ETV Bharat / bharat

ଡ୍ରେସ ଧୋଇବାକୁ ନେଇ ଯବାନଙ୍କୁ ପିଟିପିଟି ହତ୍ୟା କଲେ DMK କାଉନସିଲର

author img

By

Published : Feb 16, 2023, 1:56 PM IST

ତାମିଲନାଡୁର କୃଷ୍ଣାଗିରିରେ ବର୍ବର ଘଟଣା । ପୋଷାକ ଧୋଇବାକୁ ନେଇ ଯବାନଙ୍କୁ ପିଟିପିଟି ହତ୍ୟା କଲେ ଡିଏମକେ କାଉସିଲର । ଅଧିକ ପଢନ୍ତୁ

dmk councillor arrested for beating army soldier

ଚେନ୍ନାଇ: ଡିଏମକେ କାଉସିଲରଙ୍କ ଦାଦାଗିରି । ଯବାନଙ୍କୁ ପିଟି ପିଟି ହତ୍ୟା କଲେ ଡିଏମକେ କାଉସିଲର । ଏକ ପାଣି ଟାଙ୍କି ନିକଟରେ ପୋଷାକ ଧୋଇବାକୁ ନେଇ ବଚସା ପରେ ଘଟିଥିଲା ଏହି ଜଘନ୍ୟ ହତ୍ୟାକାଣ୍ଡ । ଏଭଳି ବର୍ବରକାଣ୍ଡ ଘଟିଛି ତାମିଲନାଡୁର କୃଷ୍ଣାଗିରିରେ । ଏନେଇ ଥାନାରେ ଅଭିଯୋଗ ପରେ ପୋଲିସ ଡିଏମକେ କାଉସିଲର ଚିନ୍ନାସାମୀଙ୍କୁ ଗିରଫ କରିଛି । ମୃତ ଯବାନ ହେଉଛନ୍ତି ପ୍ରଭୁ ।

ଏନେଇ ପୋଲିସ କହିଛି ଯେ,'' ପାଣିଟାଙ୍କି ନିକଟରେ ପୋଷାକ ଧୋଇବାକୁ ନେଇ କାଉସିଲର ଚିନ୍ନାସାମୀ ଓ 33 ବର୍ଷୀୟ ଯବାନଙ୍କ ମଧ୍ୟରେ ବଚସା ଆରମ୍ଭ ହୋଇଥିଲା। ପରେ ଏହା ଉଗ୍ର ରୂପ ନେଇଥିଲା । ଡିଏମକେ କାଉସିଲର ଓ ତାଙ୍କର 9 ଜଣ ସହଯୋଗୀ ଯବାନ ଓ ତାଙ୍କ ଭାଇଙ୍କୁ ଆକ୍ରମଣ କରିଥିଲେ । ଫଳରେ ଯବାନ ଜଣଙ୍କ ଗୁରୁତର ହୋଇପଡିଥିଲେ। ଏନେଇ ପ୍ରଭାକରଣ କ୍ରିଷ୍ଣାଗୀରି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଡିଏମକେ କାଉସିଲରଙ୍କ ତାଙ୍କ ପୁଅ ରାଜାପାଣ୍ଡିଙ୍କ ସମେତ 9 ଜଣଙ୍କ ବିରୋଧରେ ଥାନାରେ ଅଭିଯୋଗ ହୋଇଥିଲା । ଏହାକୁ ଭିତ୍ତି କରି ପୋଲିସ ଚିନ୍ନାସାମୀଙ୍କୁ ଗିରଫ କରିଛି। ''

ଗୁରୁତର ଅବସ୍ଥାରେ ଯବାନ ଜଣଙ୍କୁ ଏକ ବେସରକାରୀ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସା ଜାରି ରହିଥିବା ବେଳେ ମଙ୍ଗଳବାର ରାତିରେ ତାଙ୍କର ମୃତ୍ୟୁ ହୋଇଥିଲା । ଜଣେ କାଉସିଲରଙ୍କ ଆକ୍ରମଣରେ ଜଣେ ଯବାନଙ୍କ ମୃତ୍ୟୁ ହୋଇଥିବାରୁ ଏହାକୁ ତୀବ୍ର ନିନ୍ଦା କରିଛି ବରିଷ୍ଠ ବିଜେପି ନେତା କୁଶବ ସୁନ୍ଦର । ରାଜ୍ୟରେ ଆଇନ ଶୃଙ୍ଖଳା ଭୁଶୁଡି ପଡିଥିବା ନେଇ ମତ ରଖିଛନ୍ତି ।

ବିଜେପି ନେତା କୁଶବ ସୁନ୍ଦର ଟ୍ବିଟ କରି କହିଛନ୍ତି ଯେ, ''ଜଣେ ଯବାନଙ୍କୁ ଡିଏମକେ କର୍ମୀ ହତ୍ୟା କରିଛନ୍ତି । ଯଦି ଆମେ ବର୍ତ୍ତମାନ ଚୁପ୍ ବସିବା ତେବେ ଏହା ବୋଧ ହୁଏ ସବୁଠାରୁ ଲଜ୍ଜା ଜନକ ହେବ । ଏହି ଘଟଣାକୁ ନେଇ ସମସ୍ତେ ଭୟଭୀତ । ଗୁଣ୍ଡାରାଜ ରୋକିବାକୁ ରାଜ୍ୟରେ ଆଇନ ଶୃଙ୍ଖଳା ବ୍ୟବସ୍ଥା ବିଫଳ ହୋଇଛି। ''

କିଛି ମାସ ପୂର୍ବେ ଗୁଜୁରାଟରେ ଜଣେ ସେନାରେ କାର୍ଯ୍ୟରତ ଯବାନଙ୍କୁ ପିଟିପିଟି ହତ୍ୟା କରାଯାଇଥିବା ଖବର ସାମ୍ନାକୁ ଆସିଥିଲା । ଯବାନଙ୍କ ଝିଅର ଅଶ୍ଲୀଳ ଭିଡିଓ ଭାଇରାଲ ହେବା ପରେ ସେ ଏହାକୁ ବିରୋଧ କରିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିଲା । ଏନେଇ ଥାନାରେ ଅଭିଯୋଗ ପରେ ୭ ଜଣଙ୍କୁ ଗିରଫ କରିଥିଲା ପୋଲିସ । ଯବାନଙ୍କ ସ୍ତ୍ରୀ ଓ ପୁଅ ମଧ୍ୟ ଆକ୍ରମଣର ଶିକାର ହୋଇ ଆହତ ହୋଇଥିଲେ । ଗୁଜୁରାଟର ଖେଡା ଜିଲ୍ଲାରେ ଘଟିଥିଲା ଏପରି ଅଭାବନୀୟ ଘଟଣା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.