ETV Bharat / bharat

Gurmeet Ramrahim Got Parole: ମାସେ ପାରୋଲରେ ରାମ ରହିମ

author img

By

Published : Jun 17, 2022, 5:02 PM IST

ପୁଣି ପାରୋଲରେ ଆସିଛନ୍ତି ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂ । କଡା ସୁରକ୍ଷା ବଳୟ ମଧ୍ୟରେ ଆଜି ତାଙ୍କୁ ପାରୋଲରେ ଅଣାଯାଇଛି । ଅଧିକ ପଢନ୍ତୁ

୧ ମାସ ପାରୋଲରେ ରାମ ରହିମ
୧ ମାସ ପାରୋଲରେ ରାମ ରହିମ

ଚଣ୍ଡିଗଡ଼: ପୁଣି ପାରୋଲରେ ଆସିଛନ୍ତି ଡେରାସଚ୍ଚା ସୌଦାର ଆତ୍ମଘୋଷିତ ବାବା ଗୁରମିତ୍‌ ରାମ ରହିମ ସିଂ (Ram Rahim gets parole) । ୨୦୦୨ ଡେରା ପରିଚାଳକ ରଣଜିତ ସିଂହ ହତ୍ୟା ମାମଲା ଓ ଦୁଷ୍କର୍ମ ଅଭିଯୋଗରେ ଆଜୀବନ କାରାଦଣ୍ଡ ଭୋଗୁଥିବା ବେଳେ ତାଙ୍କୁ ୧ ମାସ ପାରୋଲରେ ଅଣାଯାଇଛି । ଆଜି(ଶୁକ୍ରବାର) ସକାଳେ ତାଙ୍କୁ କଡା ସୁରକ୍ଷା ବଳୟ ମଧ୍ୟରେ ରୋହତକର ସୁନାରିଆ ଜେଲରୁ ମୁକ୍ତ କରାଯାଇଛି ।

ପାରୋଲ ଅବଧି ସମୟରେ ରାମ ରହିମ ବାଗପଥରେ ଥିବା ଡେରା ଆଶ୍ରମରେ ରହିବେ । ଯୌନ ଶୋଷଣ ବ୍ୟତୀତ ରାମ ରହିମ ୨ଟି ହତ୍ୟା ମାମଲାରେ ଏହି ଦଣ୍ଡ ଭୋଗୁଛନ୍ତି । ଯୌନ ଶୋଷଣ ମାମଲାରେ ରାମ ରହିମଙ୍କୁ ୨୦୧୭ ମସିହା ଅଗଷ୍ଟ ମାସରେ ପଞ୍ଚକୁଲାର ସିବିଆଇ କୋର୍ଟ ଦ୍ବାରା ୨୦ ବର୍ଷ ଦଣ୍ଡିତ କରାଯାଇଥିଲା । ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ହତ୍ୟା ମାମଲାରେ ରାମ ରହିମଙ୍କୁ ମଧ୍ୟ ଦଣ୍ଡିତ କରାଯାଇଛି । ୨୦୧୭ ଅଗଷ୍ଟ ଠାରୁ ତାଙ୍କୁ ରୋହତକର ସୁନାରିଆ ଜେଲରେ ରଖାଯାଇଛି ।

ରାମ ରହିମଙ୍କୁ ହରିୟାଣା ସରକାର ପାରୋଲ ପ୍ରଦାନ କରିଛନ୍ତି । ତେବେ ଏହା ପ୍ରଥମ ଥର ନୁହେଁ, ଏହାପୂର୍ବରୁ ଚଳିତ ବର୍ଷ ଫେବୃଆରୀ ୭ ତାରିଖରେ ୨୧ ଦିନ ଲାଗି ରାମ ରହିମଙ୍କୁ ପାରୋଲ ମିଳିଛି । ରାମ ରହିମଙ୍କ ଜୀବନ ପ୍ରତି ବିପଦ ଥିବା କହି ତାଙ୍କୁ ଜେଡ ପ୍ଲସ୍ (Z+) ସୁରକ୍ଷା ମଧ୍ୟ ସରକାର ପ୍ରଦାନ କରିଥିଲେ । ଏହି ସମୟରେ ସେ ଗୁରୁଗ୍ରାମରେ ଥିବା ତାଙ୍କ ଆଶ୍ରମରେ ରହିଥିଲେ । ଗତ ବର୍ଷ ମଧ୍ୟ ଅସୁସ୍ଥ ମାଆଙ୍କୁ ଦେଖିବା ପାଇଁ ରହିମଙ୍କୁ ୪୮ ଘଣ୍ଟା ଜରୁରୀକାଳୀନ ପାରୋଲ ଦିଆଯାଇଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.