ETV Bharat / bharat

'ଅତ୍ୟନ୍ତ ଖରାପ' ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣବତ୍ତା

author img

By

Published : Feb 21, 2021, 12:31 PM IST

ରବିବାର ଦିଲ୍ଲୀରେ ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବା ଜଣାପଡିଛି । ଅଧିକ ପଢନ୍ତୁ...

'ଅତ୍ୟନ୍ତ ଖରାପ' ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣବତ୍ତା
'ଅତ୍ୟନ୍ତ ଖରାପ' ସ୍ଥିତିରେ ଦିଲ୍ଲୀର ବାୟୁ ଗୁଣବତ୍ତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରେ ରବିବାର ବାୟୁ ଗୁଣବତ୍ତା ଅତ୍ୟନ୍ତ ଖରାପ ସ୍ଥିତିରେ ରହିଥିବା ବେଳେ ଘନ କୁହୁଡି ଦେଖା ଦେଇଛି । ତେବେ ଏ ସମ୍ପର୍କରେ ସିଷ୍ଟମ ଅଫ ଏୟାର କ୍ବାଲିଟି ଆଣ୍ଡ ୱେଦର ଫୋରକାଷ୍ଟିଂ ଆଣ୍ଡ ରିସର୍ଚ୍ଚ(SAFAR) ସୂଚନା ଦେଇଛି ।

SAFAR ଅନୁଯାୟୀ, ରବିବାର ବାୟୁମଣ୍ଡଳର ଗୁଣବତ୍ତା 303ରେ ରହିଛି । ବାୟୁରେ ରହିଥିବା କଣିକା PM10 ଧୂଳିକଣା 261ରେ ରହି 'ଖରାପ' ସ୍ଥିତିରେ ରହିଥିବା ବେଳେ PM 2.5 124ରେ ରହି 'ଅତ୍ୟନ୍ତ ଖରାପ' ସ୍ଥିତିରେ ରହିଛି ।

ଏକ୍ୟୁଆଇ 0-50 ମଧ୍ୟରେ ରହିଲେ ଏହାକୁ 'ଭଲ' ବୋଲି ବିଚାର କରାଯାଏ । ସେହିପରି 51-100 ମଧ୍ୟରେ ରହିଲେ ସନ୍ତୋଷଜନକ, 100-200 ମଧ୍ୟରେ ରହିଲେ ମଧ୍ୟମ, 201-300 ମଧ୍ୟରେ ରହିଲେ ଖରାପ, 301-400 ମଧ୍ୟରେ ରହିଲେ ଅତ୍ୟନ୍ତ ଖରାପ ଏବଂ 401-500 ମଧ୍ୟରେ ରହିଲେ ଗମ୍ଭୀର ବୋଲି ବିଚାର କରାଯାଏ ।

ଦିଲ୍ଲୀ ସମେତ ପଞ୍ଜାବରେ ମଧ୍ୟ ଘନ କୁହୁଡିରୁ ଆହୁରି ଅଧିକ କୁହୁଡି ହେବ ବୋଲି ଜଣାପଡିଛି । ତେବେ ଘନକୁହୁଡି ଯୋଗୁଁ ସହରରେ 500 ମିଟର ପର୍ଯ୍ୟନ୍ତ ରାସ୍ତା ଦୃଶ୍ୟମାନ ହେଉନଥିବା ସୂଚନା ମିଳିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.