ETV Bharat / bharat

ଘୋଡା ନୁହେଁ ଶଗଡ ଗାଡି ଚଢି କନିଆଁ ଘର ଆସିଲା ବର

author img

By

Published : Apr 23, 2022, 1:54 PM IST

Updated : Apr 23, 2022, 2:21 PM IST

ନିଆରା ଢଙ୍ଗରେ ବିବାହ କରି ଚର୍ଚ୍ଚାରେ ମଧ୍ୟପ୍ରଦେଶ ବେତୁଲର ଡାକ୍ତର ବର(Unique wedding in Betul) । ପେଶାରେ ଡାକ୍ତର ହୋଇ ମଧ୍ୟ ଦାମୀ ଗାଡି ନୁହେଁ, ବରଂ ଶଗଡରେ ବାହା ହେବାକୁ ଯାଇଥିଲେ ବର(Doctor baarat on bullock cart in Betul) । ଅଧିକ ପଢନ୍ତୁ

ପୋଶାରେ ଡାକ୍ତର, ଶଗଡ ଗାଡିରେ ଗଲେ ବର
ପୋଶାରେ ଡାକ୍ତର, ଶଗଡ ଗାଡିରେ ଗଲେ ବର

ଭୋପାଳ: ଆପଣ ଅନେକ ବାହାଘର ବରଯାତ୍ରୀ ଦେଖିଥବେ । କିଏ ଘୋଡା ଗାଡି କରେ ବରଯାତ୍ରୀ ଯାଏତ ଆଉ କିଏ ଦାମୀ କାରରେ । କିନ୍ତୁ ଆଜି ଆମେ ଆପଣଙ୍କୁ ଏକ ଭିନ୍ନ ବାହାଘର ବିଷୟରେ କହିବୁ । ନିଆରା ଢଙ୍ଗରେ ବିବାହ କରି ଚର୍ଚ୍ଚାରେ ମଧ୍ୟପ୍ରଦେଶ ବେତୁଲର ଡାକ୍ତର ବର(Unique wedding in Betul) । ପେଶାରେ ଡାକ୍ତର ହୋଇ ମଧ୍ୟ ଦାମୀ ଗାଡି ନୁହେଁ ବରଂ ଶଗଡରେ ବାହା ହେବାକୁ ଯାଇଥିଲେ ବର(Doctor baarat on bullock cart in Betul) । ଖାଲି ବର ନୁହେଁ ବରଂ ପୂରା ବରଯାତ୍ରୀ ଶଗଡ ଗାଡିରେ ଯାଇଥିଲେ ।

ପୋଶାରେ ଡାକ୍ତର, ଶଗଡ ଗାଡିରେ ଗଲେ ବର

ଜଣେ ଡାକ୍ତର ହୋଇ ଶଗଡରେ ବରଯାତ୍ରୀ ଯିବା ସମାଜକୁ ଏକ ସ୍ବତନ୍ତ୍ର ବାର୍ତ୍ତା ଦେଇଛି । ଏନେଇ ଡାକ୍ତର ରାଜ ଧ୍ରୁବେ କହିଛନ୍ତି ଯେ, ସାମାଜିକ ସଂସ୍କୃତିକୁ ବଜାଇ ରଖିବା ଏବଂ ମଧ୍ୟବିତ୍ତ ଲୋକଙ୍କୁ ଉଚ୍ଚ ଚିନ୍ତାଧାରା ଯୋଗାଇ ଦେବା ପାଇଁ ଏହା ପ୍ରକୃଷ୍ଟ ମାଧ୍ୟମ । ଶଗଡ ଗାଡିକୁ ଏଭଳି ସଜ୍ଜିତ କରାଯାଇଥିଲା ଯେପରିକି ତାହା ସାମ୍ନାରେ ବିଳାସପୂର୍ଣ୍ଣ କାର ଏବଂ ଘୋଡା ଗାଡି ମଧ୍ୟ ଫିକା ପଡିଯିବ । ଏଭଳି ନିଆରା ଢଙ୍ଗରେ ବିବାହ କରି ସମାଜିକ ପରମ୍ପରାକୁ ଭୁଲି ନଯିବା ପାଇଁ ବାର୍ତ୍ତା ଦେଇଥିଲେ ଡାକ୍ତର ରାଜ ଧ୍ରୁବେ । ଏହି ଅନନ୍ୟ ଶୋଭାଯାତ୍ରାରେ ଡାକ୍ତର ରାଜ ଧ୍ରୁବେଙ୍କ ବରଯାତ୍ରୀ ଶଗଡ ଗାଡିକୁ ଆଦିବାସୀ ଲୋକକଳା ଦ୍ବାରା ସଜ୍ଜିତ କରାଯାଇଥିଲା । ଏହାସହ ବରଯାତ୍ରୀ ରେ ଡିଜେ ସାଉଣ୍ଡ ବଦଳରେ ଆଦିବାସୀ ଲୋକନୃତ୍ୟ ଏବଂ ବାଦ୍ୟଯନ୍ତ୍ର ବ୍ୟବହାର କରାଯାଇଥିଲା । ଯାହାକି ଆଜିକା ସମାଜରେ ଦେଖିବା ପାଇଁ ବିରଳ ।

ଶଗଡରେ ବସି ୩ କିଲୋମିଟର ଦୁଧିଆ ଗ୍ରାମରେ ପହଞ୍ଚିବା ପରେ ଗ୍ରାମବାସୀ ଆଶ୍ଚର୍ଯ୍ୟ ହୋଇଯାଇଥିଲେ । ପରମ୍ପରାଗତ ବିବାହରୁ ବଞ୍ଚିତ ହେଉଥିବା ଆଦିବାସୀଙ୍କ ପାଇଁ ଏହା ମହାନ ବାର୍ତ୍ତା ଅଟେ । ଆଧୁନିକ ଯୁଗରେ ଡାକ୍ତର ଧ୍ରୁବ ଭଳି ଲୋକଙ୍କୁ ୟୁଥ ଆଇକନ କୁହାଯାଇପାରେ । ଯେଉଁମାନେ ଶିକ୍ଷିତ ଏବଂ ଦକ୍ଷ ହୋଇଥିଲେ ମଧ୍ୟ ସଭ୍ୟତାକୁ ବଞ୍ଚାଇ ରଖିବା ପାଇଁ ପୁରାତନ ଢାଞ୍ଚା ଆପଣେଇଛନ୍ତି । ଏହି ଘଟଣା ଲୋକଙ୍କୁ ନିଜ ସଂସ୍କୃତିକୁ ପୁନଃଜୀବିତ କରିବା ପାଇଁ ନିଶ୍ଚିତ ବାର୍ତ୍ତା ପ୍ରଦାନ କରିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Apr 23, 2022, 2:21 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.