ETV Bharat / bharat

ସାମ୍ନାରେ ବୁଡୁଥିଲା ଯୁବକ, ଉଦ୍ଧାରକାରୀ କହିଲେ ଟଙ୍କା ଦିଅ ତା'ପରେ ବଞ୍ଚିବ ଜୀବନ - ସ୍କୁବା ଡାଇଭର

ଜୀବନଠାରୁ ମୂଲ୍ୟବାନ ହେଲା ଟଙ୍କା । ଆଖି ସାମ୍ନାରେ ବୁଡିଯାଉଥିବା ଯୁବକଙ୍କ ଜୀବନ ନ ବଞ୍ଚାଇ ଟଙ୍କା ଦାବି କଲେ ସ୍କୁବା ଡାଇଭର । ଉତ୍ତରପ୍ରଦେଶ ଗଙ୍ଗା ନଦୀ ଘାଟରେ ଘଟିଛି ଏଭଳି ଅଭାବନୀୟ ଘଟଣା । ଅଧିକ ପଢନ୍ତୁ

young man drowned in Ganges
young man drowned in Ganges
author img

By

Published : Mar 19, 2023, 10:03 PM IST

ସାମ୍ନାରେ ବୁଡୁଥିଲା ଯୁବକ, ଉଦ୍ଧାରକାରୀ କହିଲେ ଟଙ୍କା ଦିଅ ତା'ପରେ ବଞ୍ଚିବ ଜୀବନଟ

ଲକ୍ଷ୍ନୌ: ଅର୍ଥର ଲୋଭରେ ଦିନକୁ ଦିନ ମାନବିକତା ହରାଇ ବସୁଛି ମଣିଷ । କେଉଁଠି ଟଙ୍କା ଲାଗି ପିତାମାତାଙ୍କୁ ଗୋଡ଼ରେ ଏଡାଉଛି ସନ୍ତାନ ତ ଆଉ କେଉଁଠି ହତ୍ୟା ଭଳି ଅପରାଧିକ କାଣ୍ଡ କରିବାକୁ ପଛାଉନାହିଁ ମଣିଷ । ହେଲେ ଏଠି ସମସ୍ତ ସୀମାକୁ ପାର କରିଛି ଜଣେ ମଣିଷରୂପୀ ରାକ୍ଷସ । ଆଖି ସାମ୍ନାରେ ପାଣିରେ ଯୁବକଟିଏ ବୁଡିଯାଉଥିବା ବେଳେ ତାର ଜୀବନ ବଞ୍ଚାଇବା ପରିବର୍ତ୍ତେ ଏଠାରେ ମଧ୍ୟ ଟଙ୍କା ମାଗିଛି ଜଣେ ଉଦ୍ଧାରକାରୀ, ଯାହାର କାମ ଲୋକଙ୍କୁ ଉଦ୍ଧାର କରିବା । ଏଭଳି ନିନ୍ଦନୀୟ ଘଟଣା ଉତ୍ତରପ୍ରଦେଶ ଫରୁଖାବାଦ ଜିଲ୍ଲାରରେ ଦେଖିବାକୁ ମିଳିଛି ।

ମିଳିଥିବା ସୂଚନା ଅନୁସାରେ ଜିଲ୍ଲାର ପାଞ୍ଚାଲ ଘାଟ ଗଙ୍ଗା ନଦୀକୂଳକୁ ଭାଗବତ କଥାର ସାମଗ୍ରୀକୁ ଫିଙ୍ଗିବାକୁ ଆସିଥିଲେ ଜଣେ ଯୁବକ । ଏହି ସମୟରେ ତାଙ୍କର ପାଣିରେ ବୁଡି ମୃତ୍ୟୁ ଘଟିଛି । ସମ୍ପର୍କୀୟଙ୍କ ଅଭିଯୋଗ ଅନୁସାରେ ଯେତେବେଳେ ଯୁବକ ଜଣକ ପାଣିରେ ବୁଡିଯାଉଥିଲା, କୂଳରେ ଉପସ୍ଥିତ ଜଣେ ସ୍କୁବା ଡାଇଭରକୁ ସେ ଉଦ୍ଧାର ଲାଗି ଗୁହାରି କରିଥିଲା । ମାତ୍ର ଏହି ସମୟରେ ଡାଇଭର ଜଣକ ତାକୁ ୧୦ ହଜାର ଟଙ୍କା ଦେବାକୁ ଦାବି କରିଥିଲା । ମୃତକଙ୍କ ନାମ ହେଉଛି କୁଲଦୀପ । ତାଙ୍କ ସମ୍ପର୍କୀୟଙ୍କ କହିବାନୁସାରେ ସେମାନେ ଜୟସିହଂପୁର ଗ୍ରାମରୁ ଭାଗବତ ସାମଗ୍ରୀ ନଦୀରେ ଫିଙ୍ଗିବା ଲାଗି ଗଙ୍ଗା ନଦୀ କୂଳକୁ ଆସିଥିଲେ ।

ଏହା ବି ପଢନ୍ତୁ-Operation Amrit Pal Singh: 22 ପର୍ଯ୍ୟନ୍ତ ଚଣ୍ଡିଗଡରେ ଧାରା 144 ଜାରି

ଏହି ସମୟରେ ସେମାନେ ଗଙ୍ଗାରେ ସ୍ନାନ କରୁଥିଲେ । ଗାଧୋଇବା ସମୟରେ କୁଲଦୀପ (୨୮) ନଦୀରେ ବୁଡି ଯାଇଥିଲେ । କୁଲଦୀପଙ୍କ ସାଙ୍ଗମାନେ ତାଙ୍କୁ ଉଦ୍ଧାର କରିବା ଲାଗି ଗୁହାରି କରିଥିଲେ । ହେଲେ ଏହି ସମୟରେ ଉପସ୍ଥିତ ସ୍କୁବା ଡାଇଭର ଜଣକ ତାଙ୍କୁ ୧୦ ହଜାର ଟଙ୍କା ଦାବି କରିଥିଲା । ଟଙ୍କା ଏକଜୁଟ ହେବା ପରେ ପାଣି ଭିତରକୁ ପ୍ରବେଶ କରିଥିଲେ ସ୍କୁବା ଡାଇଭର । ଏହାପରେ କୁଲଦୀପଙ୍କୁ ପାଣିରୁ ଉଦ୍ଧାର କରାଯାଇଥିଲା । ଯେତେବେଳେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା, ସେତେବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ ।

ଯୁବକଙ୍କ ମୃତ୍ୟୁ ଖବର ପରିବାର ନିକଟରେ ପହଞ୍ଚିବା ପରେ ଘରେ ଶୋକର ଛାୟା ଖେଳିଯାଇଛି । ସେପଟେ ମୃତ କୁଲଦୀପଙ୍କ ଭାଇ ରଙ୍ଗଲାଲ କହିଛନ୍ତି ଯେ ଯଦି ଠିକ ସମୟରେ ସ୍କୁବା ଡାଇଭରମାନେ ଗଭୀର ପାଣି ଭିତରକୁ ଯାଇଥାନ୍ତେ, ତେବେ ତାଙ୍କ ଭାଇର ଜୀବନ ବଞ୍ଚିଯାଇଥାନ୍ତା । ତେବେ ପୋଲିସ ମୃତଦେହକୁ ମୃତଦେହ ରଖାଯାଉଥିବା କୋଠରୀରେ ରଖିଥିବା ସେ କହିଛନ୍ତି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.