ନୂଆଦିଲ୍ଲୀ: ଛାତ୍ର ସଂସଦ ନିର୍ବାଚନରେ ଦିଲ୍ଲୀ ବିଶ୍ବବିଦ୍ୟାଳୟରେ ବାଜିମାତ କଲା ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ABVP)। ଛାତ୍ର ସଂସଦ ନିର୍ବାଚନରେ ଆଜି ଭୋଟିଂ ସହ ଫଳାଫଳ ମଧ୍ୟ ପ୍ରକାଶ ପାଇଛି । ABVP ସଭାପତି ଆସନ ସହ 4ଟି ରୁ 3ଟି ପ୍ରମୁଖ ଆସନରେ ବାଜିମାତ କରିଛି । ପରିଷଦର ପ୍ରାର୍ଥୀ ତୁଷାର ଦେଦା ଛାତ୍ର ସଂସଦ ସଭାପତି ଭାବେ ବିଜୟ ଲାଭ କରିଛନ୍ତି । ସେହିପରି ପାରମ୍ପରିକ ପ୍ରତିଦ୍ବନ୍ଦୀ ତଥା ବାମପନ୍ଥୀ ଛାତ୍ର ସଂଗଠନ (NSUI) ମାତ୍ର ଗୋଟିଏ ଆସନରେ ସନ୍ତୁଷ୍ଟ ହେବାକୁ ବାଧ୍ୟ ହୋଇଛି ।
-
दिल्ली विश्वविद्यालय छात्र संघ के चुनाव में @ABVPVoice को मिली प्रचंड जीत पर परिषद् के सभी कार्यकर्ताओं को हार्दिक बधाई।
— Amit Shah (@AmitShah) September 23, 2023 " class="align-text-top noRightClick twitterSection" data="
यह जीत राष्ट्रहित को सर्वप्रथम मानने वाली विचारधारा में युवा पीढ़ी के विश्वास को दर्शाती है। मुझे पूर्ण विश्वास है कि परिषद् के कार्यकर्ता युवाओं में स्वामी…
">दिल्ली विश्वविद्यालय छात्र संघ के चुनाव में @ABVPVoice को मिली प्रचंड जीत पर परिषद् के सभी कार्यकर्ताओं को हार्दिक बधाई।
— Amit Shah (@AmitShah) September 23, 2023
यह जीत राष्ट्रहित को सर्वप्रथम मानने वाली विचारधारा में युवा पीढ़ी के विश्वास को दर्शाती है। मुझे पूर्ण विश्वास है कि परिषद् के कार्यकर्ता युवाओं में स्वामी…दिल्ली विश्वविद्यालय छात्र संघ के चुनाव में @ABVPVoice को मिली प्रचंड जीत पर परिषद् के सभी कार्यकर्ताओं को हार्दिक बधाई।
— Amit Shah (@AmitShah) September 23, 2023
यह जीत राष्ट्रहित को सर्वप्रथम मानने वाली विचारधारा में युवा पीढ़ी के विश्वास को दर्शाती है। मुझे पूर्ण विश्वास है कि परिषद् के कार्यकर्ता युवाओं में स्वामी…
ସଭାପତି ପଦ ପାଇଁ ପ୍ରତିଦ୍ବନ୍ଦ୍ବିତା କରୁଥିବା ଏବିଭିପିର ତୁଷାର ଦେଦା ମୋଟ 3115 ଭୋଟରେ NSUI ପ୍ରାର୍ଥୀ ହିତେଶ ଗୁଲିଆଙ୍କୁ ପରାସ୍ତ କରିଛନ୍ତି । ଏବିଭିପି ସମ୍ପାଦକ ପଦ ମଧ୍ୟ ହାତେଇଛି । ଅପରାଜିତା 12,937 ଭୋଟରେ ଛାତ୍ର ସଂସଦ ସାଧାରଣ ସମ୍ପାଦିକା ଭାବେ ନିର୍ବାଚିତ ହୋଇଥିବା ବେଳେ ସଂଗଠନର ପ୍ରାର୍ଥୀ ସଚିନ ବୈଂସଲା 9995 ଭୋଟ ବ୍ୟବଧାନରେ ସହ-ସମ୍ପାଦକ ପଦରେ ଜିତିଛନ୍ତି ।NSUI ପକ୍ଷରୁ ନିର୍ବାଚନ ଲଢୁଥିବା ଅଭି ଦହିୟା ଜିତିଛନ୍ତି । ଯାହା ଦଳକୁ ମାତ୍ର ଗୋଟିଏ ପଦବୀ ଦେଇଛି ସେ ପ୍ରାୟ ଦୁଇ ହଜାର ଭୋଟ ବ୍ୟବଧାନରେ ସେ ନିଜର ଏବିଭିପି ପ୍ରାର୍ଥୀଙ୍କୁ ପରାସ୍ତ କରିଛନ୍ତି ।
ଛାତ୍ର ସଂଗଠନ ନିର୍ବାଚନରେ ବିଜୟ ପରେ ABVP ବିଜେପିର ତମାମ କେନ୍ଦ୍ରୀୟ ନେତା ଶୁଭେଚ୍ଛା ଜଣାଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବିଭିପି କର୍ମୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ଶାହ କହିଛନ୍ତି, ଏହି ବିଜୟ ପ୍ରଥମେ ରାଷ୍ଟ୍ରୀୟ ସ୍ୱାର୍ଥ ଆଦର୍ଶରେ ଯୁବ ପିଢିଙ୍କ ବିଶ୍ୱାସକୁ ପ୍ରତିଫଳିତ କରିଛି । ସେହିପରି ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ମଧ୍ୟ ABVPକୁ ଶୁଭେଚ୍ଛା ଜଣାଇ ଟ୍ବିଟ କରିଛନ୍ତି ।
ଏହି ବିଜୟ ପରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଏବିଭିପି କର୍ମୀଙ୍କୁ ଏକ୍ସରେ ଅଭିନନ୍ଦନ ଜଣାଇଛନ୍ତି । ଶାହା ଲେଖିଛନ୍ତି, ‘‘ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂସଦ ନିର୍ବାଚନରେ ଏବିଭିପିର ବିଶାଳ ବିଜୟ ପାଇଁ ବିଦ୍ୟାର୍ଥୀ ପରିଷଦର ସମସ୍ତ କର୍ମକର୍ତ୍ତାଙ୍କୁ ହାର୍ଦ୍ଦିକ ଅଭିନନ୍ଦନ । ଏହି ବିଜୟ ଦେଶର ରାଷ୍ଟ୍ରୀୟ ସ୍ୱାର୍ଥ ପାଇଁ ଛାତ୍ରଶକ୍ତିର ବିଶ୍ୱାସକୁ ପ୍ରତିଫଳିତ କରିଛି । ମୋର ଅଛି ପୂର୍ଣ୍ଣ ଆତ୍ମବିଶ୍ୱାସ ଯେ ପରିଷଦର କର୍ମକର୍ତ୍ତାମାନେ ସ୍ବାମୀ ବିବେକାନନ୍ଦଙ୍କ ଆଦର୍ଶ ଏବଂ ଯୁବକ ସମାଜ ମଧ୍ୟରେ ଜାତୀୟତାର ଆତ୍ମାକୁ ଜାଗ୍ରତ କରିବା ପାଇଁ ସଂକଳ୍ପବଦ୍ଧ ଭାବରେ କାର୍ଯ୍ୟ ଜାରି ରଖିବେ ।
ଦିଲ୍ଲୀ ୟୁନିଭରସିଟି କ୍ୟାମ୍ପସ ନିର୍ବାଚନରେ ABVP ଏବଂ NSUI ମଧ୍ୟରେ ସର୍ବଦା କଡା ପ୍ରତିଯୋଗିତା ରହିଆସିଛି । ଏହାପୂର୍ବରୁ 2019 ରେ ଶେଷ ଥର ପାଇଁ ଦିଲ୍ଲୀ ବିଶ୍ୱବିଦ୍ୟାଳୟ ଛାତ୍ର ସଂଘ ନିର୍ବାଚନ ଅନୁଷ୍ଠିତ ହୋଇଥିଲା । କୋଭିଡ-19 ମହାମାରୀ କାରଣରୁ 2020 ଏବଂ 2021 ମସିହାରେ ନିର୍ବାଚନ ଅନୁଷ୍ଠିତ ହୋଇପାରି ନଥିବାବେଳେ 2022 ରେ ମଧ୍ୟ ନିର୍ବାଚନ ଅନୁଷ୍ଠିତ ହୋଇନଥିଲା । ତେବେ ଚଳିତ ଥର ନିର୍ବାଚନରେ 4ଟି ପଦବୀ ପାଇଁ ମୋଟ 24 ଜଣ ପ୍ରାର୍ଥୀ ନିଜ ଭାଗ୍ୟ ପରୀକ୍ଷା ଦେଇଥିଲେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ