ETV Bharat / bharat

ଶ୍ରଦ୍ଧାଳୁଙ୍କ ଉପରେ ଓଲଟି ପଡିଲା ରଥ: 2 ମୃତ, 2 ଆହତ - ତାମିଲନାଡୁରେ ରଥ ଦୁର୍ଘଟଣା

ତାମିଲନାଡୁରେ ରଥଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ଓଲଟି ପଡିଲା ରଥ । ଘଟଣାସ୍ଥଳରେ 2 ଶ୍ରଦ୍ଧାଳୁଙ୍କ ମୃତ । ଅନ୍ୟ 2 ଆହତ ହସ୍ପିଟାଲରେ ଭର୍ତ୍ତି । ରଥ ଚକ ଭାଙ୍ଗିଯିବାରୁ ଅଘଟଣ ସନ୍ଦେହ । ଅଧିକ ପଢନ୍ତୁ

ଶ୍ରଦ୍ଧାଳୁଙ୍କ ଉପରେ ଓଲଟି ପଡିଲା ରଥ: 2 ମୃତ, 2 ଆହତ

author img

By

Published : Jun 13, 2022, 9:19 PM IST

Updated : Jun 13, 2022, 10:07 PM IST

ଚେନ୍ନାଇ: ରଥାଯାତ୍ରା ବେଳେ ଶ୍ରଦ୍ଧାଳୁଙ୍କ ଉପରେ ରଥ ଓଲଟି ପଡିବାରୁ 2 ଜଣ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ହୋଇଛି । ଘଟଣାଟି ଘଟିଛି ତାମିଲନାଡୁର ଧରମପୁରୀ ଜିଲ୍ଲା ପାପରାପତି ଅନ୍ତର୍ଗତ ମେଥାହାଲି ଗ୍ରାମରେ । ସ୍ଥାନୀୟ 18 ଖଣ୍ଡ ଗ୍ରାମର ଗ୍ରାମବାସୀଙ୍କ ଦ୍ବାରା ଗତ 3 ଦିନ ଧରି ଏହି ରଥଯାତ୍ରା ପର୍ବ ଆୟୋଜିତ ହୋଇଥିଲା । ଆଜି ପର୍ବର ମୁଖ୍ୟ ପରମ୍ପରା ଅନୁସାରେ ରଥଯାତ୍ରା ବାହାରିଥିଲା । ତେବେ ରଥ ଟଣା ବେଳେ ଏପରି ଅଘଟଣ ସାମ୍ନାକୁ ଆସିଛି ।

ତାମିଲନାଡୁରେ ଓଲଟି ପଡିଲା ରଥ: 3 ମୃତ. 2 ଆହତ

ତେବେ ରଥଟି ଦୁର୍ଘଟଣାବଶତଃ ଓଲଟି ପଡିବାରୁ ଘଟଣାସ୍ଥଳରେ 2ଜଣ ପ୍ରାଣ ହରାଇବା ସହ ଅନ୍ୟ 2 ଶ୍ରଦ୍ଧାଳୁ ଆହତ ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ରଥର ଚକ ଭାଙ୍ଗିଯିବାରୁ ରଥଟି ଓଲଟି ପଢିଥିବା କୁହାଯାଉଛି । ଦୁର୍ଘଟଣା ସମୟର ଦୃଶ୍ୟ ମୋବାଇଲ କ୍ୟାମେରାରେ କଏଦ ହୋଇଛି । ପାର୍ବଣ ସମୟରେ ଏପରି ଦୁଖଃଦ ଘଟଣାରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jun 13, 2022, 10:07 PM IST
ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.