ETV Bharat / bharat

ସୁପ୍ରିମକୋର୍ଟ ନିଷେଧାଦେଶ ସତ୍ତ୍ବେ ଆସାମରେ ଷଣ୍ଢ ଲଢେଇ କାର୍ଯ୍ୟକ୍ରମ - ଷଣ୍ଢ ଲଢେଇ

ସୁପ୍ରିମକୋର୍ଟ ନିଷେଧାଦେଶ ସତ୍ତ୍ବେ ଶୁକ୍ରବାର ଆସାମରେ ଷଣ୍ଢ ଲଢେଇ ପ୍ରତିଯୋଗିତା ଅନୁଷ୍ଠିତ ହୋଇଛି । ଅଧିକ ପଢନ୍ତୁ...

Despite a Supreme court ban, Assam sees buffalo fight on Magha Bihu
ସୁପ୍ରିମକୋର୍ଟ ନିଷେଧାଦେଶ ସତ୍ତ୍ବେ ଆସାମରେ ଷଣ୍ଢ ଲଢେଇ କାର୍ଯ୍ୟକ୍ରମ ଅନୁଷ୍ଠିତ
author img

By

Published : Jan 15, 2021, 9:43 PM IST

ଦିସପୁର: କୌଣସି ପ୍ରକାରର ପଶୁ ଲଢେଇ କାର୍ଯ୍ୟକ୍ରମର ଆୟୋଜନ ଉପରେ ସୁପ୍ରିମକୋର୍ଟ 2014 ମସିହାରେ ନିଷେଧାଦେଶ ଲଗେଇଥିଲେ । ଏହା ସତ୍ତ୍ବେ ବିହୁ ଉତ୍ସବ ପାଇଁ ରାଜ୍ୟର ନାଗାଓଁ ଏବଂ ମୋରିଗାଓଁ ଜିଲ୍ଲାର ଲୋକମାନେ ପାରମ୍ପାରିକ ଖେଳ ଷଣ୍ଢ ଲଢେଇର ଆୟୋଜନ ଶୁକ୍ରବାର କରିଥିବା ଜଣାପଡି଼ଛି ।

ସୁପ୍ରିମକୋର୍ଟ 2014 ମସିହାରେ କୌଣସି ପ୍ରକାରର ପଶୁ ସଂଗ୍ରାମ ଏବଂ ଦୌଡ଼ କାର୍ଯ୍ୟକ୍ରମର ଆୟୋଜନ କରିବାକୁ ବାରଣ କରିଥିଲେ । ଉତ୍ସବ ନାମରେ ଏଭଳି ଲଢେଇର ଆୟୋଜନ କରି ପଶୁମାନଙ୍କୁ ଯନ୍ତ୍ରଣା କିମ୍ବା କ୍ଷତି ନ ପହଞ୍ଚାଇବାକୁ ଭାରତର ପଶୁ କଲ୍ୟାଣ ବୋର୍ଡ ବାରଣ କରିଥିଲେ । ଆସାମର ବିଭିନ୍ନ ଅଞ୍ଚଳରେ ଆସାମର କ୍ୟାଲେଣ୍ଡର ମାସର ପ୍ରଥମ ଦିନରେ ଏବଂ ଭୋଗାଲି ବିହୁ କିମ୍ବା ମାଗ ବିହୁ ଉତ୍ସବର ଏକ ଅଂଶ ଭାବରେ ଷଣ୍ଢ ଲଢେଇ କାର୍ଯ୍ୟକ୍ରମ ଆୟୋଜିତ ହୋଇଥାଏ ।

ଷଣ୍ଢ ଲଢେଇ ରାଜ୍ୟର ଏକ ପାରମ୍ପାରିକ ଖେଳ, ଯାହାକି ଅହୋମ ଶାସନ ସମୟରେ ରାଜକୀୟ ପୃଷ୍ଠପୋଷକତା ର ମାନ୍ୟତା ପାଇଥିଲା । ଏହି ଷଣ୍ଢ ଲଢେଇ କାର୍ଯ୍ୟକ୍ରମରେ ଷଣ୍ଢ ସେମାନଙ୍କ ରକ୍ଷକ କିମ୍ବା ଗାଁର ଅନ୍ୟ ଲୋକଙ୍କୁ ଆକ୍ରମଣ ନ କରିବା ପାଇଁ ଷଣ୍ଢର ମାଲିକ ଧ୍ୟାନ ଦେବେ ବୋଲି କହିଥିଲେ । କାରଣ ଏହି କାର୍ଯ୍ୟକ୍ରମ ସମୟରେ ଷଣ୍ଢ ଅନେକ ଥର ଲୋକମାନଙ୍କୁ ଆକ୍ରମଣ କରି ଆଘାତ କରୁଥିବା ଦେଖିବାକୁ ମିଳିଛି ।

ଏହି ଲଢେଇ ପାଇଁ ଷଣ୍ଢମାନଙ୍କୁ ସ୍ନାନ କରାଯାଇ ଆସାମୀ ଗାମୁଛା ସହିତ ସେମାନଙ୍କୁ ସଜ୍ଜିତ କରାଯାଇ ଲଢେଇ ପାଇଁ ପ୍ରସ୍ତୁତ କରାଯାଏ । 2ଟି ଷଣ୍ଢ ମଧ୍ୟରେ ଲଢେଇ ସମୟରେ ଗୋଟିଏ କ୍ଷତବିକ୍ଷତ କିମ୍ବା କ୍ଳାନ୍ତ ହୋଇ ଯୁଦ୍ଧ କ୍ଷେତ୍ରରୁ ପଳାଇବା ପର୍ଯ୍ୟନ୍ତ ଯୁଦ୍ଧ ଜାରି ରହିଥାଏ । ବର୍ଷର ଏହି ସମୟରେ ଏହି ପଶୁ ଅଧିକ ଶକ୍ତିଶାଳୀ ହୋଇଥାନ୍ତି ବୋଲି ବିଶ୍ବାସ କରାଯାଏ । ଏଣୁ ସେମାନେ ଗ୍ରାମବାସୀ ଓ ସେମାନଙ୍କର ରକ୍ଷକଙ୍କୁ ଆକ୍ରମଣ ନକରିବା ପାଇଁ ଏହି ଲଢେଇର ଆୟୋଜନ କରାଯାଏ । ଏହି କାର୍ଯ୍ୟକ୍ରମରେ ହଜାର ହଜାର ଦର୍ଶକ ସାମିଲ ହୋଇଥାନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.