ETV Bharat / bharat

President on Constitution Day: ଜେଲ ସଂଖ୍ୟା ବୃଦ୍ଧି ଦେଶର ବିକାଶ ନୁହେଁ, ସଜା କାଟୁଥିବା ଛୋଟ ଅପରାଧିଙ୍କ କଥା ଚିନ୍ତା କରିବା ଉଚିତ - ସମ୍ବିଧାନ ଦିବସ 2022

ଜେଲ ନିର୍ମାଣ ବିକାଶର ଲକ୍ଷଣ ନୁହେଁ ବରଂ ତାର ସଂଖ୍ୟାକୁ ହ୍ରାସ କରିବାକୁ ପଡିବ । ଛୋଟ ମୋଟ ଅପରାଧରେ ଜେଲରେ ଥିବା କଏଦୀଙ୍କ କଥା ଚିନ୍ତା କରିବାର ଆବଶ୍ୟକତା ରହିଥିବା କହିଲେ ରାଷ୍ଟ୍ରପତି ମୁର୍ମୁ (President on Constitution day)। ଅଧିକ ପଢନ୍ତୁ

President on Constitution day: ଜେଲ ସଂଖ୍ୟା ବୃଦ୍ଧି ଦେଶର ବିକାଶ ନୁହେଁ, ସଜ୍ଜା କାଟୁଥିବା ଛୋଟ ଅପରାଧିଙ୍କ କଥା ଚିନ୍ତା କରିବା ଉଚିତ

author img

By

Published : Nov 26, 2022, 10:21 PM IST

ନୂଆଦିଲ୍ଲୀ: ଦେଶରେ ଜେଲରେ କଏଦୀଙ୍କ ସଂଖ୍ୟା କ୍ରମାଗତ ଭାବେ ବଢିବାରେ ଲାଗିଛି । ଅଧିକ ତଥା ନୂଆ ଜେଲର ନିର୍ମାଣ ମଧ୍ୟ ଆବଶ୍ୟକ ପଡିଲାଣି । ଜେଲର ଆବଶ୍ୟକତା ବଢିଲେ ଦେଶର ବିକାଶ କିପରି ହୋଇପାରିବ ? ବରଂ ଏହି ସଂଖ୍ୟାକୁ ଆମକୁ ହ୍ରାସ କରିବାକୁ ହେବ । ସାମାନ୍ୟ ଅପରାଧରେ ଜେଲରେ ବନ୍ଦୀ ଜୀବନ କାଟୁଥିବା କଏଦୀଙ୍କ ପ୍ରତି ବିଚାର ବ୍ୟବସ୍ଥାକୁ ଚିନ୍ତା କରିବାକୁୁ ହେବ ବୋଲି କହିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ (President on Constitution day)। ଆଜି (ଶନିବାର) ସମ୍ବିଧାନ ଦିବସ ଅବସରରେ ସର୍ବୋଚ୍ଚ କୋର୍ଟ ଦ୍ବାରା ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଏପରି ଦୃଷ୍ଟିଭଙ୍ଗୀ ରଖିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

  • President Droupadi Murmu referred to excessive cost of litigation as a major impediment in delivery of justice. She urged the executive, judiciary and legislature to evolve an effective dispute resolution mechanism to mitigate the people’s plight. pic.twitter.com/mir7t6vfaL

    — President of India (@rashtrapatibhvn) November 26, 2022 " class="align-text-top noRightClick twitterSection" data=" ">

ସର୍ବୋଚ୍ଚ କୋର୍ଟ ପରିସରରେ ଥିବା ଅଡିଟୋରିୟମରେ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ରାଷ୍ଟ୍ରପତି ମୁର୍ମୁ ନିଜ ସମ୍ବୋଧନରେ କହିଛନ୍ତି, ‘‘ହତ୍ୟା ପରି ବହୁ ଜଘନ୍ୟ ଅପରାଧ କରି ମଧ୍ୟ ଦୋଷୀ ମୁକ୍ତରେ ବୁଲୁଛନ୍ତି । କିନ୍ତୁ ଅନେକ କ୍ଷୁଦ୍ର ତଥା ସାମାନ୍ୟ ଅପରାଧରେ କିଛି କଏଦୀ ଜେଲରେ ବର୍ଷ ବର୍ଷ ଧରି କାଳ କାଟୁଛନ୍ତି । ଆପଣଙ୍କୁ ସେମାନଙ୍କୁ ପାଇଁ ଭାବିବା ଉଚିତ । ଦେଶରେ ଜେଲ ସଂଖ୍ୟା ବଢିବା ବିକାଶର ଲକ୍ଷଣ ନୁହେଁ । ଜେଲ ନିର୍ମାଣ କାହିଁକି ଦେଶର ପ୍ରାଥମିକତାରେ ଆସିବ ? ବରଂ ଏହାର ସଂଖ୍ୟାରେ ହ୍ରାସ ହିଁ ବିକାଶର ଲକ୍ଷଣ ।’’

ନ୍ୟାୟିକ ବ୍ୟବସ୍ଥାରେ ଅଦାଲତ ଲୋକଙ୍କର, ଲୋକଙ୍କ ପାଇଁ ଓ ଲୋକଙ୍କ ଦ୍ବାରା । ତେଣୁ ଲୋକଙ୍କ ପାଇଁ ଚିନ୍ତା କରିବା ଅଦାଲତର ମଧ୍ୟ ପ୍ରାଥମିକ କାର୍ଯ୍ୟ ହେବା ଉଚିତ ବୋଲି ରାଷ୍ଟ୍ରପତି କହିଥିଲେ । ଅଧିକାଂଶ ଲୋକେ ସେମାନଙ୍କର ମୌଳିକ ଅଧିକାର ଓ କର୍ତ୍ତବ୍ୟ ସମ୍ପର୍କରେ ଅଜ୍ଞ ଥିବା କାରଣରୁ ନ୍ୟାୟିକ ବିଧି ବ୍ୟବସ୍ଥା ମଧ୍ୟ ଜାଣିପାରୁ ନାହାନ୍ତି ବୋଲି ରାଷ୍ଟ୍ରପତି ମତବ୍ୟକ୍ତ କରିଥିଲେ । ଆଜି ଆୟୋଜିତ କାର୍ଯ୍ୟକ୍ରମରେ ପ୍ରଧାନ ବିଚାରପତି ଜଷ୍ଚିସ ଡି.ଓ୍ବାଇ ଚନ୍ଦ୍ରଚୂଡ, କେନ୍ଦ୍ର ଆଇନ ମନ୍ତ୍ରୀ କିରଣ ରିଜଜୁ, ବରିଷ୍ଠ ବିଚାରପତିି କେ.ଏମ ଜୋସେଫଙ୍କ ସହ ବହୁ ଅନ୍ୟ ବରିଷ୍ଠ ବିଚାରପତି ଓ ଆଇନଜୀବୀ ମଧ୍ୟ ଉପସ୍ଥିତ ଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.