ETV Bharat / bharat

ISIS ଲିଙ୍କ ଅଭିଯୋଗରେ ଛାତ୍ରଙ୍କୁ ବାନ୍ଧିଲା NIA, ଅଭିଯୋଗକୁ ପରିବାରର ଖଣ୍ଡନ

author img

By

Published : Aug 7, 2022, 6:13 PM IST

ISIS ପାଇଁ ପାଣ୍ଠି ଯୋଗାଡ ଅଭିଯୋଗରେ ଛାତ୍ରଙ୍କୁ ଗିରଫ କଲା ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଅଭିଯୋଗକୁ ସମ୍ପର୍ଣ୍ଣ ମିଥ୍ୟା ଦର୍ଶାଇବା ସହ କୋର୍ଟର ଦ୍ବାରସ୍ଥ ହେବା ନେଇ ପରିବାରର ସୂଚନା । ଅଧିକ ପଢନ୍ତୁ

ISIS ଲିଙ୍କ ଅଭିଯୋଗରେ ଛାତ୍ରଙ୍କୁ ବାନ୍ଧିଲା NIA

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS ପାଇଁ ପାଣ୍ଠି ଯୋଗାଡରେ ସମ୍ପୃକ୍ତ ଥିବା ଅଭିଯୋଗରେ ଦିଲ୍ଲୀର ଜଣେ ଛାତ୍ରଙ୍କୁ ଗିରଫ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIA । ଗିରଫ ଛାତ୍ରଙ୍କ ନାମ ମୋସିନ ମହମ୍ମଦ ଓ ସେ ଜାମିଆ ମିଲିଆ ଇସଲାମିଆ ବିଶ୍ବବିଦ୍ୟାଳୟର ଜଣେ ପ୍ରଥମ ବର୍ଷ ଇଞ୍ଜିନିୟରିଂ ଛାତ୍ର ବୋଲି ସ୍ପଷ୍ଟ କରିଛି ତଦନ୍ତକାରୀ ସଂସ୍ଥା । ଅଭିଯୁକ୍ତ ଛାତ୍ରଜଣଙ୍କ ଆତଙ୍କୀ ସଂଗଠନ ପାଇଁ ପାଣ୍ଠି ଯୋଗାଡରେ ଲାଗିଥିବା ଜଣାପଡିବା ପରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ସଂସ୍ଥା ।

ଗିରଫ ଛାତ୍ର ମୋସିନ୍ ମହମ୍ମଦ, କୁଖ୍ୟାତ ଆତଙ୍କବାଦୀ ସଂଗଠନ ISIS ପାଇଁ ଅର୍ଥ ସଂଗ୍ରହ କରିଥିବା ବେଳେ କ୍ରିପ୍ଟୋକରନ୍ସି ବ୍ୟବହାର କରି ବିଭିନ୍ନ ଦେଶରୁ ଆତଙ୍କବାଦୀ ସଂଗଠନ ସଞ୍ଚାଳିତ ହେଉଥିବା ସିରିଆକୁ ପଠାଇଥିବା NIA କହିଛି । ତେବେ ଏପରି ଅଭିଯୋଗକୁ ସମ୍ପୂର୍ଣ୍ଣ ଖଣ୍ଡନ କରିଛନ୍ତି ଗିରଫ ଛାତ୍ରଙ୍କ ପରିବାର । ସେପରି କରି ନଥିବା ଦାବି କରିବା ସହ ତଦନ୍ତକାରୀ ସଂସ୍ଥା ତାଙ୍କୁ ମିଥ୍ୟାରେ ଫସାଇବାକୁ ଚେଷ୍ଟା କରୁଥିବା ଗିରଫ ଛାତ୍ରଙ୍କ ପରିବାର ପାଲଟା ଅଭିଯୋଗ କରିଛନ୍ତି । ତଦନ୍ତକାରୀ ସଂସ୍ଥାର ଏପରି ବେଆଇନ କାର୍ଯ୍ୟାନୁଷ୍ଠାନକୁ ସେମାନେ କୋର୍ଟରେ ଚ୍ୟାଲେଞ୍ଜ କରିବା ନେଇ ମଧ୍ୟ ସୂଚନା ଦେଇଛନ୍ତି ପରିବାର ସଦସ୍ୟ ।

ତେବେ ଗତକାଲି (ଶନିବାର) କୌଣସି ସୂତ୍ରରୁ ଏନେଇ ସୂଚନା ପାଇବା ପରେ ତାଙ୍କୁ NIA ଟିମ ଦିଲ୍ଲୀର ବଟଲା ହାଉସ ଏରିଆରୁ ଗିରଫ କରିଥିଲା । ଆତଙ୍କବାଦୀ ସଂଗଠନ ଆଇଏସଆଇଏସ ପାଇଁ ଅନଲାଇନ ଓ ଗ୍ରାଉଣ୍ଡ ମୋଡରେ ପାଣ୍ଠି ସଂଗ୍ରହ ଜାରି ରହିଥିବା ନେଇ ଗୁଇନ୍ଦା ସୂଚନା ମିଳିବା ପରେ ତଦନ୍ତକାରୀ ସଂସ୍ଥାର ଏକ ଟିମ ଉକ୍ତ ଅଞ୍ଚଳରେ ଚଢାଉ କରିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.