ETV Bharat / bharat

Covid Scare: ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇବେ ଯାତ୍ରୀ

ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କଲା DGCA । ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇବେ ଯାତ୍ରୀ । ଅଧିକ ପଢନ୍ତୁ

Covid Scare: ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇବେ ଯାତ୍ରୀ
Covid Scare: ମାସ୍କ ନ ପିନ୍ଧିଲେ ବିମାନରୁ ଓହ୍ଲାଇବେ ଯାତ୍ରୀ
author img

By

Published : Jun 9, 2022, 7:48 AM IST

ନୂଆଦିଲ୍ଲୀ: DGCAର ନୂଆ ଗାଇଡଲାଇନ । ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ହେଲା ବାଧ୍ୟତାମୂଳକ । ଯାତ୍ରୀ ମାସ୍କ ପିନ୍ଧି ନଥିଲେ ଉଡାଣ ପୂର୍ବରୁ ତାଙ୍କୁ ବିମାନରୁ ଓହ୍ଲାଇ ଦିଆଯିବ । କିଛି ଦିନ ହେବ ଦେଶରେ ପୁଣି କୋରୋନା ସଂକ୍ରମଣ ବଢୁଥିବାରୁ ବୁଧବାର ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ(DGCA) ପକ୍ଷରୁ ଏହି ନୂଆ ଗାଇଡଲାଇନ ଜାରି କରାଯାଇଛି । କୋରୋନା କଟକଣାକୁ ଗୁରୁତ୍ବ ଦିଆଯାଇ ବିମାନ ବନ୍ଦର ଓ ବିମାନ ଯାତ୍ରା ସମୟରେ ମାସ୍କ ପିନ୍ଧିବା ପୁଣିଥରେ ବାଧ୍ୟତାମୂଳକ କରାଯାଇଛି ।

DGCA ବିମାନ ବନ୍ଦର ଏବଂ ଏୟାରଲାଇନ୍ସଙ୍କୁ ନିର୍ଦ୍ଦେଶ ଦେଇଛି ଯେ, ବିମାନ ଯାତ୍ରା ବେଳେ ଯଦି କୌଣସି ଯାତ୍ରୀ ମାସ୍କ ପିନ୍ଧିବାକୁ ମନା କରନ୍ତି ତାଙ୍କୁ ବିଶୃଙ୍ଖଳିତ ଯାତ୍ରୀ ଭାବେ ଚିହ୍ନଟ କରାଯିବ ଓ ତାଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବ । ଯେପରି ସମସ୍ତ ବିମାନ ଯାତ୍ରୀ ଯାତ୍ରା ସମୟରେ ଠିକ୍ ଭାବେ ମାସ୍କ ପିନ୍ଧିବେ ଏବଂ ବିମାନ ବନ୍ଦର ଓ ବିମାନଙ୍କୁ ଉପଯୁକ୍ତ ସାନିଟାଇଜେସନ କରାଯିବ ତାହା ସୁନିଶ୍ଚିତ କରିବାକୁ ଗାଇଡଲାଇନରେ କୁହାଯାଇଛି । ଏଥିସହ ବିନା ମାସ୍କରେ ଯେପରି କେହି ଜଣେ ବି ବିମାନ ବନ୍ଦର ଭିତରେ ପ୍ରବେଶ ନ କରନ୍ତି ତାହା ଧ୍ୟାନ ରଖିବାକୁ ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ ଓ ପୋଲିସ କର୍ମୀଙ୍କୁ ନିର୍ଦ୍ଦେଶ ଦେଇଛି DGCA ।

କିଛି ଦିନ ହେବ ଦେଶରେ ପୁଣି ଉପରମୁହାଁ ହୋଇଛି କୋରୋନା ଗ୍ରାଫ୍ । ବୁଧବାର ଦୈନିକ ସଂକ୍ରମଣ ମାମଲା ୫ ହଜାର ଟପିଛି । କୋରୋନାର ଲେଉଟାଣି ପରେ ଏବେ କୋହଳ କଟକଣା ପୁଣି କଡାକଡି ହୋଇଛି । ସଂକ୍ରମଣ ବଢୁଥିବାରୁ ବିମାନ ଯାତ୍ରୀଙ୍କ ପାଇଁ ପୁଣିଥରେ ମାସ୍କ ବାଧ୍ୟତାମୂଳକ କରିଛି DGCA ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.