ETV Bharat / bharat

ତାମିଲନାଡ଼ୁ ଫଳାଫଳ: DMK ଆଗୁଆ, ଏମକେ ଷ୍ଟାଲିନଙ୍କୁ ଭେଟିଲେ କର୍ମୀ

author img

By

Published : May 2, 2021, 1:13 PM IST

କରୁର ବିଧାନସଭା ଆସନରେ ଆଗୁଆ ରହିଛନ୍ତି ଡିଏମକେ ପ୍ରାର୍ଥୀ ସେନଥିଲାଲ୍ ବାଲାଜୀ । ଏହି ଆସନରେ ପଛରେ ପଡ଼ି ଯାଇଛନ୍ତି ଏଆଇଏଡିଏକେ ପ୍ରାର୍ଥୀ । ଅଧିକ ପଢ଼ନ୍ତୁ...

ରାଜ୍ୟରେ ଡିଏମକେ ଆଗୁଆ, ଏମକେ ଷ୍ଟାଲିନଙ୍କୁ ଭେଟିଲେ କର୍ମୀ

ଚେନ୍ନାଇ: କରୁର ବିଧାନସଭା ଆସନରେ ଆଗୁଆ ରହିଛନ୍ତି ଡିଏମକେ ପ୍ରାର୍ଥୀ ସେନଥିଲାଲ୍ ବାଲାଜୀ । ଏହି ଆସନରେ ପଛରେ ପଡ଼ି ଯାଇଛନ୍ତି ଏଆଇଏଡିଏକେ ପ୍ରାର୍ଥୀ । ଏହାରି ମଧ୍ୟରେ ଡିଏମକେ ସଭାପତି ଏମକେ ଷ୍ଟାଲିନଙ୍କୁ ତାଙ୍କ ବାସ ଭବନରେ ଭେଟିଛନ୍ତି ଟି.ଆର ବାଲୁ ଓ ଚେପକ ବିଧାନସଭା ଆସନର ଡିଏମକେ ପ୍ରାର୍ଥୀ ଉଦୟନିଧି ଷ୍ଟାଲିନ । ତାମିଲନାଡ଼ୁରେ 135 ଆସନରେ ଡିଏମକେ ଆଗୁଆ ରହିଛି । ଏହାକୁ ନେଇ କିଛି ଗୁରୁତ୍ବପୂର୍ଣ୍ଣ ଆଲୋଚନା ହୋଇଥିବା ନେଇ ଆକଳନ କରାଯାଉଛି ।

ସେପଟେ ବିଜେପି ମଧ୍ୟ 4ଟି ବିଧାନସଭା ଆସନରେ ଆଗୁଆ ରହିଛି । ଧରାପୁରମ ବିଧାନସଭା ଆସନରେ ଡିଏମେ ପ୍ରତିଦ୍ବନ୍ଦୀ ଏନ କଲ୍ୟାଣବିଜଙ୍କୁ ପଛରେ ପକାଇଛନ୍ତି ଏଲ. ମୁରୁଗଗନ୍ । ସେହିଭଳି ବିଜେପି ପ୍ରାର୍ଥୀ ଏମ. ଭୋଜରାଜନ, ନାଇନର ନାଗେନଥ୍ରାନ ଓ ବିନୋଜ ପି. ସେଲଭମ ନିଜ ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ତେବେ ଆରାଭାକୁରୁଚି ଆସନରେ ପଛରେ ପଡ଼ି ଯାଇଛନ୍ତି ପୂର୍ବତନ ଆଇପିଏସ ଅଧିକାରୀ କେ ଆନ୍ନାମଲାଇ ।

ଅନ୍ୟପକ୍ଷରେ ଏଆଇଏଡିଏମକେ 98ଟି ବିଧାନସଭା ଆସନରେ ଆଗୁଆ ରହିଛି । ଡିଏମକେ ସଭାପତି ଏମକେ ଷ୍ଟାଲିନ କୋଲାଥୁର ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଛନ୍ତି । ଏହାସହ ଚେପକ ବିଧାନସଭା ଆସନରେ ଡିଏମକେ ବିଧାନସଭା ପ୍ରାର୍ଥୀ ଉଦୟନିଧି ଷ୍ଟାଲିନ ଆଗୁଆ ରହିଛନ୍ତି । ସେପଟେ ଥାଉଜେଣ୍ଡ ଲାଇଟସ ବିଧାନସଭା ଆସନରେ ଡିଏମକେର ଏଝିଲାନ ଏନ ଆଗୁଆ ରହିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.