ETV Bharat / bharat

Wrestler's Protest: ତରବରିଆ ଭାବେ ନିଷ୍ପତ୍ତି ନନେବାକୁ ୧୯୮୩ ବିଶ୍ବକପ ବିଜେତାଙ୍କ ପରାମର୍ଶ

ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ୧୯୮୩ ବିଶ୍ବକପ ବିଜୟୀ ଟିମ୍‌ । ତରବରିଆ ଭାବେ ନିଷ୍ପତ୍ତି ନନେବାକୁ ଦେଲେ ପରାମର୍ଶ । ଅଧିକ ପଢନ୍ତୁ

Etv Bharat
Etv Bharat
author img

By

Published : Jun 2, 2023, 9:11 PM IST

ନୂଆଦିଲ୍ଲୀ: ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଲେ ୧୯୮୩ ବିଶ୍ବକପ ବିଜୟୀ ଟିମ୍‌ । ତରବରିଆ ଭାବେ ନିଷ୍ପତ୍ତି ନନେବାକୁ କୁସ୍ତିଯୋଦ୍ଧାଙ୍କୁ ୧୯୮୩ ବିଶ୍ବକପ ବିଜୟୀ ଟିମ୍‌ର କିମ୍ବଦନ୍ତୀ କ୍ରିକେଟର ପରାମର୍ଶ ଦେଇଛନ୍ତି । ଏହାସହିତ ସରକାର ସେମାନଙ୍କ ଦାବି ଶୁଣି ଯଥାଶୀଘ୍ର ଏହାର ସମାଧାନ କରିବା ଲାଗି ମଧ୍ୟ ସେମାନେ ଆଶା ବ୍ୟକ୍ତ କରିଛନ୍ତି । କୁସ୍ତିଯୋଦ୍ଧା ମହାସଂଘ ଅଧ୍ୟକ୍ଷ ତଥା ବିଜେପି ସାଂସଦ ବ୍ରିଜଭୂଷଣ ସିଂଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ ଆଣି ମାସେ ଧରି ଆନ୍ଦୋଳନ କରୁଛନ୍ତି ଅଲମ୍ପିଆନ ବଜରଙ୍ଗ ପୁନିଆ, ସାକ୍ଷୀ ମଲିକ ଓ ଭିନେଶ ଫୋଗଟ ।

କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନ ୧୯୮୩ ବିଜେତାଙ୍କୁ ବେଶ ପ୍ରଭାବିତ କରିଛି । ପୂର୍ବତନ କ୍ରିକେଟର କପିଳ ଦେବଙ୍କ ନେତୃତ୍ବରେ ୧୯୮୩ ବିଶ୍ବକପ ବିଜେତା ଏକ ମିଳିତ ବିବରଣୀ ପ୍ରକାଶ କରିଛନ୍ତି । ଏଥିରେ ସେମାନେ କହିଛନ୍ତି, "ଦେଶର ଚମ୍ପିଆନ କୁସ୍ତିଯୋଦ୍ଧାଙ୍କୁ ଏପରି ଅବସ୍ଥାରେ ଦେଖି ଆମେ ଚିନ୍ତାଗ୍ରସ୍ତ ଓ ବିବ୍ରତ୍ତ । ବହୁ ପରିଶ୍ରମ ଦ୍ବାରା ଜିତିଥିବା ମେଡାଲକୁ ଗଙ୍ଗା ନଦୀରେ ବିସର୍ଜନ କରିବା ଘଟଣା ମଧ୍ୟ ଅତ୍ୟନ୍ତ ବ୍ୟଥିତ ।" ଏହି ୱିନିଂ ଟିମ୍‌ ମଧ୍ୟରେ ରହିଛନ୍ତି BCCI ସଭାପତି ରଗର୍‌ ବିନି, ସୁନିଲ ଗାଭାସ୍କର, ମହିନ୍ଦର ଅମରନାଥ, ରବି ଶାସ୍ତ୍ରୀ, ଦିଲ୍ଲୀପ ଭେଙ୍ଗସରକାର, ସୟଦ କିରମାନୀ, ମଦନ ଲାଲ, କେ. ଶ୍ରୀକାନ୍ତ ।

ଏହା ବି ପଢନ୍ତୁ- Delhi Ordinance Row: 'କଂଗ୍ରେସ ନିଷ୍ପତ୍ତି ନେଉ ଦଳ ଗଣତନ୍ତ୍ର ସହ ନା ପ୍ରଧାନମନ୍ତ୍ରୀ ମୋଦିଙ୍କ ସହ ଅଛି'

ଦୀର୍ଘ ବର୍ଷର ଉଦ୍ୟମ, ତ୍ୟାଗ, ନିଷ୍ଠା ଓ କଷ୍ଟର ଫଳ ହେଉଛି ସେହି ମେଡାଲ । ଏହା କେବଳ କୁସ୍ତିଯୋଦ୍ଧାଙ୍କ ଗର୍ବ ନୁହେଁ, ବରଂ ଦେଶ ପାଇଁ ଗର୍ବ ଓ ଗୌରବର ବିଷୟ । ଏଣୁ ଆମେ ସେମାନଙ୍କୁ ଅପିଲ କରୁଛି ଯେ ତରବରିଆ ଭାବେ କୌଣସି ନିଷ୍ପତ୍ତି ଗ୍ରହଣ ନ କରନ୍ତୁ । ଏହା ଆଶା କରୁଛି ଯେ ସେମାନଙ୍କ ଦାବି ଖୁବଶୀଘ୍ର ପୂରଣ ହେବ ।" ଆନ୍ଦୋଳନରତ କୁସ୍ତିଯୋଦ୍ଧାମାନେ ସେମାନଙ୍କ ମେଡାଲକୁ ଗଙ୍ଗା ନଦୀରେ ପ୍ରବାହିତ କରିବାକୁ ସରକାରଙ୍କୁ ଚେତାବନୀ ଦେବା ପରେ କ୍ରିକେଟର ଏହି କିମ୍ବଦନ୍ତୀ ଖେଳାଳି ମୁହଁ ଖୋଲିବା ସହିତ କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ବାହାରିଛନ୍ତି ।

ଗତ ମଙ୍ଗଳବାର କୁସ୍ତିଯୋଦ୍ଧାମାନେ ମେଡାଲ ଗଙ୍ଗା ନଦୀରେ ପ୍ରବାହିତ କରିବା ଲାଗି ହରିଦ୍ବାରରେ ପହଞ୍ଚିଥିଲେ । ଏହି ସମୟରେ ଚାଷୀ ନେତା ନରେଶ ଟିକାୟତ ସେମାନଙ୍କୁ ଅଟକାଇବା ସହ ସରକାରଙ୍କୁ ଏନେଇ ୫ଦିନର ଡେଡ୍‌ ଲାଇନ ଦେଇଥିଲେ । ସେପଟେ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ନେଇ ଅନେକ କିମ୍ବଦନ୍ତୀ ଖେଳାଳି ମୁହଁ ଖୋଲି ନାହାନ୍ତି । ଅନ୍ୟପଟେ ଅଲମ୍ପିଆନ ନୀରଜ ଚୋପ୍ରା ପୂର୍ବରୁ କୁସ୍ତିଯୋଦ୍ଧାଙ୍କ ଆନ୍ଦୋଳନକୁ ସମର୍ଥନ କରିଥିଲେ । ଗତ ମେ' ୨୮ ତାରିଖରେ ନୂଆ ସଂସଦର ଉଦଘାଟନ ହେଉଥିବା ବେଳେ ଏହା ଅଭିମୁଖେ ବାହାରିଥିଲେ କୁସ୍ତିଯୋଦ୍ଧା । ସେଠାରେ ଶାନ୍ତିପୂର୍ଣ୍ଣ ଭାବେ ଧାରଣା ଦେବା ସହ ମହିଳା ମହାପଞ୍ଚାୟତ କାର୍ଯ୍ୟକ୍ରମର ଯୋଜନା ରହିଥିଲା । ହେଲେ ଦିଲ୍ଲୀ ପୋଲିସ ସେମାନଙ୍କୁ ଅଟକାଇଥିଲା । ଏହାପରେ କୁସ୍ତିଯୋଦ୍ଧାମାନେ ନୂଆ ସଂସଦ ଅଭିମୁଖେ ଯାତ୍ରା କରିବାକୁ ଉଦ୍ୟମ କରିଥିବା ବେଳେ ସେମାନଙ୍କୁ ରାସ୍ତାରେ ଘୋଷାଡ଼ି ଥିଲା ପୋଲିସ । ଯାହାକୁ ବିଭିନ୍ନ ମହଲରୁ ନିନ୍ଦା କରାଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.