ETV Bharat / bharat

ମିଶନ ଭ୍ୟାକ୍ସିନ; ଦେଶର 3 ଲ୍ୟାବରେ ରିସର୍ଚ୍ଚ ଅପଡେଟ୍ ନେଲେ ମୋଦି

author img

By

Published : Nov 28, 2020, 10:02 PM IST

Updated : Nov 28, 2020, 10:25 PM IST

ଭାରତ ସମେତ ଅନେକ ଦେଶ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତିର ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛନ୍ତି । ଏହାରି ମଧ୍ୟରେ ଭାରତରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନର ସମୀକ୍ଷା ପାଇଁ ଦେଶର 3 ପ୍ରମୁଖ ଲ୍ୟାବ ଗସ୍ତ କରିଥିଲେ ପ୍ରଧାନମନ୍ତ୍ରୀ । ଏଠାରେ ମୋଦି ଭ୍ୟାକ୍ସିନ ପ୍ରସ୍ତୁତିକୁ ନେଇ ତଥ୍ୟ ହାସଲ କରିଛନ୍ତି ।

ମୋଦିଙ୍କ 'ମିଶନ ଭ୍ୟାକ୍ସିନ', ଦେଶର 3 ଲ୍ୟାବରେ ରିସର୍ଚର ନେଲେ ଅପଡେଟ

ନୂଆଦିଲ୍ଲୀ: ମହାମାରୀ କୋରୋନାର ମୁକାବିଲା ପାଇଁ ସାରା ବିଶ୍ବରେ ଜାରି ରହିଛି ଭ୍ୟାକ୍ସିନର ସନ୍ଧାନ । ଭାରତ ସମେତ ଅନେକ ଦେଶ କୋରୋନା ଭ୍ୟାକ୍ସିନ ପ୍ରସ୍ତୁତିର ତୃତୀୟ ପର୍ଯ୍ୟାୟରେ ପହଞ୍ଚି ସାରିଛନ୍ତି । ଏହାରି ମଧ୍ୟରେ ଭାରତରେ ପ୍ରସ୍ତୁତ ହେଉଥିବା ଭ୍ୟାକ୍ସିନର ସମୀକ୍ଷା ପାଇଁ ଦେଶର 3 ପ୍ରମୁଖ ଲ୍ୟାବ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏଠାରେ ମୋଦି ଭ୍ୟାକ୍ସିନ ପ୍ରସ୍ତୁତିକୁ ନେଇ ତଥ୍ୟ ହାସଲ କରିଛନ୍ତି ।

ମୋଦି ବୁଲିଲେ ପୁଣେ ସେରମ ଇନଷ୍ଟିଚ୍ୟୁଟ

ପ୍ରଧାନମନ୍ତ୍ରୀ ମୋଦି କରୋନା ଟୀକା ସମୀକ୍ଷା ପାଇଁ ପୁଣେର ସେରମ ଇନଷ୍ଟିଚ୍ୟୁଟ ଅଫ୍ ଇଣ୍ଡିଆ (SII) ସହିତ ତାଙ୍କର ଗସ୍ତ ଶେଷ କରିଛନ୍ତି । ସେରମ ପ୍ରତିଷ୍ଠାନରେ ପ୍ରଧାନମନ୍ତ୍ରୀ ମୋଦି ଏହି ଟୀକା ବିକାଶର ସମସ୍ତ ତଥ୍ୟ ହାସଲ କରି ଦିଲ୍ଲୀ ଅଭିମୁଖେ ଯାତ୍ରା କରିଥିଲେ । ସେରମରେ କୋଭାସିଲଡ୍ ଭ୍ୟାକ୍ସିନ ଉପରେ ଜାରି ରହିଛି ଗବେଷଣା ।

ଦିଲ୍ଲୀ ପ୍ରତ୍ୟାବର୍ତ୍ତନ ପୂର୍ବରୁ ପ୍ରଧାନମନ୍ତ୍ରୀ ମୋଦି ସେରମ ପ୍ରତିଷ୍ଠାନର ଭ୍ୟାକ୍ସିନ ପ୍ରସ୍ତୁତକାରୀ ଟିମ ସହ ବାର୍ତ୍ତାଳାପ ସମ୍ପର୍କରେ ଏକ ଟ୍ବିଟ ମାଧ୍ୟମରେ ସୂଚନା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ବିଟ କରି କହିଛନ୍ତି ଯେ ସେରମ ଇନଷ୍ଟିଚ୍ୟୁଟ ଅଫ ଇଣ୍ଡିଆର ଟିମ ସହ ଉତ୍ତମ ଓ ପ୍ରଭାବୀ ଆଲୋଚନା ହୋଇଛି । ସେମାନେ ଏପର୍ଯ୍ୟନ୍ତ ଭ୍ୟାକ୍ସିନ ପ୍ରସ୍ତୁତିର ଅଗ୍ରଗତି, ଟୀକା ଉତ୍ପାଦନରେ ଆଗକୁ ବଢିବାକୁ କେଉଁ ପ୍ରକାର ଯୋଜନା ପ୍ରସ୍ତୁତ କରିଛନ୍ତି ସେ ସମ୍ବନ୍ଧରେ ସବିଶେଷ ତଥ୍ୟ ବାଣ୍ଟିଛନ୍ତି । ସେମାନଙ୍କର ଉତ୍ପାଦନ ସୁବିଧା ମଧ୍ୟ ସମୀକ୍ଷା କରିଥିଲେ ମୋଦି ।

ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପରେ ସେରମ ଇନଷ୍ଟିଚ୍ୟୁଟର ସିଇଓ ଆଦର ପୁନାୱାଲା କହିଛନ୍ତି ଯେ ବର୍ତ୍ତମାନ ପ୍ରଧାନମନ୍ତ୍ରୀ ଟୀକା ଉତ୍ପାଦନ ବିଷୟରେ ଯଥେଷ୍ଟ ଅବଗତ ଅଛନ୍ତି । ଆମେ ଆଶ୍ଚର୍ଯ୍ୟ ହୋଇଗଲୁ ଯେ ସେ ଏହା ବିଷୟରେ ବହୁତ କିଛି ଜାଣିସାରିଛନ୍ତି । ବିଭିନ୍ନ ଟୀକା ଏବଂ ଏଗୁଡିକର ଚ୍ୟାଲେଞ୍ଜ ବିଷୟରେ ବିସ୍ତୃତ ଭାବରେ ଆଲୋଚନା କରିବା ସହିତ ତାଙ୍କୁ ଅଧିକ ବ୍ୟାଖ୍ୟା କରିବାର ଆବଶ୍ୟକତା ପଡିନଥିବା କହିଛନ୍ତି ପୁନାୱାଲା ।

ମୋଦିଙ୍କ ଜାୟଡସ ବାୟୋଟେକ ପାର୍କ ଗସ୍ତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ଦେଶର ବଡ ଲ୍ୟାବ ପରିଦର୍ଶନ କରି କରୋନା ଟୀକା ଆବିଷ୍କାର ପାଇଁ କରାଯାଉଥିବା ପ୍ରୟାସର ସମୀକ୍ଷା କରିଥିଲେ । ପ୍ରଥମ ପର୍ଯ୍ୟାୟରେ ପ୍ରଧାନମନ୍ତ୍ରୀ ଅହମ୍ମଦାବାଦର ଜାୟଡସ ବାୟୋଟେକ୍ ପାର୍କରୁ ତାଙ୍କ ଯାତ୍ରା ଆରମ୍ଭ କରିଥିଲେ ।

ଜାୟଡସ ବାୟୋଟେକ ପାର୍କ ପରିଦର୍ଶନ କରିବା ପରେ ପ୍ରଧାନମନ୍ତ୍ରୀ ମୋଦି କହିଛନ୍ତି ଯେ କୋରୋନା ଟୀକା ତିଆରି କରିବା ପଛରେ ଥିବା ଟିମକୁ ସେ ପ୍ରଶଂସା କରୁଛନ୍ତି ଏବଂ ଟୀକା ତିଆରି ଯାତ୍ରା ସମୟରେ ଭାରତ ସରକାର ବୈଜ୍ଞାନିକମାନଙ୍କ ସହ ଛିଡା ହୋଇଛନ୍ତି ।

ପିଏମ ମୋଦିଙ୍କ ଏହି ଗସ୍ତ ସମ୍ପର୍କରେ ଜାୟଡସ କ୍ୟାଡିଲା ଅଧ୍ୟକ୍ଷ ପଙ୍କଜ ଆର ପଟେଲ ଟ୍ବଟ କରି କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ମୋଦି ବିଶ୍ବ କଲ୍ୟାଣ ଚାହୁଁଛନ୍ତି । ପିଏମ ମୋଦିଙ୍କ ଦୃଢ ବିଶ୍ବାସ ଯେ କୋଭିଡ ଟୀକାକୁ ନେଇ ଭାରତ ଯାହାବି ପ୍ରୟାସ କରୁଛି ଏଥିରୁ ସମଗ୍ର ବିଶ୍ବ ଉପକୃତ ହେବା ଉଚିତ । ସେ କହିଛନ୍ତି ଯେ ଆଜି ଜାୟଡସର 25,000 କର୍ମଚାରୀ ଏବଂ 18,000 ବୈଜ୍ଞାନିକ ଆତ୍ମନିର୍ଭର ଭାରତ ଯାତ୍ରାରେ ନିରନ୍ତର ଉଦ୍ୟମ କରୁଛନ୍ତି ।

ହାଇଦ୍ରାବାଦ ଭାରତ ବାୟୋଟେକରେ ମୋଦିଙ୍କ ଭ୍ୟାକ୍ସିନ ସମୀକ୍ଷା

ଜାୟଡସ ବାୟୋଟେକ ପାର୍କ ପରେ ପିଏମ ମୋଦି ହାଇଦ୍ରାବାଦରେ ପହଞ୍ଚିଥିଲେ ଏବଂ ଏଠାରେ ସେ ଭରତ ବାୟୋଟେକ ଲ୍ୟାବରେ ଅନୁସନ୍ଧାନକାରୀ ଓ ବୌଜ୍ଞାନିକମାନଙ୍କ ସହ କଥା ହୋଇଥିଲେ । ଏଠାରେ ସେ ଟୀକାର ଅଗ୍ରଗତି ବିଷୟରେ ତଥ୍ୟ ହାସଲ କରିଛନ୍ତି ।

ଭରତ ବାୟୋଟେକ ଲ୍ୟାବ ହାଇଦ୍ରାବାଦର ଜିନୋମ ଭ୍ୟାଲିରେ ଅବସ୍ଥିତ | ଭାରତ ବାୟୋଟେକ ଇଣ୍ଡିଆନ କାଉନସିଲ ଅଫ ମେଡିକାଲ ରିସର୍ଚ୍ଚର ସହଯୋଗରେ ଭାରତ ବାୟୋଟେକ କରୋନା ଟୀକା ପ୍ରସ୍ତୁତ କରୁଛି । ଏହି ଟୀକାର ନାଁ ହେଉଛି କୋଭାକ୍ସିନ | ଲ୍ୟାବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି କମ୍ପାନୀର ଚେୟାରମ୍ୟାନ ତଥା ଏମଡି କୃଷ୍ଣ ଏଲ୍ଲା, କମ୍ପାନୀର ବୈଜ୍ଞାନିକ ତଥା ବରିଷ୍ଠ ପରିଚାଳକମାନଙ୍କ ସହ ଆଲୋଚନା କରିଥିଲେ । ଏମାନେ ଟୀକାକରଣର ଅଗ୍ରଗତି ବିଷୟରେ ପିଏମ ମୋଦିଙ୍କୁ ଅବଗତ କରାଇଥିଲେ ।

ପ୍ରଧାନମନ୍ତ୍ରୀ ମୋଦି ଭରତ ବାୟୋଟେକ ଲ୍ୟାବରେ ପାଖାପାଖି ଏକ ଘଣ୍ଟା ସମୀକ୍ଷା କରିଥିଲେ । ସେ ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଏହି ସ୍ବଦେଶୀ ଟୀକାର ଅଗ୍ରଗତି ବିଷୟରେ ଏଠାରେ ତାଙ୍କୁ ଅବଗତ କରାଯାଇଥିଲା | ଅନୁସନ୍ଧାନକାରୀଙ୍କୁ ଭେଟିବା ପରେ ପିଏମ ମୋଦି ଟ୍ବଟ କରି କହିଛନ୍ତି ଯେ ସ୍ବଦେଶୀ କୋରୋନା ଟୀକା ବିକାଶରେ ଏପର୍ଯ୍ୟନ୍ତ ଅଗ୍ରଗତି କରିଥିବାରୁ ସେ ଏଠାରେ ଥିବା ବୈଜ୍ଞାନିକମାନଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଭାରତ ବାୟୋଟେକ ଦଳ ଆଇସିଏମଆର ସହିତ ଦ୍ରୁତ ଗତିରେ କାମ କରୁଛି |

ଭରତ ବାୟୋଟେକ୍ ଲ୍ୟାବର କୋରୋନା ଟୀକା ବିକାଶ କାର୍ଯ୍ୟ ତୃତୀୟ ପର୍ଯ୍ୟାୟରେ ପହଞ୍ଚିଛି । ବର୍ତ୍ତମାନ 26 ହଜାର ଲୋକଙ୍କ ଉପରେ ଟୀକା ପରୀକ୍ଷା ଚାଲିଛି । ଭାରତରେ କୋରୋନା ଟୀକା ପାଇଁ ଏହା ହେଉଛି ସବୁଠାରୁ ବଡ ପରୀକ୍ଷଣ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Nov 28, 2020, 10:25 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.