ETV Bharat / bharat

ତାମିଲନାଡ଼ୁ ନିର୍ବାଚନ: ଡିଏମକେ ଆଗୁଆ, କୋଏମ୍ବାଟୁରରେ କମଲ ହାସନଙ୍କ କମାଲ

author img

By

Published : May 2, 2021, 4:07 PM IST

ତାମିଲନାଡ଼ୁ ଭୋଟ ଗଣତିରେ ଲଗାତାର ଆଗୁଆ ରହିଛି ବିରୋଧି ଡିଏମକେ । ବର୍ତ୍ତମାନ ସୁଦ୍ଧା 146ଟି ବିଧାନସଭା ଆସନରେ ଆଗୁଆ ରହିଛି ଡିଏମକେ । ଅଧିକ ପଢ଼ନ୍ତୁ...

ତାମିଲନାଡ଼ୁ ନିର୍ବାଚନ: ଡିଏମକେ ଆଗୁଆ, କୋଏମବାଟୁରରେ କମଲ ହାସନଙ୍କ କମାଲ

ଚେନ୍ନାଇ: ତାମିଲନାଡ଼ୁ ଭୋଟ ଗଣତିରେ ଲଗାତାର ଆଗୁଆ ରହିଛି ବିରୋଧି ଡିଏମକେ । ବର୍ତ୍ତମାନ ସୁଦ୍ଧା 146ଟି ବିଧାନସଭା ଆସନରେ ଆଗୁଆ ରହିଛି ଡିଏମକେ । ସେପଟେ ଏଆଇଏଡିଏମକେ 87ଟି ବିଧାନସଭା ଆସନରେ ଆଗୁଆ ରହିଛି । ରାଜ୍ୟରେ ବହୁମତ ସାବ୍ୟସ୍ତ କରିବା ପାଇଁ 234ଟି ଆସନ ମଧ୍ୟରେ ଯେକୌଣସି ଦଳକୁ 118ଟି ବିଧାନସଭା ଆସନରେ ବିଜୟୀ ହେବା ଆବଶ୍ୟକ ।

ବର୍ତ୍ତମାନ ସୁଦ୍ଧା ପଛରେ ରହିଛି ଏଆଇଏଡିଏମକେ । ଭୋଟ ଗଣତି ପୂର୍ବରୁ ଡିଏମକେ ପାଖାପାଖି 200 ବିଧାନସଭା ଆସନରେ ବିଜୟୀ ହେବା ନେଇ ବିଭିନ୍ନ ରାଜନୈତିକ ବିଶାରଦ ଅନୁମାନ କରିଥିଲେ । ସେପଟେ ଡିଏମକେ ସହ ମେଣ୍ଟ କରିଥିବା କଂଗ୍ରେସ ଦଳ ମଧ୍ୟ 12ଟି ବିଧାନସଭା ଆସନରେ ଆଗୁଆ ରହିଛି । ଏଆଇଏଡିଏମକେ ସହ ମେଣ୍ଟ କରିଥିବା ପିଏମକେ ଓ ବିଜେପି ଯଥାକ୍ରମେ 10 ଓ 4 ଆସନରେ ଆଗୁଆ ରହିଛି ।

ଦକ୍ଷିଣ ଆଫ୍ରିକା ଅଭନେତା ତଥା ଏମଏନଏମ ସଭାପତି କମଲ ହାସନ ଦକ୍ଷିଣ କୋଏମ୍ବାଟୁର ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ସେ ତାଙ୍କ ପ୍ରତିଦ୍ବନ୍ଦୀ ତଥା ବିଜେପି ମହିଳା ୱିଙ୍ଗର ସଭାପତି ବନତୀ ଶ୍ରୀବାସନମଙ୍କ ଠାରୁ 9 ହଜାର 390 ଭୋଟରେ ଆଗୁଆ ରହିଛନ୍ତି ।

ଏଆଇଏଡିଏମକେର ହେବିୱେଟ ମୁଖ୍ୟମନ୍ତ୍ରୀ କେ ପାଲାନୀସ୍ବାମୀ ଓ ଉପମୁଖ୍ୟମନ୍ତ୍ରୀ ପନିରସେଲଭମ ନିଜ ନିଜ ବିଧାନସଭା ଆସନ ଏଡାପଡ୍ଡୀ ଓ ବନ୍ଦିନାୟାକାନୁର ବିଧାନସଭା ଆସନରେ ଆଗୁଆ ରହିଛନ୍ତି। ସେପଟେ କୋଲାଥୁର ବିଧାନସଭା ଆସନରେ ଏମ କେ ଷ୍ଟାଲିନ ଓ ତାଙ୍କ ପୁଅ ୟୁ ଷ୍ଟାଲିନ ଚେପକ ବିଧାନସଭା ଆସନରେ ଆଗୁଆ ରହିଛନ୍ତି।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.