ETV Bharat / bharat

ଧର୍ମେନ୍ଦ୍ରଙ୍କ ଆହ୍ବାନ; ଗାନ୍ଧୀ ଜୟନ୍ତୀରୁ ଲୋକାଲ ଫର ଭୋକାଲକୁ କରିବା ପ୍ରୋତ୍ସାହିତ

ଆସନ୍ତା ଅକ୍ଟୋବାର ୨ ଗାନ୍ଧୀ ଜୟନ୍ତୀରେ ସମସ୍ତେ ଲୋକାଲ ଫର ଭୋକାଲକୁ ସମର୍ଥନ ଦେବା ଓ ସ୍ଥାନୀୟ ଉଦ୍ୟମୀ, ବୁଣାକାର, ହସ୍ତଶିଳ୍ପୀଙ୍କ ଉତ୍ପାଦ କିଣିବା ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଅଧିକ ପଢନ୍ତୁ...

Dharmendra
Dharmendra
author img

By

Published : Sep 30, 2021, 10:33 PM IST

ଭୁବନେଶ୍ବର: ଆସନ୍ତା ଅକ୍ଟୋବାର ୨ ମହାତ୍ମା ଗାନ୍ଧୀଙ୍କ ପବିତ୍ର ଜନ୍ମ ଦିବସରେ ସମସ୍ତେ ଲୋକାଲ ଫର ଭୋକାଲକୁ ସମର୍ଥନ ଦେବା ଓ ସ୍ଥାନୀୟ ଉଦ୍ୟମୀ, ବୁଣାକାର, ହସ୍ତଶିଳ୍ପୀଙ୍କ ଉତ୍ପାଦ କିଣିବା ଏବଂ ଅନ୍ୟମାନଙ୍କୁ କିଣିବାକୁ ପ୍ରୋତ୍ସାହିତ କରିବା ବୋଲି ଆହ୍ବାନ ଦେଇଛନ୍ତି କେନ୍ଦ୍ର ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଧର୍ମେନ୍ଦ୍ରଙ୍କ ଆହ୍ବାନ; ଗାନ୍ଧୀ ଜୟନ୍ତୀରୁ ଲୋକାଲ ଫର ଭୋକାଲକୁ ପ୍ରୋତ୍ସାହିତ କରିବା

ଧର୍ମେନ୍ଦ୍ର ଏକ ଭିଡିଓ ବାର୍ତ୍ତା ଜାରି କରି କହିଛନ୍ତି ଲୋକାଲ ଫର ଭୋକାଲ ଆମର ସ୍ବଭାବ ଏବଂ ଜୀବନ ଦର୍ଶନର ଅଂଶ ବିଶେଷ ହେଉ । ଏହା ହିଁ ହେବ ପ୍ରକୃତ ଜନସେବା ଏବଂ ଦେଶସେବା । ଧର୍ମେନ୍ଦ୍ର ଆହୁରି କହିଛନ୍ତି ୨୦୨୧ ହେଉଛି ଗାନ୍ଧିଜୀଙ୍କ ଓଡିଶା ଆଗମନର ଶତବର୍ଷ । ଭୋକାଲ ଫର ଲୋକାଲ ନୀତି ଗାନ୍ଧିଜୀଙ୍କ ଅର୍ଥନୈତିକ ଚିନ୍ତନର ବ୍ୟବହାରିକ ପ୍ରୟୋଗ । ଭୋକାଲ ଫର ଲୋକାଲ ଆମ ଗ୍ରାମାଞ୍ଚଳର ଆର୍ଥିକ ଅବସ୍ଥା ଏବଂ ଆତ୍ମନିର୍ଭରତାକୁ ସୁଦୃଢ କରିବାର ଅନନ୍ୟ ପଦକ୍ଷେପ ।

ସେହିପରି ଧର୍ମେନ୍ଦ୍ର କହିଛନ୍ତି ଅକ୍ଟୋବର ୨ ଗାନ୍ଧୀ ଜୟନ୍ତୀ ଅବସରରେ ଅନୁଗୁଳ ଆଠମଲ୍ଲିକ ସବଡିଭିଜନରେ ଏକ ଗାଁକୁ ଯାଇ ଲୋକମାନଙ୍କ ଦ୍ଵାରା ତିଆରି ହସ୍ତଶିଳ୍ପକୁ କିଣିବି । ଚଳିତ ପାର୍ବଣ ଋତୁରେ ‘ ଖଦୀ ’ ଏବଂ ସ୍ଥାନୀୟ ହସ୍ତଶିଳ୍ପକୁ କିଣିବା ପାଇଁ ଆହ୍ବାନ ଦେଇଛନ୍ତି । ‘ ଅମୃତ ମହୋତ୍ସବ ’ ଯୁବପିଢିକୁ ଦେଶପ୍ରୀତିରେ ଅନୁପ୍ରାଣିତ କରିବା ଭୁବନେଶ୍ବର , ସେପ୍ଟେମ୍ବର ୩୦ ଜାତିର ଜନକ ମହାତ୍ମା ଗାନ୍ଧୀଙ୍କ ପୂଣ୍ୟ ଜନ୍ମ ଦିବସ ଅବସରରେ ସମସ୍ତେ ଗ୍ରାମ୍ୟ ଅର୍ଥନୀତିକୁ ଆଗକୁ ନେବା ପାଇଁ ଭୋକାଲ ଫର୍ ଲୋକାଲକୁ ମାଧ୍ୟମ କରିବା ପାଇଁ ସଂକଳ୍ପ କରିବାକୁ ଗାନ୍ଧୀ ଜୟନ୍ତୀର ଅବ୍ୟବହିତ ପୂର୍ବରୁ ଏକ ଭିଡିଓ ବାର୍ତ୍ତା ଜରିଆରେ ଜନସାଧାରଣଙ୍କୁ ଆହ୍ବାନ କହିଛନ୍ତି କେନ୍ଦ୍ର ଶିକ୍ଷା , ଦକ୍ଷତା ବିକାଶ ଏବଂ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ପ୍ରଧାନ କହିଛନ୍ତି ଯେ ସତ୍ୟନିଷ୍ପ , ସାଧୁତା , କରୁଣା ତଥା ମାନବିକତାର ମୂର୍ତ୍ତିମନ୍ତ ପ୍ରତୀକ ହେଉଛନ୍ତି ମହାତ୍ମା ଗାନ୍ଧୀ । ଆମେ ଏହି ମହାନ ଯୁଗପୁରୁଷ ତଥା ଅହିଂସାର ପୂଜାରୀ ଗାନ୍ଧିଜୀଙ୍କ ଜନ୍ମ ଜୟନ୍ତୀ ଆସନ୍ତା ୨ ତାରିଖରେ ପାଳନ କରିବା । ଆମ ପାଇଁ ଖୁସିର ମୁହୁର୍ତ୍ତ ଯେ , ୨୦୨୧ ହେଉଛି ଗାନ୍ଧିଜୀଙ୍କ ଓଡିଶା ଆଗମନର ଶତବର୍ଷ ପୂର୍ତ୍ତିର ପାଳନ ଅବସର । ଏହି ଅବସର , ମହାତ୍ମା ଗାନ୍ଧିଜୀଙ୍କ ଶାନ୍ତି ଓ ଅହିଂସା ଆଧାରିତ ସମାଜ ଓ ରଚନାତ୍ମକ କାର୍ଯ୍ୟକୁ ନୂତନ ଏବଂ ବ୍ୟବହାରିକ ରୂପରେଖ ଦେବା ପାଇଁ ସୁଯୋଗ ଆଣିଦେଇଛି । ପୂଣ୍ୟ ଜନ୍ମ ଦିବସ ଅବସରରେ ଆମେ ସମସ୍ତେ ଭୋକାଲ ଫର ଲୋକାଲକୁ ସମର୍ଥନ ଦେବା ବୋଲି କହିଛନ୍ତି ଧର୍ମେନ୍ଦ୍ର ।

ଭୁବନେଶ୍ବରରୁ ମନୋରଞ୍ଜନ ଶଙ୍ଖୁଆ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.