ETV Bharat / bharat

ଭାରତ ଯୋଡୋରେ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ବାମା ଆକ୍ରମଣ ପ୍ରଶ୍ନ , ଦିଗବିଜୟ ସିଂ କହିଲେ ନାହିଁ ପ୍ରମାଣ

author img

By

Published : Jan 23, 2023, 7:04 PM IST

ଭାରତ ଯୋଡୋ ଯାତ୍ରା କାର୍ଯ୍ୟକ୍ରମରେ କଂଗ୍ରେସ ଉଠାଇଲା ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ବାମା ଆକ୍ରମଣ ପ୍ରସଙ୍ଗ । ବରିଷ୍ଠ ନେତା ଦିଗବିଜୟ ସିଂ କହିଲେ ମିଛ ଆଧାରରେ ଚାଲିଛି କେନ୍ଦ୍ର ସରକାର । ଅଧିକ ପଢନ୍ତୁ

ଦିଗବିଜୟ ସିଂ କହିଲେ ନାହିଁ ପ୍ରମାଣ
ଦିଗବିଜୟ ସିଂ କହିଲେ ନାହିଁ ପ୍ରମାଣ

ଶ୍ରୀନଗର: ପୁଲଓ୍ବାମା ଆକ୍ରମଣ ଓ ସର୍ଜିକାଲ ଷ୍ଟ୍ରାଇକର ସତ୍ୟତା ନେଇ ପୁଣି ପ୍ରଶ୍ନ ଉଠାଇଲା କଂଗ୍ରେସ । ଆଜି କାଶ୍ମୀରରେ ଭାରତ ଯୋଡୋ ଯାତ୍ରା କାର୍ଯ୍ୟକ୍ରମରେ ଦଳର ବରିଷ୍ଠ ନେତା ଜିଗବିଜୟ ସିଂ ଏହି ପ୍ରସଙ୍ଗ ଉଠାଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି । କେନ୍ଦ୍ର ଏପର୍ଯ୍ୟନ୍ତ ସର୍ଜିକାଲ ଷ୍ଟ୍ରାଇକ ଓ ପୁଲଓ୍ବାମା ଆକ୍ରମଣ ପ୍ରସଙ୍ଗରେ ପ୍ରକୃତ ତଥ୍ୟ ଦେଇନାହିଁ ବୋଲି ଦିଗବିଜୟ ଅଭିଯୋଗ କରିବା 2016ରେ ହୋଇଥିବା ସର୍ଜିକାଲ ଷ୍ଟ୍ରାଇକ ସମ୍ପର୍କରେ କୌଣସି ପ୍ରମାଣ ନଥିବା କହିଛନ୍ତି ।

କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଦଳର ଏହି ବରିଷ୍ଠ ନେତା ତଥା ମଧ୍ୟ ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ କହଛନ୍ତି, "କେନ୍ଦ୍ର ସରକାର ସର୍ଜିକାଲ ଷ୍ଟ୍ରାଇକରେ ଅନେକ ଆତଙ୍କୀଙ୍କୁ ନିପାତ କରିଥିବା କଥା କହୁଛନ୍ତି, ହେଲେ ସେ ସମ୍ପର୍କରେ କୌଣସି ପ୍ରମାଣ ନାହିଁ । କେନ୍ଦ୍ରରେ ସରକାର କେବଳ ମିଛ ସାହାରାରେ ଚାଲିଛି । ମୁଁ ଆପଣଙ୍କୁ କହିବାକୁ ଚାହେଁ ଦେଶ ଆମ ସମସ୍ତଙ୍କୁ ନେଇ ଗଠିତ ।" ସେହିପରି ସେ ମୋଦି ସରକାରଙ୍କୁ ଟାର୍ଗେଟ କରି କହିଛନ୍ତି, 2019ରେ ପୁଲଓ୍ବାମାରେ କେନ୍ଦ୍ରୀୟ ଫୋର୍ସ ଉପରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ରୋକାଯାଇ ପାରିଥାନ୍ତା, ଯଦି CRPF ଉପରେ ଆକ୍ରମଣ କରିଥିବା ଗାଡିକୁ ସଠିକ୍ ଯାଞ୍ଚ କରାଯାଇଥାନ୍ତା ।

ଯବାନ କାହିଁକି ଶହୀଦ ହେଲେ ? ସୁରକ୍ଷା ସମ୍ପର୍କିତ ବିପଦ ଥିବା କାରଣରୁ ଯବାନଙ୍କୁ କାଶ୍ମୀରରୁ ଦିଲ୍ଲୀ ଏୟାର ଲିଫ୍ଟ କରିବା ପାଇଁ ତତ୍କାଳୀନ ସିଆରପିଏଫ ମହାନିର୍ଦ୍ଦେଶକ କେନ୍ଦ୍ରକୁ ଅନୁରୋଧ କରିଥିଲେ । ହେଲେ ପ୍ରଧାନମନ୍ତ୍ରୀ ଏହାକୁ ଅଣଦେଖା କରିବା ସହ ଅନୁମତି ଦେଇନଥିଲେ । ଫଳରେ ଏପରି ଆକ୍ରମଣ ଘଟିଲା । ତାହା ଏକ ସମ୍ବେଦନଶୀଳ ସ୍ଥାନ ଥିଲା । ସମସ୍ତ ଯାନବାହନ ନିୟମିତ ଚେକିଂ ହେଉଥିଲା । ତେବେ ଉକ୍ତ ଦିନ ଆତଙ୍କବାଦୀଙ୍କ ସେହି ଗାଡିକୁ କାହିଁକି ଚେକ୍‌ କରାଯାଇନଥିଲା ବୋଲି ଦିଗବିଜୟ ପ୍ରଶ୍ନ କରିଛନ୍ତି । ଏହି ଘଟଣାରେ 40 ସିଆରପିଏଫ ଯବାନଙ୍କ ଅକାଳ ପ୍ରାଣହାନୀ ହେଲା, କିନ୍ତୁ ବର୍ତ୍ତମାନ ସୁଦ୍ଧା ମଧ୍ୟ ଘଟଣା ସମ୍ପର୍କରେ ବହୁ ତଥ୍ୟ ସାମ୍ନାକୁ ଆସିନାହିଁ । ସରକାର ଥରେ ବି ସଂସଦରେ ଏହି ପ୍ରସଙ୍ଗରେ ତଥ୍ୟ ରଖିନାହାନ୍ତି ବୋଲି ସେ ଅଭିଯୋଗ କରିଛନ୍ତି ।

2019 ଫେବୃଆରୀ 14ରେ ଦକ୍ଷିଣ କାଶ୍ମୀରର ପୁଲଓ୍ବାମାରେ CRPF ବସ୍‌ ଉପରେ ଏହି ଆତ୍ମଘାତୀ ଆକ୍ରମଣ ହୋଇଥିଲା । ଏଥିରେ 44 ଜଣ ଯବାନ ଶହୀଦ ହୋଇଥିଲେ । ଏହାର ପ୍ରତିକ୍ରିୟା ସମଗ୍ର ଦେଶରେ ଦେଖିବାକୁ ମିଳିଥିଲା । ପାକିସ୍ତାନ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ କେନ୍ଦ୍ର ସରକାରଙ୍କ ଉପରେ ଦେଶବ୍ୟାପୀ ଚାପ ସୃଷ୍ଟି ହୋଇଥିଲା । 2019 ଫେବୃଆରୀ 26 ତାରିଖରେ ଭାରତୀୟ ବାୟୁସେନା ଅନ୍ତର୍ଜାତୀୟ ସୀମା ପାର କରି ପାକିସ୍ତାନର ବାଲାକୋଟରେ ଥିବା ଆତଙ୍କୀ ଆଡ୍ଡା ଉପରେ ଏୟାର ଷ୍ଟ୍ରାଇକ କରିଥିଲା । ଏଥିରେ ପ୍ରାୟ 3ଶହ ଆତଙ୍କୀ ପ୍ରାଣ ହରାଇଥିବା କୁହାଯାଉଥିବା ବେଳେ ପାକିସ୍ତାନ ଏହାକୁ ଖଣ୍ଡନ କରିଆସିଛି । ସେହିପରି ଉରି ଆକ୍ରମଣ ପରେ 2016ରେ ହୋଇଥିବା ଭାରତୀୟ ସେନାର ସର୍ଜିକାଲ ଷ୍ଟ୍ରାଇକକୁ ପାକିସ୍ତାନ ଖଣ୍ଡନ କରିବା ଦେଶରେ ବିରୋଧୀମାନେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ।

ଭାରତରେ ମଧ୍ୟ ବିଭିନ୍ନ ବିରୋଧୀ ଦଳ ଏହି ସାମରିକ କାର୍ଯ୍ୟାନୁଷ୍ଠାନର ସତ୍ୟତାକୁ ନେଇ ପ୍ରଶ୍ନ କରିବା ସହ ଭାରତୀୟ ଜନତା ପାର୍ଟି ସରକାରର ଭୂମିକାକୁ ନେଇ ସନ୍ଦେହ ପ୍ରକାଶ କରିଥିଲା । ମୁଖ୍ୟ ବିରୋଧୀ ଦଳ କଂଗ୍ରେସ ମଧ୍ୟ ଏହି ପ୍ରସଙ୍ଗକୁ ନେଇ ଶାସକ ବିଜେପିକୁ ଏକାଧିକ ଥର ଟାର୍ଗେଟ କରିସାରିଛି । ଏବେ ପୁଣି ଦଳ ଦ୍ବାରା ଆୟୋଜିତ ଭାରତ ଯୋଡ଼ୋ ଯାତ୍ରାରେ ଦଳର ଅନ୍ୟତମ ବରିଷ୍ଠ ନେତା ଦିବବିଜୟ ସିଂ ଏହି ପ୍ରସଙ୍ଗ ଉଠାଇ ସରକାରଙ୍କୁ ଘେରିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.