ETV Bharat / bharat

ତାମିଲନାଡୁରେ 130ଟି ଆସନରେ ଆଗୁଆ DMK

ତାମିଲନାଡ଼ୁରେ ଡିଏମକେ ଦଳ 130ଟି ବିଧାନସଭା ଆସନରେ ଆଗୁଆ ରହିଛି । ତା ପଛକୁ ଶାସକ ଏଆଇଡିଏମକେ ଦଳ 88 ବିଧାନସଭା ଆସନରେ ଆଗୁଆ ରହିଛି । ଅଧିକ ପଢ଼ନ୍ତୁ...

author img

By

Published : May 2, 2021, 10:44 AM IST

ତାମିଲନାଡ଼ୁରେ ଡିଏମକେ 130ଟି ଆସନରେ ଆଗୁଆ
ତାମିଲନାଡ଼ୁରେ ଡିଏମକେ 130ଟି ଆସନରେ ଆଗୁଆ

ଚେନ୍ନାଇ: ତାମିଲନାଡ଼ୁରେ ଡିଏମକେ ଦଳ 130ଟି ବିଧାନସଭା ଆସନରେ ଆଗୁଆ ରହିଛି । ତା ପଛକୁ ଶାସକ ଏଆଇଡିଏମକେ ଦଳ 88 ବିଧାନସଭା ଆସନରେ ଆଗୁଆ ରହିଛି । ଭୋଟ ଗଣତି ଆରମ୍ଭ ହେବାପରେ ତାମିଲନାଡ଼ୁ ମୁଖ୍ୟମନ୍ତ୍ରୀ କେ ପାଲାନୀସ୍ବାମୀ ସାଲେମ ଜିଲ୍ଲାର ଏଡାପାଦୀ ବିଧାନସଭା ଆସନରେ ଆଗୁଆ ରହିଛନ୍ତି ।

ବିରୋଧି ଦଳ ନେତା ତଥା ଡିଏମକେ ସଭାପତି ଏମକେ ଷ୍ଟାଲିନ କୋଲାଥୁର ନିର୍ବାଚନ ମଣ୍ଡଳୀରେ ଆଗୁଆ ରହିଛନ୍ତି । ଏହାପୂର୍ବରୁ 30ଟି ବିଧାନସଭାରେ ଡିଏମକେ ଦଳ ଆଗୁଆ ରହିଥିଲା । ସେପଟେ 18ଟି ବିଧାନସଭା ଆସନରେ ଆଗୁଆ ଥିଲା ଏଆଇଡିଏମକେ।

ବିଶେଷ କରି କୁରିଞ୍ଜିପାଲ୍ଲୀ, ନେଭେଲୀ ଓ ବିରୁଦ୍ଧଚଲାମ ବିଧାନସଭା ଆସନରେ ଡିଏମକେ ଆଗୁଆ ରହିଛି । ସେପଟେ ତାମିଲନାଡୁ ବିଜେପି ସଭାପତି ଏଲ ମୁରୁଗନ ଧରାପୁରମ ବିଧାନସଭା ଆସନରେ ଆଗୁଆ ରହିଛନ୍ତି । ଏଆଇଡିଏମକେ ମନ୍ତ୍ରୀ କେସି ବିରାମଣି ଓ ବେଞ୍ଜାମିନ ଦୁଇଟି ବିଧାନସଭା ଆସନ ଯଥାକ୍ରମେ ଜୋଲାରପେଟ ଓ ମଦୁରା ଭୋୟାଲରେ ଆଗୁଆ ରହିଛନ୍ତି।

ସକାଳ 8ଟାରୁ ଭୋଟ ଗଣତି ଆରମ୍ଭ ହୋଇଛି । କୋରୋନା ଗାଇଡଲାଇନ ମଧ୍ୟରେ ଭୋଟ ଗଣତି ଆରମ୍ଭ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.