ETV Bharat / bharat

ବିଶ୍ବର ୧୮୫ ଦେଶରେ ବ୍ୟାପିଛି ଡେଲଟା ଭ୍ୟାରିଆଣ୍ଟ: WHO - ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ

ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନର ରିପୋର୍ଟ ଅନୁସାରେ ବିଶ୍ବର ପ୍ରାୟ ୧୮୫ ଦେଶରେ ଡେଲଟା ଭ୍ୟାରିଆଣ୍ଟ ବ୍ୟାପିଥିବା ଜଣାପଡ଼ିଛି । ଅଧିକ ପଢନ୍ତୁ...

ବିଶ୍ବର ୧୮୫ ଦେଶରେ ବ୍ୟାପିଛି ଡେଲଟା ଭ୍ୟାରିଆଣ୍ଟ: WHO

author img

By

Published : Sep 23, 2021, 2:05 PM IST

ଜେନେଭା: କୋରୋନା ମହାମାରୀର ବର୍ତ୍ତମାନ ଡେଲଟା ଭ୍ୟାରିଆଣ୍ଟ ଘାତକ ସାଜିଛି । ଗତ ସେପ୍ଟେମ୍ବର ୨୧ ସୁଦ୍ଧା ବିଶ୍ବର ୧୮୫ଟି ଦେଶରେ ଏହି ଭ୍ୟାରିଆଣ୍ଟ ବ୍ୟାପୁଥିବା ବିଶ୍ବ ସ୍ବାସ୍ଥ୍ୟ ସଙ୍ଗଠନ(WHO) ସୂଚନା ଦେଇଛି । ତେବେ ଅନ୍ୟ ଭ୍ୟାରିଆଣ୍ଟ ତୁଳନାରେ ଏହି ଡେଲଟା ଭ୍ୟାରିଆଣ୍ଟ କ୍ଷିପ୍ର ଗତିରେ ବ୍ୟାପୁଥିବା ଡବ୍ଲୁଏଚଓର ଟେକ୍ନିକାଲ ମୁଖ୍ୟ ମାରି ଭ୍ୟାନ କେରକୋଭେ କହିଛନ୍ତି ।

ସେପଟେ ଜାତିସଂଘର ସ୍ବାସ୍ଥ୍ୟ ଏଜେନ୍ସିର ସୂଚନା ଅନୁସାରେ ଇଟା ୮୧ ଦେଶରେ ବ୍ୟାପିଥିବା ବେଳେ ଲୋଟା ୪୯ଟି ଦେଶରେ, କାପ୍ପା ୫୭ଟି ଦେଶରେ ବ୍ୟାପିଛି । କିନ୍ତୁ ଏ ସମସ୍ତ ଭ୍ୟାରିଆଣ୍ଟ ମଧ୍ୟରେ ବିଶ୍ବର ଅନେକ ଅଞ୍ଚଳରେ ଡେଲଟା ଭ୍ୟାରିଆଣ୍ଟ ବ୍ୟାପୁଥିବା ନଜରକୁ ଆସିଛି । ଏହି ଭ୍ୟାରିଆଣ୍ଟ ଉଭୟ ଟୀକାକରଣ ନେଇନଥିବା ବ୍ୟକ୍ତି ଓ ସମ୍ପୂର୍ଣ୍ଣ ଟୀକାକରଣ ନେଇଥିବା ଲୋକଙ୍କୁ ବ୍ୟାପୁଥିବା ମଧ୍ୟ ନଜରକୁ ଆସିଛି ।

ତେବେ ଜେଲରେ ୨୩୩ କଏଦୀଙ୍କ ମଧ୍ୟରୁ ୧୮୫ ଜଣ ବା ୭୯ ପ୍ରତିଶତ ସମ୍ପୂର୍ଣ୍ଣ ଟୀକାକରଣ ନେଇସାରିଥିବା ବେଳେ ୧୭୨ ଜଣ ବା ୭୪ ପ୍ରତିଶତ କଏଦୀ କୋରୋନାରେ ସଂକ୍ରମିତ ହୋଇଥିଲେ ।

@IANS

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.