ETV Bharat / bharat

‘୭ ବର୍ଷରେ ୧୯ ଥର ବଢିଛି ଅନଲାଇନ କାରବାର’ - ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି

ଆଜି(ଶୁକ୍ରବାର) ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ ହୋଇଛି ଏହି ଯୋଜନା । ଅଧିକ ପଢନ୍ତୁ...

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି
author img

By

Published : Nov 12, 2021, 3:33 PM IST

ନୂଆଦିଲ୍ଲୀ: ଆଜି(ଶୁକ୍ରବାର) ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନାର ଶୁଭାରମ୍ଭ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ ହୋଇଛି ଏହି ଯୋଜନା । ଏହି କାର୍ଯ୍ୟକ୍ରମ ଯୋଗ ଦେଇ ମୋଦି ଆରବିଆଇ ରିଟେଲ ସିଧାସଳଖ ଯୋଜନା ସହିତ ଦେଶର ଛୋଟ ନିବେଶକମାନେ ବିନିଯୋଗର ଏକ ସୁରକ୍ଷିତ ମାଧ୍ୟମ ପାଇବେ । ସମୂହତା ଦିଗରେ ଏହା ଏକ ନୂତନ ପଦକ୍ଷେପ ବୋଲି କହିଛନ୍ତି ମୋଦି ।

ଦେଶରେ UPI(unified payment interface)କୁ ପ୍ରଶଂସା କରିଛନ୍ତି ମୋଦି । ସେ କହିଛନ୍ତି ଦେଶରେ ଗତ ୭ ବର୍ଷ ଭିତରେ ଡିଜିଟାଲ କାରବାର 19ଥର ବୃଦ୍ଧି ପାଇଛି । UPI ଡିଜିଟାଲ ଟଙ୍କା କାରବାର ଖୁବ କମ ସମୟରେ ବହୁତ ଅଗ୍ରଗତି କରିଛି । ଆଜି ବ୍ୟାଙ୍କ ସେବା ୨୪ ଘଣ୍ଟା, ସାତ ଦିନ ଓ ୧୨ ମାସ ଜାରି ରହିଛି । ପ୍ରତି ମୂହୁର୍ତ୍ତରେ ପ୍ରତିସ୍ଥାନରେ ଗ୍ରାହକଙ୍କୁ ବ୍ୟାଙ୍କ ସେବା ଯୋଗାଇ ଆସୁଛି । ୬-୭ ବର୍ଷ ପୂର୍ବେ ଗରିବ ପରିବାର, କୃଷକ, ଦଳିତ, କ୍ଷୁଦ୍ର ବ୍ୟବସାୟୀ, ମହିଳାଙ୍କ ମାନଙ୍କଠୁ ବ୍ୟାଙ୍କ ସୁବିଧାସୁଯୋଗ ବହୁ ଦୂରରେ ଥିଲା ମାତ୍ର ବର୍ତ୍ତମାନ ବ୍ୟାଙ୍କ ସେବାରୁ ସମସ୍ତେ ଉପକୃତ ହେଉଛନ୍ତି ବୋଲି କହିଛନ୍ତି ମୋଦି ।

ସେ ଆହୁରି କହିଛନ୍ତି ପୂର୍ବରୁ ବ୍ୟାଙ୍କ ସେକ୍ଟରରେ ବ୍ୟାଙ୍କ ଶାଖା, ଷ୍ଟାଫ, ଇଣ୍ଟରନେଟ ଓ ସଚେତନତାର ଅଭାବ ଥିଲା । ହେଲେ ବର୍ତ୍ତମାନ ଏହି ସମସ୍ୟା ଦୂର ହୋଇଛି । ପ୍ରତିଟି ଲୋକ ତାର ଉପାର୍ଜିତ ଅର୍ଥରାଶି ବ୍ୟାଙ୍କରେ ଜମା କରୁଛି । ବ୍ୟାଙ୍କକୁ ନେଇ ଗ୍ରାହକ ଯଥେଷ୍ଟ ସଚେତନ ହୋଇଛନ୍ତି । ସମବାୟ ବ୍ୟାଙ୍କ ସେବାକୁ ପ୍ରଶଂସା କରିଛନ୍ତି ମୋଦି । ଆରବିଆଇର ଏହି ପଦକ୍ଷେପ ଦେଶରେ ବିନିଯୋଗ ପରିସର ବୃଦ୍ଧି କରିବ । ଭାରତୀୟ ରିଜର୍ଭ ବ୍ୟାଙ୍କ ଦୁଇଟି ଅଭିନବ ଏବଂ ଗ୍ରାହକ କେନ୍ଦ୍ରିକ ଯୋଜନା ନିବେଶକଙ୍କ ପାଇଁ ଅଧିକ ସୁରକ୍ଷିତ ହେବ । ଆଜାଦୀ କା ଅମୃତ ମହୋତ୍ସବ ଦେଶର ଉନ୍ନତି ପାଇଁ ଗୁତୁତ୍ବପୂର୍ଣ୍ଣ । ଏହି ପରିସ୍ଥତିରେ ଆରବିଆଇର ବଡ ଭୂମିକା ରହିଛି । ମୋର ଦୃଢ ବିଶ୍ବାସ ଅଛି ଆରବିଆଇ ଟିମ ଦେଶର ବିଶ୍ବାସକୁ ବଜାୟ ରଖିବ । ଆରବିଆଇ ଲୋକଙ୍କ ଭରସା ଓ ଆଶାକୁ ବଜାୟ ରଖିବ ବୋଲି କହିଛନ୍ତି ମୋଦି।

ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଆରବିଆଇ ଗଭର୍ଣ୍ଣର ଶକ୍ତିକାନ୍ତ ଦାସ କହିଛନ୍ତି ସେବାଗୁଡିକର ଦକ୍ଷତା ବୃଦ୍ଧି ପାଇଁ ଆରବିଆଇ ଟେକ୍ନୋଲୋଜି ଏବଂ ନବସୃଜନକୁ ବ୍ୟବହାର କରୁଛି । ଆର୍ଥିକ ଅନ୍ତର୍ଭୂକ୍ତିକୁ ଆହୁରି ଦୃଢ କରିବା ସହ ଲୋକଙ୍କୁ କେନ୍ଦ୍ରିକ ପଦକ୍ଷେପ ଗ୍ରହଣ କରିବା ଉପରେ ଆରବିଆଇର ବିକାଶମୂଳକ ଭୂମିକାକୁ ଅଧିକ ଗୁରୁତ୍ବ ଦିଆଯାଇଥିବା କହିଛନ୍ତି ଆରବିଆଇ ଗଭର୍ଣ୍ଣର ।

ଶୁଭାରମ୍ଭ ହୋଇଥିବା ଦୁଇଟି ଯୋଜନା ହେଲା ଆରବିଆଇ ରିଟେଲ ଡାଇରେକ୍ଟ ଯୋଜନା ଓ ସମନ୍ବିତ ଲୋକପାଳ ଯୋଜନା । ଖୁଚୁରା ନିବେଶକାରୀଙ୍କ ପାଇଁ ସରକାରୀ ପ୍ରତିଭୂମିରେ ନିବେଶ କରିବାର ଏହା ଏକ ନୂଆ ସୁଯୋଗ । ଖୁଚୁରା ନିବେଶକାରୀ ସହଜରେ ଭାରତୀୟ ରିଜର୍ଭ ବ୍ୟାଙ୍କ ପାଖରେ ନିଜର ସରକାରୀ ପ୍ରତିଭୂମି ଖାତା ଅନଲାଇନରେ ନିଃଶୁକ୍ଳ ଖୋଲି ପାରିବେ ଏବଂ ପରିଚାଳନା କରିବେ ।

ସେହିପରି ଏକ ରାଷ୍ଟ୍ର ଏକ ଲୋକପାଳ- ଏକ ପୋର୍ଟାଲ, ଏକ ଇମେଲ ଏବଂ ଏକ ଠିକଣା ସମନ୍ବିତ ଲୋକପାଳ ଯୋଜନା । ଗ୍ରାହକମାନେ ଏଥିରେ ଅଭିଯୋଗ ଦାଖଲ କରିବା, ଦସ୍ତାବିଜ ଜମା କରିବା, ଷ୍ଟାଟସ ଟ୍ରାକ କରିବା ଏବଂ ଫିଡବ୍ୟାକ ଦେବା ପାଇଁ ଏକକ ପ୍ରକ୍ରିୟାକରଣ କେନ୍ଦ୍ର । ଆରବିଆଇ ଦ୍ବାରା ନିୟନ୍ତ୍ରିତ ସଂସ୍ଥାଗୁଡିକ ବିରୁଦ୍ଧରେ ଅଭିଯୋଗ ପାଇଁ ଏହି ଯୋଜନା । ଏଥିରେ ଅଭିଯୋଗ ଦାଖଲ କରିବା ଓ ସମାଧାନ ପାଇଁ ବହୂଭାଷୀ ଟୋଲ ଫ୍ରୀ ନମ୍ବର ଜାରି ହୋଇଛି ।

@ANI

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.