ETV Bharat / bharat

ରୋଡବେଜ ମାଲିକଙ୍କ କାହାଣୀ: ଦିନେ ବିକୁଥିଲେ ପରିବା, ଆଜି ସେ କୋଟିପତି - ବିହାରର ଦିଲଖୁସ କୁମାର

କଠିନ ପରିଶ୍ରମ ଓ ଉଦ୍ୟମ ବଳରେ ଯେକୌଣସି ଲକ୍ଷ୍ୟ ସ୍ଥଳରେ ପହଞ୍ଚିପାରେ ମଣିଷ । ଏଭଳି ଉକ୍ତିକୁ ସତ କରି ଦେଖାଇଛନ୍ତି ବିହାରର ଦିଲଖୁସ କୁମାର ଓ ଅନ୍ୟମାନଙ୍କ ପାଇଁ ପାଲଟିଛନ୍ତି ଉଦାହରଣ । ପଢନ୍ତୁ ପୁରା ଖବର

ରୋଡବେଜ ମାଲିକଙ୍କ କାହାଣୀ
ରୋଡବେଜ ମାଲିକଙ୍କ କାହାଣୀ
author img

By ETV Bharat Odisha Team

Published : Nov 14, 2023, 7:13 AM IST

ପାଟନା: ନିଜର କଠିନ ପରିଶ୍ରମ ଓ ଦୃଢ ଇଚ୍ଛାଶକ୍ତି ବଳରେ ମଣିଷ ଅନେକ କିଛି ହାସଲ କରିପାରେ । ଏହି ଉକ୍ତିକୁ ସତ କରି ଦେଖାଇଛନ୍ତି ବିହାର ପାଟନାର ଅଞ୍ଚଳର ଦିଲଖୁସ କୁମାର । ଦିନ ଥିଲା ପରିବାର ପ୍ରତିପୋଷଣ ପାଇଁ ରିକ୍ସା ଚଳାଇବା ଠାରୁ ଆରମ୍ଭ କରି ଘର ଘର ବୁଲି ପରିବା ବିକ୍ରି କରିଥିଲେ ଦିଲଖୁସ । ଆଉ ଆଜି କମ୍ପାନୀର ମାଲିକ ହୋଇ କୋଟିପତି ହୋଇପାରିଛନ୍ତି । ନିଜ ପରିଶ୍ରମ ଓ ଉଦ୍ୟମ ବଳରେ ନିଜକୁ ଉଚ୍ଚ ଶିଖରରେ ପହଞ୍ଚାଇ ପାରିଛନ୍ତି ଦିଲଖୁସ ।

ବିହାରର ବନଗ୍ରାମ ଅଞ୍ଚଳ ନିବାସୀ ଅଟନ୍ତି ଦିଲଖୁସ କୁମାର । 30 ବର୍ଷୀୟ ଦିଲଖୁସଙ୍କୁ ନେଇ ଏବେ ବେଶ ଚର୍ଚ୍ଚା ହେଉଛି । କାରଣ ନିଜ ଉଦ୍ୟମ ବଳରେ ସେ ଅନେକ ଯୁବକଙ୍କ ପାଇଁ ଉଦାହରଣ ପାଲଟିଛନ୍ତି । ଦିଲଖୁସ କୁମାର ମାତ୍ର ଦ୍ବାଦଶ ଶ୍ରେଣୀ ପର୍ଯ୍ୟନ୍ତ ପାଠ ପଢିଥିବା ବେଳେ ରୋଜଗାର ପାଇଁ ଦିନେ ଦିଲ୍ଲୀ ସଡକରେ ରିକ୍ସା ଚଳାଇଥିଲେ । ପରେ ସେଠାରୁ ପୁଣି ନିଜ ଜନ୍ମମାଟିକୁ ଫେରି ରାସ୍ତାରେ ପନିପରିବା ବିକ୍ରି କରି ଗୁଜୁରାଣ ମେଣ୍ଟାଇଥିଲେ ।

ଯୁବବର୍ଗଙ୍କ ପାଇଁ ପ୍ରେରଣା: ତେବେ ଆଜି ଦିଲଖୁସ ରୋଡବେଜ( RodBez) କମ୍ପାନୀର ମାଲିକ ଅଟନ୍ତି । କୋଟି କୋଟି ଟଙ୍କାର କାରବାର କରୁଛନ୍ତି ସେ । ପିଲାଦିନେ ଯାହାଙ୍କୁ କେଉଁ ପର୍ବପର୍ବାଣୀରେ ସାମିଲ ହେବାକୁ ନୂଆ ପୋଷାକ ମିଳୁନଥିଲା ସେ ଆଜି କୋଟି କୋଟି ଟଙ୍କାର ମାଲିକ ହୋଇଥିବା ବେଳେ ଅଡି, ହୋଣ୍ଡା ଭଳି ଦାମୀ କାରରେ ବୁଲୁଛନ୍ତି ।

ଡ୍ରାଇଭର ବାପାଙ୍କ ପୁଅ ହେଲେ କୋଟିପତି: ଦିଲଖୁସ କୁମାରଙ୍କ କହିବା ଅନୁଯାୟୀ, ତାଙ୍କ ବାପା ଜଣେ ବସ ଡ୍ରାଇଭର ଥିଲେ । ପିଲା ଦିନ ତାଙ୍କର ଗାଁରେ କଟିଥିବା ବେଳେ ପାଠପଢା ମଧ୍ୟ ଗାଁ ସ୍କୁଲରେ ହୋଇଥିଲା । ଡ୍ରାଇଭରଙ୍କ ପୁଅ ହୋଇଥିବାରୁ ଡ୍ରାଇଭିଂ ସେ ଜାଣିଥିଲେ । ଏହାମଧ୍ୟରେ ଦ୍ବାଦଶ ପରୀକ୍ଷା ପରେ ପରିବାରର ପ୍ରତିପୋଷଣ ପାଇଁ ତାଙ୍କୁ ଦିଲ୍ଲୀ ଯିବାକୁ ପଡିଥିଲା ।

ଏହାମଧ୍ୟ ପଢନ୍ତୁ: ସେବା ସମର୍ପଣ ଭାବର ଉଦାହରଣ ପାଲଟିଲେ ସ୍ବାସ୍ଥ୍ୟକର୍ମୀ, 9KM ଚାଲି ଚାଲି କଲେ ଚିକିତ୍ସା

ଦିଲ୍ଲୀ ବାସିନ୍ଦା ହୋଇନଥିବାରୁ ତାଙ୍କୁ କୌଣସି କମ୍ପାନୀରେ ଗାଡି ଚଳାଇବା ପାଇଁ ମିଳିନଥିଲା । ବିନା କାମରେ ଦିଲ୍ଲୀରେ ରହିବା ବେଶ କଷ୍ଟକର ହୋଇପଡିଥିବା ବେଳେ ସେ ବାଧ୍ୟ ହୋଇ ରିକ୍ସା ଚଳାଇବା ଆରମ୍ଭ କରିଥିଲେ । ରିକ୍ସା ଚଳାଇ ଦିଲ୍ଲୀ ଟ୍ରାଫିକ ବିଷୟରେ ଅବଗତ ହୋଇଥିଲେ । କିନ୍ତୁ ମାସେ ମଧ୍ୟରେ ସ୍ବାସ୍ଥ୍ୟବସ୍ଥା ଖରାପ ହେବାରୁ ତାଙ୍କୁ ବାଧ୍ୟ ହୋଇ ଘରକୁ ଫେରିବାକୁ ପଡିଥିଲା ।

ଡ୍ରାଇଭିଂ ସମୟରେ ଆସିଥିଲା ନୂଆ ଉପାୟ: ଦିଲଖୁସଙ୍କ କହିବାନୁଯାୟୀ, ସେ ଡ୍ରାଇଭିଂ କରୁଥିବା ସମୟରେ ତାଙ୍କ ମୁଣ୍ଡରେ ଏକ ନୂଆ ବୁଦ୍ଧି ପଶିଥିଲା । ଗାଡି ଚଳାଇବା ସମୟରେ ସେ ରିୟଲ ଷ୍ଟେଟ ବିଷୟରେ ଜାଣିବାକୁ ପାଇଥିଲେ ଓ ସେଥିରେ କାମ କରିବା ଆରମ୍ଭ କଲେ ।

ଅନେକ ଅସଫଳ ପରେ ପାଇଲେ ସଫଳତା: ଦିଲଖୁସ ଆହୁରି ମଧ୍ୟ କହିଛନ୍ତି ଯେ, ଅନେକ ଥର ଅସଫଳତାର ସ୍ବାଦ ଚାଖିବା ପରେ ତାଙ୍କୁ ଶେଷରେ ମିଳିଥିଲା ସଫଳତା । 2016ରେ କିଛି ଲୋକଙ୍କ ସହ ମିଶି ଆର୍ଯ୍ୟା ଗୋ ନାମକ ଏକ କମ୍ପାନୀ ଖୋଲିଥିଲେ ଦିଲଖୁସ । ଯେଉଁଥିରେ ତାଙ୍କୁ ଅନେକ ସଫଳତା ମିଳିଥିଲା । ଏହାପରେ ସେ ନିଜର ଶେୟାର ଆଣି ଜୁଲାଇ 2022ରେ ରୋଡବେଜ ନାମକ ଏକ କମ୍ପାନୀର ଆରମ୍ଭ କରିଥିଲେ ଓ ବିହାର ଲୋକଙ୍କ ପାଇଁ ଇଣ୍ଟରସିଟି ଟ୍ରାନ୍ସପୋର୍ଟେସନ ଆରମ୍ଭ କରିଥିଲେ । ଯେଉଁଥିରେ ସହରର ଗୋଟିଏ ସ୍ଥାନରୁ ଅନ୍ୟ ସ୍ଥାନକୁ ଗଲେ ସେହି ବାଟର ହିଁ ଟଙ୍କା ଦେବାକୁ ପଡିବ । ଅନ୍ୟ କମ୍ପାନୀଠାରୁ ବେଶ କମ ଟଙ୍କା ନେଇଥାଏ ରୋଡବେଜ ।

ତେବେ ରାଇଡ ବୁକିଂ ତାଙ୍କ ଆପ୍ଲିକେସନରେ ହେଉଥିବା ବେଳେ ତାଙ୍କ ସର୍ଭିସ ବିହାରରେ ଅଟେ । ପାଖାପାଖି 1 ଲକ୍ଷରୁ ଊର୍ଦ୍ଧ୍ବ ଲୋକେ ତାଙ୍କ ଆପ୍ଲିକେସନକୁ ଡାଉନଲୋଡ କରିଛନ୍ତି । ତାଙ୍କ କମ୍ପାନୀରେ ଆଇଆଇଟି ପାସଆଉଟ ଇଞ୍ଜିନିୟର ବି କାମ କରୁଛନ୍ତି । ହଜାର ହଜାର ଲୋକେ ତାଙ୍କ କମ୍ପାନୀରେ କାମ କରୁଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.