଲେ। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଥିଲା। ଏନେଇ ଗ୍ରାମବାସୀମାନେ ସେମାନଙ୍କ ଇଷ୍ଟଦେବୀ ଭୀରାମାସ୍ତି କେମ୍ପାମାଙ୍କ ନିକଟରେ ଗୁହାରି କରିଥିଲେ।

ଏହାପରେ କୁକୁରମାନଙ୍କୁ ମନ୍ଦିରର ଦ୍ବାରପାଳ ରୂପେ ପୂଜା କରିବା ସହ ସେମାନଙ୍କ ପାଇଁ ଏକ ମନ୍ଦିର ନିର୍ମାଣ କରିବାକୁ ସ୍ବପ୍ନାଦେଶ ଦେଇଥିଲେ ଗ୍ରାମର ଇଷ୍ଟଦେବୀ। ଆଉ ସେବେଠାରୁ କୁକୁରମାନଙ୍କ ଉଦ୍ଦେଶ୍ୟରେ ଏକ ସ୍ବତନ୍ତ୍ର ମନ୍ଦିର ନିର୍ମାଣ କରି ସେମାନଙ୍କୁ ଦ୍ବାରପାଳ ରୂପେ ପୂଜାର୍ଚ୍ଚନା କରାଯାଉଛି। ତେବେ ସେହି ସମୟରେ ଥିବା କୁକୁରଙ୍କ ପ୍ରଜାତି କର୍ଣ୍ଣାଟକରେ ଏକ ପ୍ରକାର ଲୋପ ପାଇଯାଇଥିବା କୁହାଯାଉଛି।

ଏହା ମଧ୍ୟ ପଢନ୍ତୁ...Dhoni Birthday Celebration: କେକ୍ ଦେଲେ ଧୋନୀ, ଖାଇଲେ କୁକୁର

ତେବେ ଆମ ଦେଶ ସମେତ ପଡୋଶୀ ଦେଶ ନେପାଳରେ ମଧ୍ୟ କୁକୁର ପୂଜା କରିବାର ପରମ୍ପରା ରହିଛି। ନେପାଳରେ ଦୀପାବଳିକୁ ମଧ୍ୟ ବେଶ ଧୁମଧାମରେ ପାଳନ କରାଯାଉଥିବାବେଳେ ପ୍ରଥମେ କାଉ ପୂଜା ଏବଂ କୁକୁର ପୂଜା କରାଯାଇଥାଏ । ଦୀପାବଳିର ଦୁଇଦିନ ପୂର୍ବରୁ ନେପାଳର ଲୋକମାନେ କାଉ ପୂଜା କରିବାର ପରମ୍ପରା ରହିଛି । ତେବେ ଏହି ପୂଜାରେ ସକାଳୁ ସକାଳୁ ଉଠି ବିଭିନ୍ନ ପ୍ରକାରର ଖାଦ୍ୟ ତିଆରି କରି କାଉମାନଙ୍କୁ ଖାଇବାକୁ ଦେଇଥାନ୍ତି ଲୋକେ । ସେହିପରି କାଉ ପୂଜାର ଗୋଟିଏ ଦିନ ପରେ ଅର୍ଥାତ ଦୀପାବଳିର ଗୋଟିଏ ଦିନ ପୂର୍ବରୁ କୁକୁରଙ୍କୁ ପୂଜା କରାଯିବାର ପରମ୍ପରା ରହିଛି।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.