ETV Bharat / bharat

Shraddha Murder Case: ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ମାଗିଲା ଦିଲ୍ଲୀ ପୋଲିସ - ଅଫତାବର ପଲିଗ୍ରାଫ ଟେଷ୍ଟ

ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଆଫତାବର ପଲିଗ୍ରାଫ୍ ପରୀକ୍ଷା କରିବ ଦିଲ୍ଲୀ ପୋଲିସ । ସାକେତ କୋର୍ଟରେ କଲା ଆବେଦନ (Shraddha Murder Case)। ପୂର୍ବରୁ ମିଳି ସାରିଛି ନାର୍କୋ ଟେଷ୍ଟ ପାଇଁ ଅନୁମତି । ଅଧିକ ପଢନ୍ତୁ

ଶ୍ରଦ୍ଧା ହତ୍ୟାକାଣ୍ଡ ମାମଲା: ପଲିଗ୍ରାଫ ଟେଷ୍ଟ ପାଇଁ କୋର୍ଟଙ୍କ ଅନୁମତି ମାଗିଲା ଦିଲ୍ଲୀ ପୋଲିସ

author img

By

Published : Nov 21, 2022, 10:37 PM IST

ନୂଆଦିଲ୍ଲୀ: ଶ୍ରଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତ ଅଫତାବର ହେବ ପଲିଗ୍ରାଫ୍ ଟେଷ୍ଟ । ଏଥିପାଇଁ ଦିଲ୍ଲୀ ପୋଲିସ ସାକେତ କୋର୍ଟରେ ଆବେଦନ କରିଛି (Shraddha Murder Case)। ଏହି ଆବେଦନ ସାକେତ ସ୍ଥିତ ମହାନଗର ନିଗମ ମାଜିଷ୍ଟ୍ରେଟ ଅବିରଲ ଶୁକ୍ଲାଙ୍କ କୋର୍ଟରେ କରାଯାଇଥିଲା । ପରେ ଏହି ମାମଲାକୁ ମାଜିଷ୍ଟ୍ରେଟ ଶୁକ୍ଳା ମହାନଗର ନିଗମ ମାଜିଷ୍ଟ୍ରେଟ ବିଜୟଶ୍ରୀ ରାଠୋରଙ୍କ ନିକଟକୁ ହସ୍ତାନ୍ତର କରିଛନ୍ତି । ତେବେ ପୂର୍ବରୁ ବିଜୟଶ୍ରୀ ରାଠୋରଙ୍କ କୋର୍ଟ ଅଫତାବର ନାର୍କୋ ଟେଷ୍ଟ କରିବା ପାଇଁ ପୋଲିସକୁ ଅନୁମତି ଦେଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଏହା କେବଳ ଏକ ଆବେଦନରେ ସୀମିତ ହୋଇଥିବା ବେଳେ ମାମଲାର ଗମ୍ଭୀରତାକୁ ଦେଖି ପଲିଗ୍ରାଫ ଟେଷ୍ଟ ପାଇଁ ମଧ୍ୟ କୋର୍ଟ ଅନୁମତି ଦେଇପାରନ୍ତି ବୋଲି ଚର୍ଚ୍ଚା ହେଉଛି ।

ପୋଲିସ ସୂତ୍ର ଅନୁସାରେ, ରିମାଣ୍ଡରେ ଅଭିଯୁକ୍ତକୁ ମାରାଥନ ଜେରା କରି ହତ୍ୟାକାଣ୍ଡ ସମ୍ପର୍କିତ ସମସ୍ତ ତଥ୍ୟ ସାମ୍ନାକୁ ଆଣିବା ପାଇଁ ପ୍ରୟାସ କରାଯାଉଛି । ଅଭିଯୁକ୍ତ କିନ୍ତୁ ବାରମ୍ବାର ବୟାନ ବଦଳାଇବାରେ ଲାଗିଛି । ଯାହା ତଦନ୍ତକୁ ଜଟିଳ କରିବାରେ ଲାଗିଛି । ଅଭିଯୁକ୍ତର ବୟାନରେ ତାଳମେଳ ରହୁ ନଥିବାରୁ ତାର ସତ୍ୟତା ସମ୍ପର୍କରେ ଜାଣିବା ପାଇଁ ପୋଲିସ ପଲିଗ୍ରାଫ ଟେଷ୍ଟ କରିବାକୁ ଅନୁମତି ମାଗିଛି । ତେବେ ଉଭୟ ନାର୍କୋ ଟେଷ୍ଟ ଏବଂ ପଲିଗ୍ରାଫ୍ ଟେଷ୍ଟ ସତ୍ୟ ଯାଞ୍ଚ କରିବା ପାଇଁ ହୋଇଥିବା ବେଳେ ବୈଜ୍ଞାନିକ ଭାବେ ଉଭୟ ପରୀକ୍ଷାର ପ୍ରକ୍ରିୟା ପରସ୍ପରଠାରୁ ଭିନ୍ନ । ଏହାର ଫଳାଫଳରେ ମଧ୍ୟ ସାମାନ୍ୟ ଅନ୍ତର ରହିଛି ।

କ’ଣ ଏହି ନାର୍କୋ ଟେଷ୍ଟ:-

ଏହି ଟେଷ୍ଟରେ ପ୍ରକ୍ରିୟାରେ, ଅଭିଯୁକ୍ତକୁ ଇଞ୍ଜେକ୍ସନ୍ ମାଧ୍ୟମରେ ଅର୍ଦ୍ଧ୍ବ ଚେତାଶୂନ୍ୟ କରାଯାଏ । ଏହି ଅବସ୍ଥାରେ ଅଭିଯୁକ୍ତ ନିଜ ଉପରେ ନିୟନ୍ତ୍ରଣ ହରାଇଥାଏ । ଏହି ସମୟରେ କିଛି ତଥ୍ୟ ହାସଲ କରିବାକୁ ପୋଲିସ ପ୍ରୟାସ କରିଥାଏ । ନାର୍କୋ ହେଉଛି ଏକ ଗ୍ରୀକ୍ ଶବ୍ଦ, ଯାହାର ଅର୍ଥ ମୂଳ ଅର୍ଥ ହେଉଛି ଆନାସ୍ଥେସିଆ । ଏହି ନାର୍କୋ ଟେଷ୍ଟ ପୋଲିସ ଡାକ୍ତର ଓ ବିଶେଷଜ୍ଞଙ୍କ ସହୟତାରେ କରିଥାଏ । ସେହିପରି କିଛି ନିର୍ଦ୍ଦିଷ୍ଟ ତଥା ଜଘନ୍ୟ ଅପରାଧରେ ଅଭିଯୁକ୍ତ ଠାରୁ ତଥ୍ୟ ସଂଗ୍ରହ କରିବା ପାଇଁ ଏହି ପ୍ରଣାଳୀ ବ୍ୟବହାର କରାଯାଉଥିବା ବେଳେ, ଏଥିପାଇଁ କୋର୍ଟଙ୍କ ଠାରୁ ଉପଯୁକ୍ତ କାରଣ ଦର୍ଶାଇ ଅନୁମତି ମଧ୍ୟ ଆଣିବାକୁ ପଡେ ।

କିପରି ହୁଏ ପଲିଗ୍ରାଫ ଟେଷ୍ଟ :-

ସେହିପରି ପଲିଗ୍ରାଫ୍ ପରୀକ୍ଷା ଦ୍ୱାରା ବ୍ୟକ୍ତି କମ୍ବା ଅଭିଯୁକ୍ତର ବୟାନକୁ ସତ୍ୟ କିମ୍ବା ମିଥ୍ୟା ବୋଲି ଜାଣିବା ସମ୍ଭବପର ହୋଇଥାଏ । ଏହାକୁ ଲାଏ-ଡିଟେକସନ ଟେଷ୍ଟ ମଧ୍ୟ କୁହାଯାଏ । ଏଥିପାଇଁ ବିଶେଷ ଧରଣର ଯନ୍ତ୍ରାଂଶ ବ୍ୟବହାର ହୋଇଥାଏ । ଅଭିଯୁକ୍ତର ନାଡିର ରକ୍ତ ପ୍ରବାହର ଗତିର ହାର, ହୃଦସ୍ପନ୍ଦନ ଗତି, ରକ୍ତଚାପ ଆଦିର ମାପ ଅନୁସାରେ ବ୍ୟକ୍ତି କିମ୍ବା ଅଭିଯୁକ୍ତ ସତ୍ୟ କିମ୍ବା ମିଥ୍ୟା କହୁଛି ତାହା ଜଣା ପଡିପାରେ । କୌଣସି ଅଭିଯୁକ୍ତଙ୍କ କ୍ଷେତ୍ରରେ ଏହି ପରୀକ୍ଷା କରାଇବା ମଧ୍ୟ କୋର୍ଟଙ୍କ ଅନୁମତି ନେବାର ଆବଶ୍ୟକତା ଥାଏ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.