ETV Bharat / bharat

ଯୋଶୀମଠରେ ତୁଷାରପାତ, ବନ୍ଦ ହେଲା କୋଠା ଭଙ୍ଗା କାର୍ଯ୍ୟ

author img

By

Published : Jan 20, 2023, 4:04 PM IST

ବରଫରେ ଢାଙ୍କି ହୋଇଛି ଯୋଶୀମଠ । ଉତ୍ତରାଖଣ୍ଡର ଯୋଶୀମଠରେ ପ୍ରଥମ ତୁଷାରପାତ ଦେଖାଦେଇଛି । ଫଳରେ ଅସୁରକ୍ଷିତ କୋଠା ଭଙ୍ଗା କାର୍ଯ୍ୟକୁ ବନ୍ଦ କରାଯାଇଛି । ଅଧିକ ପଢ଼ନ୍ତୁ

heavy snowfall in joshimath
ଯୋଶୀମଠରେ ତୁଷାରପାତ

ଡେରାଡୁନ: ଉତ୍ତରାଖଣ୍ଡର ଯୋଶୀମଠରେ ଆରମ୍ଭ ହୋଇଛି ତୁଷାରପାତ । ଖରାପ ପାଗ ଯୋଗୁଁ ଯୋଶୀମଠରେ ପ୍ରବଳ ବରଫପାତ ହେଉଛି । ଏଥିଲାଗି କ୍ରମାଗତ ଭାବେ ଶୀତର ପରିମାଣ ବୃଦ୍ଧି ପାଉଛି । ଯୋଶୀମଠ ଦବିବା ପରେ ଅସୁରକ୍ଷିତ କୋଠାଗୁଡ଼ିକୁ ଭାଙ୍ଗିବା କାର୍ଯ୍ୟ ବନ୍ଦ କରାଯାଇଛି । ଚାମୋଲି ଜିଲ୍ଲା ଅଧିକାରୀ ଏନେଇ ସୂଚନା ଦେଇଛନ୍ତି ।

ଦିନକୁ ଦିନ ତଳକୁ ଦବିବାରେ ଲାଗିଛି ଯୋଶୀମଠ ସହର । ଯାହା ଫଳରେ ସ୍ଥିତି ଭୟଙ୍କର ରୂପ ନେଇଛି । ଘର ଏବଂ ରାସ୍ତାରେ ବ୍ୟାପକ ଫାଟ ସୃଷ୍ଟି ହେବାରେ ଲାଗିଛି । ଧୀରେଧୀରେ ସେଠାକାର ମାଟି ତଳକୁ ଦବୁଥିବା ବେଳେ, ୬ଶହରୁ ଊର୍ଦ୍ଧ୍ବ ଘର ବିପଦ ସଙ୍କୁଳ ଅବସ୍ଥାରେ ରହିଛି । କୋଠା ଏବଂ ରାସ୍ତାଗୁଡ଼ିକରେ ବ୍ୟାପକ ଫାଟ ସୃଷ୍ଟି ହୋଇଛି । ତେଣୁ ସ୍ଥାନୀୟ ଲୋକଙ୍କୁ ସ୍ଥାନାନ୍ତର କରି ଅସୁରକ୍ଷିତ କୋଠା ଗୁଡ଼ିକୁ ଭଙ୍ଗା ଯାଉଛି । ଏହାରି ମଧ୍ୟରେ ଯୋଶୀମଠରେ ତୁ୍‌ଷାରପାତ ଆରମ୍ଭ ହୋଇଛି । ଚାରିଆଡ଼େ ବରଫ ଆଚ୍ଛାଦିତ ହୋଇ ରହିଛି ।

ଏହା ମଧ୍ୟ ପଢ଼ନ୍ତୁ: ଜେଲ୍‌ରୁ ଭିଡିଓ ଜାରି କଲା ଅବଦୁଲ ରେହମାନ ମକ୍କି, ଅଲ-କାଏଦା ସହ ଲିଙ୍କ୍‌କୁ ଖଣ୍ଡନ କଲା

ଶୀତ ଏବଂ ତୁଷାରପାତ ଯୋଗୁଁ କୋଠା ଭାଙ୍ଗିବା କାର୍ଯ୍ୟ ପ୍ରଭାବିତ ହେଉଛି । ଫଳରେ ସୁରକ୍ଷା ଦୃଷ୍ଟିରୁ କୋଠା ଭାଙ୍ଗିବା କାର୍ଯ୍ୟକୁ ବନ୍ଦ କରାଯାଇଛି । ଏନେଇ ଚାମୋଲି ଜିଲ୍ଲା ଅଧିକାରୀ ହିମାଂଶୁ ଖୁରାନା କହିଛନ୍ତି, "ରିଲିଫ କ୍ୟାମ୍ପରେ ଥିବା ଲୋକଙ୍କ ସୁରକ୍ଷା ନେଇ ସମସ୍ତ ବ୍ୟବସ୍ଥା କରାଯାଇଛି । ତୁଷାରପାତ ଯୋଗୁଁ ଶ୍ରମିକମାନେ କାର୍ଯ୍ୟ କରିପାରିବେ ନାହିଁ । ତେଣୁ କୋଠା ଭାଙ୍ଗିବା କାର୍ଯ୍ୟ ବନ୍ଦ କରାଯାଇଛି ।" ତୁଷାରପାତ କମିବା ପରେ ପୁନଃ କାର୍ଯ୍ୟ ଆରମ୍ଭ ହେବ ବୋଲି ଜିଲ୍ଲା ଅଧିକାରୀ ସୂଚନା ଦେଇଛନ୍ତି ।

ଏହା ମଧ୍ୟ ପଢ଼ନ୍ତୁ: ପ୍ରେମ ବିବାହ କରିଥିଲେ, ଯୁକ୍ତ ଦୁଇ ପାସ କରିଥିବାରୁ ସ୍ବାମୀକୁ ଛାଡପତ୍ର ଦେଲା ସ୍ତ୍ରୀ

ସୂଚନା ଥାଉକି, ଯୋଶୀମଠରେ ମାଟି ଦବିବା କାରଣରୁ ଅନେକ କୋଠା କ୍ଷତିଗ୍ରସ୍ତ ହୋଇଛି । ତେଣୁ ଅସୁରକ୍ଷିତ ଘରଗୁଡ଼ିକୁ ଭାଙ୍ଗିବା ପାଇଁ ପ୍ରଶାସନ ନିଷ୍ପତ୍ତି ନେଇଥିଲା । ଘର ଭଙ୍ଗାଯିବା ପୂର୍ବରୁ କ୍ଷତିଗ୍ରସ୍ତ ହୋଇ ଅସୁରକ୍ଷିତ ଘୋଷିତ ହୋଇଥିବା ଦୁଇ ହୋଟେଲକୁ ପ୍ରଥମେ ଭଙ୍ଗା ଯାଇଥିଲା । ହୋଟେଲ ମାଲିକ ଓ ପ୍ରଶାସନିକ ଅଧିକାରୀଙ୍କ ମଧ୍ୟରେ ଆଲୋଚନା ଶେଷ ହେବା ପରେ ଶୃଙ୍ଖଳାର ସହ ଦୁଇ ହୋଟେଲ ମଲାରି ଏବଂ ମାଉଣ୍ଟ ଭ୍ୟୁକୁ ଭଙ୍ଗା ଯାଇଥିଲା । ଏହାପରେ ଉକ୍ତ ଅଞ୍ଚଳରେ ଥିବା ଅନ୍ୟ ଅସୁରକ୍ଷିତ କୋଠା ଗୁଡ଼ିକୁ ମଧ୍ୟ ଭଙ୍ଗା ଯାଉଥିଲା । କିନ୍ତୁ ଯୋଶୀମଠରେ ପ୍ରବଳ ତୁଷାରପାତ ଯୋଗୁଁ କାର୍ଯ୍ୟ ପ୍ରଭାବିତ ହୋଇଛି ଏବଂ ଏହାକୁ ବନ୍ଦ ରଖାଯାଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.