ବେଙ୍ଗାଲୁରୁ: ମାଲିକ ପ୍ରତି ପୋଷା କୁକୁରର ସ୍ନେହ ଅବର୍ଣ୍ଣୀୟ । ମାଲିକର ଜୀବନ ବଞ୍ଚାଇଲା ପୋଷା କୁକୁର(dog saves owner life)। ଏଭଳି ଘଟଣା ଦେଖିବାକୁ ମିଳିଛି ଶିବମୋଗା ଜିଲ୍ଲାର ସୁଦୁରୁ ଗାଁ ହୋସାନଗର ତାଲୁକରେ । ସୂଚନା ଅନୁଯାୟୀ, ଜିଲ୍ଲାରେ ରହୁଥିବାବେଳେ ଶେଖରପ୍ପା ଯିଏ କି ସବୁଦିନ ସକାଳୁ ଜଙ୍ଗଲକୁ ଶୁଖିଲା କାଠ ଆଣିବାକୁ ଯାଇ ରାତି 10ଟାକୁ ଫେରିଯାଆନ୍ତି । କିନ୍ତୁ ଶନିବାର ଦିନ ଜଙ୍ଗଲରୁ ଫେରିବାରୁ ବିଳମ୍ବ ହୋଇଥିଲା ଶେଖରପ୍ପାଙ୍କର ।
ଏନେଇ ପରିବାର ଲୋକ ବ୍ୟସ୍ତ ହୋଇ ଖୋଜା ଖୋଜି କରୁଥିବାବେଳେ ପୋଷା କୁକୁର ମଧ୍ୟ ତା ମାଲିକକୁ ଖୋଜିବା ଆରମ୍ଭ କରିଦେଇଥିଲା । ସେହି ସମୟରେ ହଠାତ୍ ସେ ଗୋଟିଏ ସ୍ଥାନରେ ଭୁକିବା ଆରମ୍ଭ କରିଥିଲା । ଏନେଇ ପାଖରେ ଥିବା ଲୋକେ ସେଠାରେ ପହଞ୍ଚିଥିବାବେଳେ ଶେଖରପ୍ପା ଏକ ଗଛ ନିକଟରେ ଚେତାଶୂନ୍ୟ ହୋଇ ପଡି ଥିବା ଦେଖିବାକୁ ପାଇଥିଲେ । ଘଟଣାସ୍ଥଳରେ ଗ୍ରାମବାସୀ ତୁରନ୍ତ ତାଙ୍କୁ ଡାକ୍ତରଖାନା ଭର୍ତ୍ତି କରିଥିଲେ ।
ତେବେ ଏନେଇ ବର୍ତ୍ତମାନ ଶେଖରପ୍ପାଙ୍କ ଅବସ୍ଥାରେ ଉନ୍ନତି ଦେଖାଦେଇଥିବାବେଳେ, ଏହି ଘଟଣା ପରେ ଲୋକମାନେ କୁକୁରଙ୍କୁ ପ୍ରଶଂସା ମଧ୍ୟ କରୁଛନ୍ତି । ଅନ୍ୟପଟେ ଫୋନ୍ ମାଧ୍ୟମରେ ଏ ବିଷୟରେ କଥାବାର୍ତ୍ତା କରି ଶେଖରପ୍ପା କହିଛନ୍ତି ଯେ "ଏହି ମହିଳା କୁକୁର ତାଙ୍କ ସହିତ ପ୍ରାୟ ଛଅ-ସାତ ବର୍ଷ ଧରି ରହିଆସିଛି ।"