ETV Bharat / bharat

Ram Rahim Gets Parole: ପୁଣି ପାରୋଲରେ ରାମ ରହିମ, ଅଢେଇ ବର୍ଷରେ 7 ଥର

author img

By

Published : Jul 21, 2023, 10:27 AM IST

ପୁଣିଥରେ ଡେରା ସଚ୍ଚା ସଉଦାର ମୁଖ୍ୟ ରାମ ରହିମକୁ ୩୦ ଦିନିଆ ପାରୋଲ ମିଳିଛି । ଏହି ଅବଧି ମଧ୍ୟରେ ସେ ଉତ୍ତରପ୍ରଦେଶ ବରନାବା ଆଶ୍ରମରେ ରହିବ । ଅଧିକ ପଢନ୍ତୁ

ରାମ ରହିମକୁ ପୁଣିଥରେ ମିଳିଲା ପାରୋଲ
ରାମ ରହିମକୁ ପୁଣିଥରେ ମିଳିଲା ପାରୋଲ

ଚଣ୍ଡିଗଡ: ଦୁଷ୍କର୍ମ ଓ ହତ୍ୟା ମାମଲାରେ ଜେଲରେ ଥିବା ଆତ୍ମଘୋଷିତ ବାବା ଗୁରମିତ ରାମ ରହିମକୁ ପୁଣିଥରେ ପାରୋଲ ମିଳିଛି । ଡେରା ସଚ୍ଚା ସଉଦାର ମୁଖ୍ୟ ରାମ ରହିମ ରୋହତକ ଜେଲରୁ ୩୦ ଦିନିଆ ପାରୋଲରେ ଯିବାକୁ ଅନୁମତି ପାଇଛି । ଏହି ପାରୋଲ ସମୟରେ ସେ ଉତ୍ତରପ୍ରଦେଶର ବାଗପତ ଜିଲ୍ଲାରେ ଥିବା ବରନାବା ଆଶ୍ରମରେ ରହିବ । ଅନ୍ୟ କୌଣସି ସ୍ଥାନକୁ ଯିବାକୁ ହେଲେ ଜିଲ୍ଲା ପ୍ରଶାସନର ଅନୁମତି ଦେବାକୁ ପଡିବ । ଏହାପୂର୍ବରୁ ଗତ ଜାନୁୟାରୀରେ ତାକୁ ୪୦ ଦିନର ପାରୋଲ ମିଳିଥିଲା ।

ସିର୍ସା ସ୍ଥିତ ଆଶ୍ରମରେ ଦୁଇ ଜଣ ମହିଳା ଅନୁଗାମୀଙ୍କୁ ଦୁଷ୍କର୍ମ କରିବା ଘଟଣାରେ ଆତ୍ମଘୋଷିତ ବାବା ଗୁରମିତ ରାମ ରହିମକୁ ୨୦ ବର୍ଷର ଜେଲଦଣ୍ଡ ଏବଂ ସାମ୍ବାଦିକ ରାମଚନ୍ଦ୍ର ଛତ୍ରପତି ଓ ଡେରା ପରିଚାଳକ ରଣଜିତ ସିଂହ ହତ୍ୟାକାଣ୍ଡରେ ଆଜୀବନ ଜେଲ୍ ସଜ୍ଜା ମିଳିଛି । ୨୦୧୭ ମସିହା ଅଗଷ୍ଟରୁ ସେ ରୋହତକର ସୁନାରିଆ ଜେଲରେ କଏଦ ଅଛି । ପୂର୍ବରୁ ଜାନୁଆରୀରେ ରାମ ରହିମ ପାରୋଲରେ ବାହାରକୁ ଆସିଥିଲା । ଏବେ ପୁଣି ପାରୋଲ ପାଇଁ ରୋହତକ ପ୍ରଶାସନକୁ ଅପିଲ କରିଥିଲା । ହରିୟାଣା ସରକାର ତାକୁ ୩୦ ଦିନ ପାଇଁ ପାରୋଲରେ ଯିବାକୁ ଅନୁମତି ଦେଇଛନ୍ତି । ତେବେ ଏହି ସମୟରେ ଜିଲ୍ଲା ପ୍ରଶାସନର ଅନୁମତି ବିନା ସେ ଅନ୍ୟ କୌଣସି ସ୍ଥାନକୁ ଯାଇପାରିବ ନାହିଁ ।

ଏହାମଧ୍ୟ ପଢନ୍ତୁ: Manipur Women Paraded Naked: 4 ଅଭିଯୁକ୍ତ ଗିରଫ, ମୃତ୍ୟୁଦଣ୍ଡ ବ୍ୟବସ୍ଥା କରାଯିବ କହିଲେ ମୁଖ୍ୟମନ୍ତ୍ରୀ

  • राम रहीम जैसे बलात्कारी हत्यारों को 2.5 साल में 7 बार सरकार पैरोल देगी…. #BrijBhushan की बेल का पुलिस कोर्ट में विरोध नहीं करेगी…. मणिपुर में
    महिलाओं के शोषण पर चुप्पी होगी…. बेटी ऐसे बचेगी !

    — Swati Maliwal (@SwatiJaiHind) July 20, 2023 " class="align-text-top noRightClick twitterSection" data=" ">

ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିୱାଲ ରାମ ରହିମକୁ ପାରୋଲ ମିଳିବା ନେଇ ଅସନ୍ତୋଷ ଜାହିର କରିଛନ୍ତି । ଟ୍ବିଟ୍ କରି ମାଲିୱାଲ କହିଛନ୍ତି, ''ସରକାର ରାମ ରହିମ ଭଳି ଦୁଷ୍କର୍ମକାରୀକୁ ଅଢେଇ ବର୍ଷ ଭିତରେ ୭ ଥର ପାରୋଲ ଦେବେ, ପୋଲିସ କୋର୍ଟରେ ବ୍ରିଜଭୂଷଣର ଜାମିନକୁ ବିରୋଧ କରିବନି, ମଣିପୁରରେ ମହିଳାଙ୍କ ଶୋଷଣ ମାମଲାରେ ଚୁପ୍ ରହିବେ... ଦେଶରେ ଝିଅ ଏମିତି ବଞ୍ଚିବେ ।''

ଏଠାରେ ଉଲ୍ଲେଖଯୋଗ୍ୟ, ୨୦୧୭ ଅଗଷ୍ଟ ୨୫ରେ ରାମ ରହିମକୁ ରୋହତକ ସୁନରିଆ ଜେଲକୁ ପଠାଯାଇଥିଲା । ଏହି ସମୟରେ ପଞ୍ଚକୁଲାରେ ବଡ ଧରଣର ହିଂସା ଘଟିଥିଲା । ଏହାପରେ ଅଗଷ୍ଟ ୨୮ରେ ଜେଲ ପରିସରରେ ସିବିଆଇର ସ୍ବତନ୍ତ୍ର କୋର୍ଟ ବସିଥିଲା । ବିଚାରପତି ଜଗଦୀପ ସିଂହ ଆଶ୍ରମରେ ମହିଳା ଅନୁଗାମୀଙ୍କ ସହ ଦୁଷ୍କର୍ମ ମାମଲାରେ ରାମ ରହିମକୁ ୨୦ ବର୍ଷର ଜେଲଦଣ୍ଡ ଶୁଣାଇଥିଲେ । ୨୦୧୯ରେ ହତ୍ୟାକାଣ୍ଡ ମାମଲାରେ ତାକୁ ଆଜୀବନ ଜେଲ୍ ହୋଇଥିଲା । ତେବେ ଜେଲ ପରିସରରେ ରାମ ରହିମ ଅନେକ ସମୟରେ ନିଜର ପରିଜନ ଓ ଓକିଲକୁ ସାକ୍ଷାତ କରିଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.