ETV Bharat / bharat

ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ବାରଣ ଘଟଣା: 5 ଲକ୍ଷ ଜରିମାନା ଗଣିବ INDIGO

ଭିନ୍ନକ୍ଷମ ଯାତ୍ରୀଙ୍କୁ ଯାତ୍ରା ବାରଣ କରିବା ଘଟଣାରେ ଇଣ୍ଡିଗୋ ଉପରେ କାର୍ଯ୍ୟାନୁଷ୍ଠାନ । 5 ଲକ୍ଷ ଟଙ୍କାର ଜରିମାନା ପଇଠ ନିର୍ଦ୍ଦେଶ ଦେଲା DGCA । ରାଞ୍ଚି ବିମାନ ବନ୍ଦରରେ ଚଳିତ ମାସ 7 ତାରିଖରେ ଘଟିିଥିଲା ଘଟଣା । ଅଧିକ ପଢନ୍ତୁ

author img

By

Published : May 28, 2022, 3:37 PM IST

ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ବାରଣ ଘଟଣା: IndiGo କୁ 5 ଲକ୍ଷ ଜରିମାନା

ନୂଆଦିଲ୍ଲୀ: ରାଞ୍ଚି ବିମାନବନ୍ଦରରେ ବୋର୍ଡିଂ ବେଳେ ଜଣେ ଭିନ୍ନକ୍ଷମ ନାବାଳକ ଯାତ୍ରୀଙ୍କୁ ବାରଣ କରିବା ଘଟଣାରେ ବିମାନ ସେବା ପ୍ରଦାନକାରୀ ସଂସ୍ଥା IndiGo airlines କୁ 5 ଲକ୍ଷ ଟଙ୍କାର ଜରିମାନା ଶୁଣାଇଛନ୍ତି ବେସାମରିକ ବିମାନ ଉଡାଣ ନିର୍ଦ୍ଦେଶାଳୟ (DGCA) । ଏହି ମାମଲାର ତଦନ୍ତରେ କମ୍ପାନୀ କର୍ତ୍ତୃପକ୍ଷଙ୍କ ଅବହେଳା ସାମ୍ନାକୁ ଆସିବା ପରେ 5 ଲକ୍ଷ ଟଙ୍କାର ଜରିମାନା ପଇଠ କରିବାକୁ ନିର୍ଦ୍ଦେଶ ଦିଆଯାଇଛି ।

  • Based on the findings during the enquiry, a show cause notice was issued to IndiGo Airlines through its authorised representative, in connection with special child offloading case in Ranchi: DGCA

    — ANI (@ANI) May 28, 2022 " class="align-text-top noRightClick twitterSection" data=" ">

ଅଭିଯୋଗ ପରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତି ରାଦିତ୍ୟନାଥ ସିନ୍ଧିଆ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ତଦନ୍ତରେ ବିମାନ କ୍ର୍ୟୁ ମେମ୍ବରଙ୍କ ଦ୍ବାରା ଉଚିତ ବ୍ୟବହାର କରାନଯିବା ଏବଂ ଉକ୍ତ ଭିନ୍ନକ୍ଷମ ଯାତ୍ରୀଙ୍କ ସମସ୍ୟା ବଢାଇବା ପରି କାରଣ ସାମ୍ନାକୁ ଆସିବା ପରେ ଏପ୍ରକାର ଜରିମାନା ଜାରି କରିଛି DGCA ।

ଚଳିତ ମାସ 7 ତାରିଖରେ ରାଞ୍ଚି ବିମାନବନ୍ଦରରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଜଣେ ଭିନ୍ନକ୍ଷମ ନାବାଳକ ନିଜ ପିତାମାତାଙ୍କ ସହ ହାଇଦ୍ରାବାଦ ଯାତ୍ରା କରୁଥିବାବେଳେ ବିମାନରେ ବୋର୍ଡିଂ ସମୟରେ ତାଙ୍କୁ ବାରଣ କରିଥିଲେ ବିମାନ କ୍ର୍ୟୁ ସଦସ୍ୟ । ଏହି ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିମାନ କମ୍ପାନୀ ପ୍ରତି ଚାପ ବଢିବାରେ ଲାଗିଥିଲା ।

ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ଜ୍ୟୋତିରାଦିତ୍ୟ ସିନ୍ଧିଆ ଘଟଣାରେ ଦୁଃଖ ପ୍ରକାଶ କରିବା ସହ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ । ବିମାନ କମ୍ପାନୀ କର୍ତ୍ତୃପକ୍ଷ ମଧ୍ୟ ଘଟଣାରେ ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ । DGCA ତଦନ୍ତ ଜାରି ରଖିଥିବା ବେଳେ ଫଳାଫଳ ଆଧାରରେ ଆଜି ଇଣ୍ଡିଗୋ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.