ETV Bharat / bharat

ଜେଲରେ ବିଗିଡୁଛି ଚନ୍ଦ୍ରବାବୁ ନାଇଡ଼ୁଙ୍କ ସ୍ବାସ୍ଥ୍ୟବସ୍ଥା, ଥଣ୍ଡା ସ୍ଥାନକୁ ସ୍ଥାନାନ୍ତର ପାଇଁ ଡାକ୍ତର ଦେଲେ ପରାମର୍ଶ - ଦକ୍ଷତା ବିକାଶ ନିଗମ ଦୁର୍ନୀତି ଚନ୍ଦ୍ରବାବୁ ଗିରଫ

ବିଗିଡ଼ୁଛି ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସ୍ବାସ୍ଥ୍ୟବସ୍ଥା । ଚନ୍ଦ୍ରବାବୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ତାଙ୍କୁ ଥଣ୍ଡା ପରିବେଶକୁ ସ୍ଥାନାନ୍ତର କରିବା ସହ ତାଙ୍କ ପାଇଁ 5 ପ୍ରକାର ଔଷଧ ଦେବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି । ଅଧିକ ପଢ଼ନ୍ତୁ

ବିଗିଡୁଛି ଚନ୍ଦ୍ରବାବୁ ନାଇଡୁଙ୍କ ସ୍ବାସ୍ଥ୍ୟବସ୍ଥା

author img

By ETV Bharat Odisha Team

Published : Oct 14, 2023, 10:34 PM IST

ହାଇଦ୍ରାବାଦ: ବିଗିଡ଼ୁଛି ଟିଡିପି ମୁଖ୍ୟ ତଥା ପୂର୍ବତନ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବୁ ନାଇଡ଼ୁଙ୍କ ସ୍ବାସ୍ଥ୍ୟବସ୍ଥା । ଦୁର୍ନୀତି ମାମଲାରେ ଗିରଫ ହୋଇ ଜେଲରେ ଅଛନ୍ତି ଚନ୍ଦ୍ରବାବୁ । ତେବେ ଚନ୍ଦ୍ରବାବୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା ପରେ ରାଜମହେନ୍ଦ୍ରଭାରାମର ସରକାରୀ ଜେନେରାଲ ହସ୍ପିଟାଲର ଡାକ୍ତରମାନେ ଦେଇଥିବା ଏକ ରିପୋର୍ଟରେ ଚନ୍ଦ୍ରବାବୁଙ୍କୁ ଥଣ୍ଡା ପରିବେଶକୁ ସ୍ଥାନାନ୍ତର କରିବା ସହ ତାଙ୍କ ପାଇଁ 5 ପ୍ରକାର ଔଷଧ ଦେବାକୁ ପରାମର୍ଶ ଦେଇଛନ୍ତି । ଚନ୍ଦ୍ରବାବୁଙ୍କ ସ୍ବାସ୍ଥ୍ୟକୁ ନେଇ ପରିବାର ଲୋକଙ୍କ ସମେତ ଟିଡିପି ଦଳର ନେତା ଚିନ୍ତିତ ଥିବା ସହ ଜେଲ ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି ।

ଦକ୍ଷତା ବିକାଶ ନିଗମ ଦୁର୍ନୀତି ମାମଲାରେ ଗିରଫ ହୋଇ ଏକ ମାସରୁ ଅଧିକ ସମୟ ଧରି ରାଜମୁଣ୍ଡ୍ରି ସେଣ୍ଟ୍ରାଲ ଜେଲରେ ଥିବା ଚନ୍ଦ୍ରବାବୁ ସ୍କିନ ଆଲର୍ଜି ନେଇ ଅଭିଯୋଗ କରିଥିଲେ । ପ୍ରଥମେ ତାଙ୍କୁ ଜେଲ ମେଡ଼ିକାଲ ଅଫିସରଙ୍କ ଦ୍ବାରା ପରୀକ୍ଷା କରାଯାଇଥିଲା । ପରେ ସରକାରୀ ହସ୍ପିଟାଲର କର୍ମଚାରୀମାନଙ୍କ ଦ୍ବାରା ପରୀକ୍ଷା ପାଇଁ ମେଡ଼ିକାଲ ଅଫିସର ସୁପାରିସ କରିଥିଲେ । ତେବେ ପରୀକ୍ଷା ପରେ ଜଣାପଡ଼ିଥିଲା ଯେ, ଚନ୍ଦ୍ରବାବୁଙ୍କ ଶରୀରର ଛାତି, ହାତ, ବେକ ଓ ପିଠିର ଅନେକ ସ୍ଥାନରେ ଘା’ ହୋଇଛି ।

ଚର୍ମରୋଗ ଆସିଷ୍ଟାଣ୍ଟ ପ୍ରଫେସର ଜି. ସୂର୍ଯ୍ୟନାରାୟଣ ଏବଂ ଭି. ସୁନିତା ଦେବୀ ତାଙ୍କ ରିପୋର୍ଟରେ କହିଛନ୍ତି ଯେ, ଅକ୍ଟୋବର 12 ତାରିଖ ଅପରାହ୍ନ 5ଟାରୁ 5.30 ପର୍ଯ୍ୟନ୍ତ ଚନ୍ଦ୍ରବାବୁଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରାଯାଇଥିଲା ଏବଂ ସନ୍ଧ୍ୟା ସୁଦ୍ଧା ଏକ ରିପୋର୍ଟ ପ୍ରସ୍ତୁତ କରାଯାଇଥିଲା । ତାଙ୍କ ସ୍ବସ୍ଥ୍ୟ ରିପୋର୍ଟ ଅନୁସାରେ, ଅତ୍ୟଧିକ ଗରମ ପାଣିପାଗ କାରଣରୁ ତାଙ୍କ ଶରୀରର ଅନେକ ସ୍ଥାନରେ ଘା’ ହୋଇଛି । ତେଣୁ ଚନ୍ଦ୍ରବାବୁଙ୍କୁ ତୁରନ୍ତ ଥଣ୍ଡା ସ୍ଥାନକୁ ସ୍ଥାନାନ୍ତର କରିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି । ଏହାସହ 5ଟି ଔଷଧ ମଧ୍ୟ ଦିଆଯାଇଛି ।

ଏହା ମଧ୍ୟ ପଢ଼ନ୍ତୁ....FiberNet scam case: ଆନ୍ଧ୍ର ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ରିପୋର୍ଟ ତଲବ, ୧୭ରେ ପରବର୍ତ୍ତୀ ଶୁଣାଣି

ପୂର୍ବରୁ ଚନ୍ଦ୍ରବାବୁଙ୍କ ସ୍ବାସ୍ଥ୍ୟଗତ ସମସ୍ୟା ଥିବା ନେଇ ଡାକ୍ତରମାନେ ଜଣାଇଥିଲେ । ପ୍ରବଳ ଗରମ ହେତୁ ଚନ୍ଦ୍ରବାବୁ କିଛିଦିନ ଡିହାଇଡ୍ରେସନରେ ପୀଡ଼ିତ ଥିଲେ । ନାଇଡ଼ୁ ହାଇପରଟ୍ରୋଫିକ କାର୍ଡ଼ିଓମୋପାଥି ରୋଗୀ ହୋଇଥିବାରୁ ଡିହାଇଡ୍ରେସନ ତାଙ୍କ ହାର୍ଟକୁ ପ୍ରଭାବିତ କରିପାରେ ବୋଲି ଡାକ୍ତରମାନେ କହିଛନ୍ତି । ସେପଟେ ନାଇଡ଼ୁଙ୍କ ସ୍ବାସ୍ଥ୍ୟବସ୍ଥା ଭଲ ଥିବା ଦର୍ଶାଯାଇଥିବା ବେଳେ ବର୍ତ୍ତମାନ ତାଙ୍କର ଏଭଳି ଅବସ୍ଥାକୁ ନେଇ ପରିବାର ଲୋକ ଜେଲ ଅଧିକାରୀଙ୍କ ଉପରେ କ୍ଷୋଭ ପ୍ରକାଶ କରିଛନ୍ତି । ତେବେ ସରକାରୀ ଡାକ୍ତରଙ୍କ ରିପୋର୍ଟ ପରିବାର ସଦସ୍ୟଙ୍କୁ ଅଧିକ ଚିନ୍ତିତ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.